ETV Bharat / state

ତୁଳସୀକ୍ଷେତ୍ରରେ ପଞ୍ଚୁକ ନୀତି, ଏକାଦଶୀରେ ପ୍ରଳମ୍ବାସୁରକୁ ବଧ କଲେ ପ୍ରଭୁ ଶ୍ରୀ ବଳଦେବଜୀଉ - KENDRAPADA BALADEVJEW TEMPLE

କେନ୍ଦ୍ରାପଡାରେ ପଞ୍ଚୁକ । ଶେଷ ହେଲା ପ୍ରଳମ୍ବାସୁର ବଧ ନୀତି । 5 ଦିନରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ଶ୍ରୀ ବଳଦେବଜୀଉ ।

ତୁଳସୀକ୍ଷେତ୍ରରେ ପଞ୍ଚୁକ ନୀତି, ଏକାଦଶୀରେ ପ୍ରଳମ୍ବାସୁରକୁ ବଧ କଲେ ପ୍ରଭୁ ବଳଦେବଜୀଉ
ତୁଳସୀକ୍ଷେତ୍ରରେ ପଞ୍ଚୁକ ନୀତି, ଏକାଦଶୀରେ ପ୍ରଳମ୍ବାସୁରକୁ ବଧ କଲେ ପ୍ରଭୁ ବଳଦେବଜୀଉ (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 1:28 PM IST

କେନ୍ଦ୍ରାପଡା: ପବିତ୍ର କାର୍ତ୍ତିକ ମାସର ଅନ୍ତିମ ପର୍ବ ପଞ୍ଚୁକରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ । ଗତକାଲି ଥିଲା ପଞ୍ଚୁକର ଦ୍ୱିତୀୟ ଦିନ ତଥା ଏକାଦଶୀ ତିଥି । ଯେଉଁ ତିଥିରେ ପ୍ରଭୁ ଶ୍ରୀ ବଳଦେବଜୀଉ ପ୍ରଳମ୍ବାସୁର ବଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ବେଶର ଶ୍ରୀକ୍ଷେତ୍ର ଏବଂ ତୁଳସୀକ୍ଷେତ୍ର ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ କିମ୍ବଦନ୍ତୀ ରହିଛି । ସତ୍ତ୍ବଲିପି ପ୍ରମାଣ ଅନୁଯାୟୀ, ଶ୍ରୀକ୍ଷେତ୍ରରୁ ଆସିଥିବା ପାଟବସ୍ତ୍ରକୁ ପରିଧାନ କରି ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ପ୍ରଳମ୍ବାସୁର ଦୈତ୍ୟକୁ ବଧ କରିଥାନ୍ତି । ଯାହାକି ପୁରାଣ ଓ କିମ୍ବଦନ୍ତୀରେ ଲିପିବଦ୍ଧ ରହିଛି । ଏହି ବେଶ ଦେଖିବାକୁ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା ।

  • ଶ୍ରୀକ୍ଷେତ୍ର ସହ ରହିଛି ତୁଳସୀ କ୍ଷେତ୍ରର ସମ୍ପର୍କ:-

ଏହି ଦର୍ଶନ ଅବସରରେ ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ କୁହନ୍ତି,"ପଞ୍ଚକ ଏକାଦଶୀ ବା ଦେଵଉତ୍ଥାପନ ଏକାଦଶୀ ତିଥିରେ ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି । ଯେଉଁ ବେଶର ନାମ ହେଉଛି ପ୍ରଳମ୍ବାସୁର ବଧ ବେଶ । ଏହି ବେଶର ଏକ କିମ୍ବଦନ୍ତୀ ପରମ୍ପରା ଶ୍ରୀକ୍ଷେତ୍ର ଏବଂ ତୁଳସୀକ୍ଷେତ୍ର ମଧ୍ୟରେ ରହିଛି । ଶ୍ରୀକ୍ଷେତ୍ରର ପ୍ରଶାସନିକ ଅଧିକାରୀ ତଥା ସେମାନଙ୍କର ସ୍ଵତ୍ତ୍ଵଲିପି ପ୍ରମାଣ ଅନୁଯାୟୀ ପାଟବସ୍ତ୍ର ଆଦାନ ପ୍ରଦାନ କରାଯାଏ, ଏହି ତିଥିରେ ଏକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ । ଶ୍ରୀକ୍ଷେତ୍ରରୁ ଆସିଥିବା ପାଟବସ୍ତ୍ର ପରିଧାନ କରି ପ୍ରଭୁ ଶ୍ରୀ ବଳଦେବଜୀଉ ରାକ୍ଷସ ପ୍ରଳମ୍ବାସୁରକୁ ବଧ କରିଥାଆନ୍ତି ।

ତୁଳସୀକ୍ଷେତ୍ରରେ ପଞ୍ଚୁକ ନୀତି, ଏକାଦଶୀରେ ପ୍ରଳମ୍ବାସୁରକୁ ବଧ କଲେ ପ୍ରଭୁ ବଳଦେବଜୀଉ (ETV Bharat Odisha)

ପଞ୍ଚୁକ ପ୍ରଥମ ଦିନ: କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ-ନାରାୟଣ ବେଶ

ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, 'ବାଙ୍କଚୂଡ଼ ବେଶ'ରେ ଦର୍ଶନ ଦେଉଛନ୍ତି ମହାବାହୁ

ଏହା ମଧ୍ୟ ପଢନ୍ତୁ:- ବଡ଼ଦାଣ୍ଡରେ ଗଡ଼ିଲା ବ୍ରହ୍ମତାଳଧ୍ଵଜ, ମଣିବିଗ୍ରହଙ୍କ ଜୟଜୟକାରରେ ପ୍ରକମ୍ପିତ ହେଲା ପରିବେଶ - Kendrapara Ratha yatra

  • ପଞ୍ଚୁକ 5 ଦିନରେ ଏହି ବେଶ ହୁଅନ୍ତି ପ୍ରଭୁ:-

ପଞ୍ଚୁକରେ ପ୍ରଭୁ ବିଭିନ୍ନ ବେଶ ହୋଇଥାନ୍ତି । ଦଶମୀରେ ମଧୁ ଦୈତ୍ୟ ବଧ, ଏକାଦଶୀରେ ପ୍ରଳମ୍ବାସୁର ବଧ, ଦ୍ୱାଦଶୀରେ ଗରୁଡ଼ ଦ୍ଵାଦଶୀ ବା ତୁଳସୀ ବିବାହ ନୀତି, ତ୍ରୟୋଦଶୀରେ କ୍ରୁବିନ୍ଦ, ଚତୁର୍ଦ୍ଦଶୀରେ ବକାସୁର ବଧ ଓ ପଞ୍ଚୁକର ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରଭୁ ପଦ୍ମ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.