ETV Bharat / state

କାର୍ତ୍ତିକ ବ୍ରତ; ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ର ପରେ ଶାବର ଶ୍ରୀକ୍ଷେତ୍ରକୁ ପସନ୍ଦ କଲେ ହବିଷ୍ୟାଳୀ । ନିଶୁଳ୍କରେ ରହିବା ଖାଇବା ସହିତ ମନ୍ଦିର ଦର୍ଶନର ବ୍ୟବସ୍ଥା ।

author img

By ETV Bharat Odisha Team

Published : 2 hours ago

special arrangement for kartika habishyali
special arrangement for kartika habishyali (ETV Bharat Odisha)

କୋରାପୁଟ: କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀଙ୍କ ପାଇଁ ଶାବର ଶ୍ରୀକ୍ଷେତ୍ରରେ ଖୋଲିଲା ନିଶୁଳ୍କରେ ରହିବା ଖାଇବା ସହିତ ମନ୍ଦିର ଦର୍ଶନର ବ୍ୟବସ୍ଥା ।କାର୍ତ୍ତିକ ମାସ ସାରା ଏଠାରେ ରହି ପୂଜା ଅର୍ଚ୍ଚନା କରିବା ସହିତ ହବିଷ କରିବେ ।ପୁରୀରେ ଯେଉଁ ସୁବିଧା ମିଳୁଥିଲା ତାହା ଠାରୁ ଶାବର ଶ୍ରୀକ୍ଷେତ୍ରରେ ଅଧିକ ସୁବିଧାରେ ମିଳୁଥିବାରୁ ହବିଷ୍ୟାଳୀଙ୍କ ଭିତରେ ଉତ୍ସାହ ଦେଖା ଦେଇଛି l

ବିନାଶୁଳ୍କରେ ସ୍ବତନ୍ତ୍ର ବ୍ୟବସ୍ଥା:

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବିନାଶୁଳ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l ମନ୍ଦିର ପରିସରରେ ଥିବା ଯାତ୍ରୀ କୁଟୀର ନିକଟରେ ହବିଷ୍ୟାଳି ମାନଙ୍କ ପାଇଁ ନିଶୁଳ୍କ ସେବାଗୃହ ଉଦଘାଟିତ ହୋଇଯାଇଛି ।ଏହାକୁ ଅତିରିକ୍ତ ଜିଲ୍ଲାପାଳ ଆଲମଣୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l

ଶାବର ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼:

ହବିଷ୍ୟାଳିମାନଙ୍କ ପାଇଁ ମନ୍ଦିର ପ୍ରଶାସନର ଏଭଳି ଅଭିନବ ପ୍ରୟାସକୁ ହବିଷ୍ୟାଳୀମାନେ ପ୍ରଶଂସା କରିଛନ୍ତି l ମନ୍ଦିର ନିକଟରେ ରହି କାର୍ତ୍ତିକ ମାସ ସାରା ହବିଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା 60 ଜଣ ହବିଷୟଳୀଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଡ. ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି ।ତେବେ ବିଗତ ବର୍ଷ ଗୁଡିକରେ ଶ୍ରୀକ୍ଷେତ୍ର ପୁରୀକୁ ଯାଇ ହବିଷ କରୁଥିବା ବେଳେ ତୃତୀୟ ଥର ପାଇଁ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ରହି ହବିଷ କରିବା ଏକ ଅନନ୍ୟ ସୁଯୋଗ ବୋଲି କହିଛନ୍ତି ହବିଷୟଳୀ ।

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ ଆରମ୍ଭ, କିଏ ଖୁସି ତ କିଏ ଅସନ୍ତୋଷ

ଏହା ମଧ୍ୟ ପଢନ୍ତୁ...କାଲିଠୁ କାର୍ତ୍ତିକ ବ୍ରତ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳୀଙ୍କ ଧାରଣା, ମନ୍ତ୍ରୀ କହିଲେ ସବୁ ସୁବିଧା ହୋଇଛି

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା :

ହବିଷ୍ୟାଳୀଙ୍କମାନେ ଏଠାରେ ରହି ନାମ ଜପ କରିବା ସହିତ ବଡି ଭୋରରୁ ଜଗନ୍ନାଥଙ୍କ ଦର୍ଶନ କରିବାରେ ସୁଯୋଗ ପାଇ ପାରିବେ lଦୂର ଦୁରାନ୍ତରୁ ଆସୁଥିବା ହବିଷ୍ୟାଳୀ ମାନେ ଏଠାରେ ଏକ ମାସ ରହିବା ଭିତରେ ନିଜ ନିଜ ଭିତରେ ଏକ ଅତ୍ମୀୟତା ବଢ଼େ ଯାହା ଗଲା ବେଳକୁ କଷ୍ଟ ଦିଏ ବୋଲି ହବିଷ୍ୟାଳୀ ମାନେ କହିଛନ୍ତି । ହବିଷ୍ୟାଳୀ ମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ମନ୍ଦିର ପ୍ରଶାସନ ସବୁବେଳେ ତତ୍ପର ରହିଛି ବୋଲି ମନ୍ଦିର ପରିଚାଳନା କମିଟି କହିଛି । ହବିଷ୍ୟାଳୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ଡାକ୍ତରୀ ଟିମ ମଧ୍ୟ ନିୟୋଜିତ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଆନ୍ଦ୍ର ପ୍ରଦେଶ ଓ ବ୍ରହ୍ମପୁରରୁ ହବିଷ୍ୟାଳୀ ମାନେ ଏଠାକୁ ଆସିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.