ETV Bharat / state

ପୋଲିସ ପଞ୍ଝାରେ ବନ୍ଧୁକଧାରୀ ଗ୍ୟାଙ୍ଗଷ୍ଟର, ଭୟ ଦେଖାଇବାକୁ ଭଡ଼ାରେ ଆସୁଥିଲେ - Gangsters Arrested

author img

By ETV Bharat Odisha Team

Published : Jul 29, 2024, 10:13 PM IST

Gangsters Arrested: ବନ୍ଧୁକ ଦେଖାଇ ରାଜଧାନୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଆତଙ୍କ ରଚୁଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ୬ ଜଣଙ୍କୁ କାବୁ କରିଛି । ଅଧିକ ପଢନ୍ତୁ

Gangsters Arrested
Gangsters Arrested (ETV Bharat Odisha)

ଭୁବନେଶ୍ବର: ଧରାପଡିଲେ ବନ୍ଧୁକ ଧରି ବୁଲୁଥିବା ଗ୍ୟାଙ୍ଗଷ୍ଟାର । ଅଭିଯୁକ୍ତମାନେ ବଟି ଆଦାୟଠୁ ଆରମ୍ଭ କରି ହତ୍ୟା, ଅପହରଣ ଓ ଡ୍ରଗ୍ସ କାରବାର ଭଳି ସାଙ୍ଘାତିକ ଘଟଣା ଘଟାଉଥିଲେ । ଖାଲି ସେତିକି ନୁହେଁ, ଜମି ଓ ପ୍ଲଟ ଆଦି ବ୍ୟବସାୟିକ କାରବାରେ ନାଲି ଆଖି ଦେଖାଉଥିଲେ । ଖଣି ଓ ବାଲିଘାଟରେ ମଧ୍ୟ ଭୟ ଦେଖାଇ ଦାଦବଟି ଆଦାୟ କରିବା ନେଇ ଅଭିଯୋଗ ରହିଥିଲା । ଏଭଳି ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଯାହାଙ୍କ ନାଁରେ ରହିଛି ଅପରାଧର ଲମ୍ବା ତାଲିକା ।

Gangsters Arrested (ETV Bharat Odisha)
ବନ୍ଧୁକଧାରୀ ଗ୍ୟାଙ୍ଗଷ୍ଟାର ଗିରଫ:କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ୬ ଜଣଙ୍କୁ କାବୁ କରିଛି । ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ସେମାନେ ହେଲେ ଗ୍ୟାଙ୍ଗର ମୁଖ୍ୟ ରଶ୍ମି ରଞ୍ଜନ ସ୍ବାଇଁ, ଉତ୍କଳ କେଶରୀ ଖୁଣ୍ଟିଆ, ଆକାଶ ଓରଫ କୃଷ୍ନ ଚନ୍ଦ୍ର ଜେନା,ଚିରଞ୍ଜୀବି ଜେନା, ମହମ୍ମଦ ସମସେର ଓ ସେଖ ଆଜାରଉଦ୍ଦିନ । ସେମାନଙ୍କଠାରୁ ୫ଟି ବନ୍ଧୁକ ସହ ୯ ରାଉଣ୍ଡ ଗୁଳି ଜବତ ହୋଇଛି । ଅପରାଧରେ ବ୍ୟବହୃତ ଦୁଇଟି ଗାଡି ମଧ୍ୟ ଜବତ ସହ ଆପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ । ବିଶେଷ କରି ଏମାନେ ବିହାରରୁ ବନ୍ଧୁକ ଆଣି ଏପରି ବଡ଼ ଅପରାଧରେ ସାମିଲ ହେଉଥିଲେ ।"ଅପରାଧିଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା:ଅଭିଯୁକ୍ତମାନଙ୍କ ମଧ୍ୟରୁ ମହମ୍ମଦ ସମସେର ଓରଫ ହାମା ହତ୍ୟା ଅପରାଧରେ ସାମିଲ ଥିଲା । ଗତ ବର୍ଷ ଜୁନ ମାସରେ‌‌ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କ ହତ୍ୟା କରାଯାଇଥିଲା । ତା ନାଁରେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୮ଟି ମାମଲା ରହିଛି । ସେ ଓ୍ବାଣ୍ଟେଡ ତାଲିକାରେ ମଧ୍ୟ ରହିଥିଲା । ଅନ୍ୟତମ ଅଭିଯୁକ୍ତ ଉତ୍କଳ ଖୁଣ୍ଟିଆ ମାର୍ଶାଘାଇରେ ୨୦୨୩ରେ ଗ୍ୟାଙ୍ଗ ଓ୍ବାରକୁ ନେଇ ଜଣଙ୍କୁ ପେଟ୍ରୋଲ ପକାଇ ଜାଳିଦେବା ଘଟଣାରେ ମଧ୍ୟ ଓ୍ବାଣ୍ଟେଡ ରହିଥିଲା । ରଶ୍ମି ରଞ୍ଜନ ନାଁରେ ୫ଟି ମାମଲା ରହିଛି । ସେହିପରି ଅଜୁ ନାଁରେ ଜଟଣୀ ଥାନାରେ ମଧ୍ୟ ୫ଟି ମାମଲା ରହିଛି ।ପ୍ଲଟ ଓ ଫ୍ଲାଟ୍ କିଣିଲେ ବଟି ନେଉଥିଲେ:କିଛି କିଛି ବିଲଡର ଓ ଜମି ମାଲିକଙ୍କଠୁ ଜମି କିଣୁଥିବା ଗ୍ରାହକଙ୍କ ପାଇଁ ଏମାନେ ସାଜୁଥିଲେ ମଧ୍ୟସ୍ଥି । ବିଲଡରକୁ ଧମକାଇ ନିର୍ଦ୍ଧାରିତ ମୂଲ୍ୟରୁ କମ ମୂଲ୍ୟରେ ଲୋକଙ୍କୁ ଜମି ଓ ପ୍ଲଟ ଦେଉଥିଲେ । ବଦଳରେ କମିଶନ ହିସାବରେ ଟଙ୍କା ନେଉଥିଲେ । ଦାଦାବଟି ଆଦାୟ କରିବା,ବାଲିଘାଟରେ ଭୟ ଦେଖାଇବା । ବେଆଇନ କାଠ ଚାଲାଣଠୁ ଆରମ୍ଭ କରି ବେଆଇନ ଖଣି ଖାଦାନ ସହ ଜମି ଜବରଦଖଲ ମାମଲାରେ ଜଡିତ ଥିଲେ ।

