ETV Bharat / state

ବିକଟାଳ ସାଉଣ୍ଡ କରି ଚଳାଇ ପାରିବେନି ଗାଡ଼ି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନମୋଡରେ ପୋଲିସ - TWO WHEELER MODIFICATIONS

ରାସ୍ତାରେ ବିକଟାଳ ଶବ୍ଦ କରି ବାଇକ ଚଳାଇ ଯାଉଥିଲେ ସାବଧାନ! ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରୁଥିବା ବାଇକରୁ ସାଇଲେନ୍ସର ପାଇପ ଖୋଲି ଦେଇଛି କମିସରେଟ୍ ପୋଲିସ ।

Commissionerate Police
Commissionerate Police (ETV Bharat Odisha)
author img

By ETV Bharat Odisha Team

Published : Jan 21, 2025, 8:27 PM IST

ଭୁବନେଶ୍ବର: ବାଇକରୁ ଆସୁଥିବା ବିକଟାଳ ଶବ୍ଦକୁ ନେଇ ମୁଖ୍ୟମନ୍ତ୍ରୀ ଖପ୍ପା । ଏଣିକି ଭଡଭଡ ସାଉଣ୍ଡ କରି ଚଳାଇ ପାରିବେନି ଗାଡ଼ି । ଭୁବନେଶ୍ୱରରେ ସଡକ ସୁରକ୍ଷା ନେଇ ପୋଲିସ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିକଟାଳ ଶବ୍ଦ କରି ଗାଡି ଚଳାଉଥିବା ବାଇକ ଆରୋହୀଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କମିସନରେଟ୍‌ ପୋଲିସର ଧରପଗଡ ଜାରି । ୧୦୦ରୁ ଅଧିକ ବିକଟାଳ ଶବ୍ଦ ସୃଷ୍ଟି କରି ମୋଟର ସାଇକେଲର ସାଇଲେନ୍ସର ପାଇପ୍ ଜବତ କରିଛି ପୋଲିସ ।

  • ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ:

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଜି ଓ ପୋଲିସ କମିଶନରଙ୍କ ତତ୍ତ୍ବାବଧାନରେ ସଡକ ସୁରକ୍ଷା ସମ୍ପର୍କିତ ଧରପଗଡ ଜାରି କରାଯାଇଛି । ବେପରୁଆ ଗାଡି ଚାଳନା, ମଦ୍ୟପାନ କରି ଗାଡିଚାଳନା ଓ ଶବ୍ଦ ପ୍ରଦୂଷଣକାରୀ ମୋଟରସାଇକେଲ, ବେନିୟମ ସାଇଲେନ୍ସର ପାଇପ୍‌ ବ୍ୟବହାର କରୁଥିବା ଗାଡି, ବିକଟାଳ ଶବ୍ଦ କରୁଥିବା ଗାଡ଼ି ଦ୍ବାରା ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏହାକୁ କଡ଼ାକଡ଼ି ଭାବେ ଧରପଗଡ଼ କରିବା ସହ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ କରାଯାଉଥିବା ଧରପଗଡ଼କୁ ଜୋରଦାର କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି । ଏବେ ବରିଷ୍ଠ ଅଧିକାରୀଙ୍କୁ ଏହି ଡ୍ରାଇଭରେ ସାମିଲ କରଯାଇଛି ।"

Commissionerate Police (ETV Bharat Odisha)
  • ବିକଟାଳ ଶବ୍ଦ କରୁଥିବା ଗାଡ଼ିକୁ ଗୋଡାଇ ଧରୁଛି ପୋଲିସ:

ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଭୁବନେଶ୍ବରରେ ଗୋଟିଏ ଦିନରେ ୧୦୦ରୁ ଅଧିକ ବିକଟାଳ ଶବ୍ଦ କରୁଥିବା ଗାଡ଼ିର ସାଇଲେନ୍ସର ପାଇପ ଜବତ କରାଯାଇଛି । ସାଇଲେନ୍ସର କଢାଯିବା ପରେ ଗାଡ଼ିକୁ କୋର୍ଟରେ ଫାଇନ ଦେଇ‌ ଲୋକ ନେଇପାରବେ । ଏଥିସହ ରାତ୍ରିକାଳୀନ ଡ୍ରଙ୍କନ ଡ୍ରାଇଭ ଜାରି କରାଯାଇଛି । ୧୦ଟି ଜାଗାରେ ଚେକିଂ କରାଯାଇଥିଲା । ଏଥିପାଇଁ ପୋଲିସ ରାତିରେ ବହୁ ଗାଡିକୁ ମୋଟର ଭେଇକିଲ ଆକ୍ଟରେ ଚାଲାଣ କାଟିଛି । MV Act Penal Provision 52, 182ରେ ଏନଫୋର୍ସମେଣ୍ଟ କରିବା ପାଇଁ ପୋଲିସ ପାଖରେ ନିୟମ ରହିଛି । ଅନେକ ବାଇକ ଚାଳକ ବିକଟାଳ ଶବ୍ଦ କରି ଗାଡି ଚଲାଉଛନ୍ତି । ଯାହାଦ୍ବାରା ୮୦ ଡେସିମିଲରୁ ଅଧିକ ବିକଟାଳ ଶବ୍ଦ ଦ୍ବାରା ଏକ ଅସ୍ବାଭାବିକ ପରିସ୍ଥିତି ଉପୁଜୁଛି । ଅର୍ଥାତ୍ ଶବ୍ଦ ପ୍ରଦୂଷଣ ସହ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହାକୁ ଦେଖିଲା ମାତ୍ରେ ପୋଲିସ ଗୋଡାଇ ଗୋଡାଇ ଧରୁଛି ।

