ETV Bharat / state

ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ: ପରିବହନ ମନ୍ତ୍ରୀ - Special Bus Service for Ratha Yatra

author img

By ETV Bharat Odisha Team

Published : Jun 24, 2024, 9:26 PM IST

Odisha Bus Service for Pilgrimage: ଓଡ଼ିଶାରୁ ଦେଶର ପ୍ରମୁଖ ଆଧ୍ୟାତ୍ମିକ ତୀର୍ଥ କ୍ଷେତ୍ରକୁ ବସ ସେବା ଆରମ୍ଭ ହେବ । ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ବସ ଗଡିବ କହିଲେ ପରିବହନ ମନ୍ତ୍ରୀ ବିଭୁତି ଜେନା । ଅଧିକ ପଢ଼ନ୍ତୁ

Transport Minister Bibhuti Jena
Transport Minister Bibhuti Jena (ETV Bharat Odisha)

ଭୁବନେଶ୍ବର: ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏଜି ଛକରେ ଥିବା ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀକୁ ବସ ଗଡିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ସେହିପରି ଓଡ଼ିଶାରୁ ଦେଶର ପ୍ରମୁଖ ଆଧ୍ୟାତ୍ମିକ ତୀର୍ଥ କ୍ଷେତ୍ରକୁ ବସ ସେବା ଆରମ୍ଭ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, "ଲୋକଙ୍କ ଗମନାଗମନ ସୁବିଧା ଲାଗି ବସ ସେବା ନିହାତି ଆବଶ୍ୟକ । ଲୋକଙ୍କୁ ଭଲ ଭାବେ ବସ ସେବା ଯୋଗାଇବା ଲାଗି ଆଲୋଚନା ହୋଇଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ପରିବେଶକୁ ସୁରକ୍ଷା ଲାଗି ଇଲେକ୍ଟ୍ରିକ୍‌ ବସ ସେବାକୁ ଗୁରୁତ୍ବ ଦିଆଯାଉଛି । ଓଡ଼ିଶାରୁ ଦେଶର ପ୍ରମୂଖ ଆଧ୍ୟାତ୍ମିକ ତୀର୍ଥ କ୍ଷେତ୍ର ଅଯୋଧ୍ୟା, ତିରୁପତି, ବାରଣାସୀ, ମହାକାଳେଶ୍ଵର, ବୃନ୍ଦାବନକୁ ବସ ସେବା ଆରମ୍ଭ ହେବ । ମାଛକୁଣ୍ଡରୁ ଭୁବନେଶ୍ବର, ଉମରକୋଟରୁ ବିଶାଖାପାଟଣା, ବାଲିଗୁଡାରୁ କଟକ ବସ ସେବା ଖୁବଶୀଘ୍ର ଚାଲିବ । ଆଗାମୀ ଦିନରେ ପରିବହନ ବିଭାଗ ଓ ଓଏସଆରଟିସି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିବ ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଇଲେକ୍ଟ୍ରିକ ବସର ବିକଳ୍ପ ନାହିଁ । ଏହାର ଏକାନ୍ତ ଆବଶ୍ୟକ । କେନ୍ଦ୍ରଠୁ ଆମକୁ ବସ ମିଳିବ । ଅନ୍ୟୁନ୍ୟ ଶହେ ବସ ଚାଲିବ । ଅଧିକରୁ ଅଧିକ ବସ ସେବା କିପରି ଚାଲିବ ସେଇଟା ଆମର ଲକ୍ଷ୍ୟ ରହିବ । ପୁରୁଣା ବସ ମଧ୍ୟ ଚାଲିବ । ୧୫ ବର୍ଷ ପୁରୁଣା ବସକୁ କେନ୍ଦ୍ର ସରକାରଙ୍କ ସ୍କ୍ରାପ ପଲିସି ଅନୁସାରେ ବ୍ୟବହାର ହେବ । ଲୋକଙ୍କୁ ବସ ସେବା ଯୋଗାଇବା ଆମର କାର୍ଯ୍ୟ । ଯେଉଁଠି ବସ ସେବା ନାହିଁ, ସେଠାରେ ବସ ସେବା ପହଞ୍ଚାଇବା ଆବଶ୍ୟକ । ଲୋକଙ୍କୁ ବସ ସେବା ମିଳିବ ଏହା ନିର୍ଭର ପ୍ରତିଶ୍ରୁତି ଆମେ ଦେଉଛୁ । ସବୁଠାରୁ ବଡ଼ କଥା ରଥଯାତ୍ରା । ରଥଯାତ୍ରାକୁ ଲକ୍ଷ୍ୟ କରି ଆମେ ପ୍ରତି ବ୍ଲକରୁ ପୁରୀ ବସ ଚଳାଇବାକୁ ନିଷ୍ପତ୍ତି ନେଇଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ମାଡ଼ିଲାଣି ଡିପଥେରିଆ-ଜଣ୍ଡିସ-ଜେଇ ରୋଗ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ - Health Minister Meeting

ଲକ୍ଷ୍ମୀ ବସଙ୍କୁ ନେଇ ତର୍ଜମା କରାଯାଉଥିବା ମନ୍ତ୍ରୀ କହିଛନ୍ତି । ହୁଏତ ଲକ୍ଷ୍ମୀ ବସର ନାଁ ପରିବର୍ତ୍ତନ ହୋଇ ଚାଲିବ, କିନ୍ତୁ ଲୋକଙ୍କୁ ସେବା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନାଁ'ରୁ କିଛି ମିଳିବ ନାହିଁ, ଲୋକଙ୍କୁ ସେବା ମିଳିବା ଦରକାର ବୋଲି ସେ କହିଛନ୍ତି । ବସ ନିଶ୍ଚୟ ଲୋକଙ୍କ ପାଖକୁ ଯିବ । ବୈଠକରେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ଓଏସଆରଟିସି ଏମଡି ଦୀପ୍ତେସ ପଟ୍ଟନାୟକ, ପରିବହନ ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.