ଏହା ବି ପଢନ୍ତୁ...ହୁସିଆର! ମାତିଛନ୍ତି ନାଇଜେରିଆ ଠକ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚୁନା ଲଗାଇ ୨ ଗିରଫ - Nigerian Fraudsters Arrested

ଗାଡି ସିଟ ତଳେ ବନ୍ଧୁକ ଲୁଚାଇ ଆଣୁଥିଲେ:
ଏକ ଉତ୍ତରପ୍ରଦେଶ ନମ୍ବର ଥିବା ବାଇକର ସିଟ୍ ଭିତରେ ଏମାନେ ବନ୍ଧୁକ ଚୋରାଚାଲାଣ କରୁଥିଲେ । ବନ୍ଧୁକ ଲୁଚାଇ ଗାଡି ଯୋଗେ ଆଣି ବିଭିନ୍ନ ଅଞ୍ଚଳରେ ସପ୍ଲାଏ କରୁଥିଲେ‌ । ଏଥିପାଇଁ ୪୦ରୁ ୬୦ହଜାର‌ ପର୍ଯ୍ୟନ୍ତ ବନ୍ଧୁକ ପିଛା ନେଉଥିବା ପୋଲିସ ଜାଣିବାକୁ ପାଇଛି ।

ଗୋଚାଲାଣରେ ବି ଥିଲେ ସାମିଲ:
ଗୋ ଚାଲାଣରେ ମଧ୍ୟ ଏମାନେ ସାମିଲ ଥିବା ଜଣାପଡ଼ିଛି । ଗୋଚାଲାଣକାରୀଙ୍କୁ ଚାଲାଣବେଳେ ଏସକର୍ଟ ଦେଇ ସେମାନଙ୍କୁ ନେବା ଆଣିବା କରୁଥିଲେ । ହାମ୍ମା ଓରଫ ମହମ୍ମଦ ସମସେର ରାତିରେ ବୁଲି ବୁଲି ଗାଇ ଚୋରି କରୁଥିବା ଜଣାପଡ଼ିଛି । ଏପରିକି ବେଣାପଞ୍ଜରିରେ ମଧ୍ୟ ଏକ ମାମଲାରେ ସେ ଧରାପଡ଼ିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.