  • ମୋ ଟ୍ରାଫିକ ଅଫିସର:

ଏନେଇ ସ୍ବତନ୍ତ୍ର ଭାବେ 'ମୋ ଟ୍ରାଫିକ ଅଫିସର' ନିଯୁକ୍ତ କରାଯାଇଛି । ସ୍ବତନ୍ତ୍ର ଭାବେ ୧୦ ଜଣ ଆର୍ମଡ ସବ-ଇନସ୍ପେକ୍ଟରଙ୍କୁ ଟ୍ରାଫିକ ପରିଚାଳନା ନେଇ ନିଯୁକ୍ତ କରଯାଇଛି । ଏପରିକି ଏଥିପାଇଁ ସହରରେ ଟ୍ରାଫିକ ପରିଚାଳନାକୁ ସ୍ବଭାବିକ କରିବା ପାଇଁ କିଛି ଟ୍ରାଫିକ କନଷ୍ଟେବଳ ମଧ୍ୟ ଯୋଗାଇ ଦିଆଯାଇଛି । ବିଶେଷ କରି ପିକ୍ ଆଓ୍ବାରରେ ରାଜଧାନୀରେ ବହୁ ଗାଡି ଚଳାଚଳ କରୁଛି । ଗାଡି ସଂଖ୍ୟା ଓ ଟ୍ରାଫିକ ଜଙ୍କସନରେ ମଧ୍ୟ ଗାଡି ଚଳାଚଳ ବଢ଼ୁଛି ‌।

Zero Tolerance Against Illegal Two Wheeler Modifications
Zero Tolerance Against Illegal Two Wheeler Modifications (ETV Bharat Odisha)

ଏନେଇ ଟ୍ରାଫିକରେ ଅପେକ୍ଷା କରିବାର ସମୟ ମଧ୍ୟ ପରିବର୍ତ୍ତନ ପାଇଁ ଯୋଜନା ଚାଲିଛି । ସ୍ବତନ୍ତ୍ର ଭାବେ ଟ୍ରାଫିକ ଏନଫୋର୍ସମେଣ୍ଟ, ରେସ ଆଣ୍ଡ ନେଗଲେଜିନସ ଡ୍ରାଇଭ୍ କିଭଳି ଟ୍ରାଫିକରେ ଅମାନିଆଙ୍କ ଗତିବିଧି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରିବ ସେନେଇ ଗତକାଲିଠାରୁ ଡ୍ରାଇଭ୍ ଜାରି ରହିଛି । ସଡକ ସୁରକ୍ଷା ପ୍ରାଥମିକତା ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଟ୍ରାଫିକ୍‌ କଡ଼ାକଡ଼ି କରାଯାଉଛି । ସଡକ ସୁରକ୍ଷା ପାଇଁ ଆଲର୍ଟ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନିଯୁକ୍ତି ପାଇବେ ୨୦୦୦ ଟ୍ରାଫିକ ପୋଲିସ, ଖୋଲିବ ୨୦ ସାଇବର ଥାନା: ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ପୁରୁଷବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଅପହରଣ, ୩ ଗିରଫ

  • ପୂର୍ବରୁ ମଧ୍ୟ ହୋଇଥିଲା ଧରପଗଡ଼:

ଏନେଇ ପୂର୍ବରୁ ମଧ୍ୟ ଏଭଳି ଧରପଗଡ ହୋଇଛି । ଫଳରେ ଅନେକ ସମୟରେ ଅନ୍ୟ ଜୀବନ ପ୍ରତି ବିପଦଜନକ ଭାବେ ବିପରୀତ ଦିଗରେ ଗାଡି ଚଳାଇବାର ଓ ମଦ୍ୟପାନ କରି ଗାଡି ଚଳାଇବା ଅଭିଯୋଗରେ ପୋଲିସ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିକଟାଳ ଶବ୍ଦ କରି ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ଡ୍ରାଇଭ୍ କରିବାକୁ ଯାଇ ମଧ୍ୟ ସାଇଲେନ୍ସର ପାଇପ ବିକ୍ରି କରୁଥିବା ଦୋକାନରେ ରେଡ କରି ଏସବୁ ବିକ୍ରୟ ପାଇଁ ପ୍ରସୟ ନ ଦେବା ପାଇଁ ମଧ୍ୟ ରେଡ ହୋଇଛି । ଏପରିକି ସହରରେ ଟ୍ରାଫିକ ପରିଚାଳନାରେ ବିଶୃଙ୍ଖଳିତ ଆଚରଣ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଭୁବନେଶ୍ୱର ଡିସିପି ମଧ୍ୟ କଡା ଚେତାବନୀ ଦେଇଛନ୍ତି । ଏଥିସହ ଜନସାଧାରଣଙ୍କୁ ସେପରି କିଛି ଟ୍ରାଫିକ ସମସ୍ୟା ଥିଲେ ୧୧୨ରେ ଜଣାଇବା ପାଇଁ ମଧ୍ୟ ନିବେଦନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.