ETV Bharat / state

ରେଭେନ୍ସା ରାଜନୀତି: ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ବର୍ଷିଲେ ସୌମ୍ୟ, ପଢାଇଲେ ଇତିହାସ - Ravenshaw Issues

author img

By ETV Bharat Odisha Team

Published : Sep 10, 2024, 7:55 PM IST

Updated : Sep 10, 2024, 9:00 PM IST

Ravenshaw Name Change Issue: ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସଙ୍ଗରେ ତେଜୁଛି ରାଜନୀତି । ଭର୍ତ୍ତୃହରିଙ୍କ ଲିଖିତ ସମ୍ପାଦକୀୟକୁ ନେଇ ଏମିତି କହିଲେ ବରିଷ୍ଠ ରାଜନେତା ସୌମ୍ୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ରେଭେନ୍ସା ରାଜନୀତି: ଭର୍ତ୍ତୃହରିଙ୍କ ଉପରେ ବର୍ଷିଲେ, ରେଭେନ୍ସାଙ୍କୁ ହିରୋ ଦର୍ଶାଇ ଇତିହାସ ପଢାଇଲେ ସୌମ୍ୟରଞ୍ଜନ
ରେଭେନ୍ସା ରାଜନୀତି: ଭର୍ତ୍ତୃହରିଙ୍କ ଉପରେ ବର୍ଷିଲେ, ରେଭେନ୍ସାଙ୍କୁ ହିରୋ ଦର୍ଶାଇ ଇତିହାସ ପଢାଇଲେ ସୌମ୍ୟରଞ୍ଜନ (ETV Bharat Odisha)

ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟାନ ରଖିବା ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି । ଏହାକୁ କିଛି ଲୋକ ସମର୍ଥନ କରୁଥିବା ବେଳେ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ବିରୋଧ ଓ ସମାଲୋଚନା ମଧ୍ୟ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୟାନ ପରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଆଲେଖ୍ୟକୁ ନେଇ ବର୍ଷିଛନ୍ତି ବରିଷ୍ଠ ରାଜନେତା ତଥା ରେଭେନ୍ସାର ପୁରାତନ ଛାତ୍ର ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟ କହିଛନ୍ତି, ଭର୍ତ୍ତୃହରିଙ୍କର ଅହଙ୍କାର ଆସିଗଲାଣି । ନିଜେ ଦେଇଥିବା ମତ ଉପରେ ପୁନଃବିଚାର କରନ୍ତୁ ।

ରେଭେନ୍ସା ରାଜନୀତି: ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ବର୍ଷିଲେ ସୌମ୍ୟ, ପଢାଇଲେ ଇତିହାସ (ETV Bharat Odisha)
  • ଭର୍ତ୍ତୃହରି ବନାମ ସୌମ୍ୟ :

ଏକ ଖବର କାଗଜର ସମ୍ପାଦକୀୟରେ ଭର୍ତ୍ତୃହରି ମହତାବ ଏହି ପ୍ରସଙ୍ଗରେ ଆଲେଖ୍ୟ ଲେଖିଛନ୍ତି । ଏହାର ଶୀର୍ଷକ ରହିଛି ‘ନାମ ବଦଳାଇଦେଲେ ପ୍ରଳମ୍ଭ ଅସୁଦ୍ଧ ହେବ ନାହିଁ’ । ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ମନ୍ତବ୍ୟ ପରେ ଯେଉଁ ବିବାଦ ଦେଖା ଦେଇଛି ତାହା ଠିକ୍‌ ନୁହେଁ । କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କିଛି ଲୋକ ତିଳକୁ ତାଳ କରୁଛନ୍ତି । ସେପଟେ ଭର୍ତ୍ତୃହରିଙ୍କ ଏହି ଆଲେଖ୍ୟକୁ ନେଇ ବର୍ଷିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟ
ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟ (ETV Bharat Odisha)
  • 'ଭର୍ତ୍ତୃହରିଙ୍କ ଅହଂକାର ଆସିଲାଣି':

ସୌମ୍ୟ କହିଛନ୍ତି,‘‘ଭର୍ତ୍ତୃହରି ମହତାବ ରେଭେନ୍ସା କଲେଜର ଛାତ୍ର । ରେଭେନ୍ସାରୁ ସେ ଇଂରାଜୀରେ ଡିଗ୍ରୀ ହାସଲ କରିଛନ୍ତି । ସେ ସାତ ସାତ ଥର ନିର୍ବାଚନ ଜିତିଛନ୍ତି, ଜମା ହାରିନାହାନ୍ତି । ମୁଁ ତ ବହୁତ ଥର ହାରିଛି । ହାରିଥିବା ପାର୍ଟି କାହିଁକି ଜିତାପଟ ପାର୍ଟି ପାଇଁ କହିବ । କିନ୍ତୁ ମୁଁ ଭାବୁଛି ମହତାବ ବାବୁ ନିଶ୍ଚିନ୍ତ ଭାବରେ ଅନ୍ୟାୟ କରୁଛନ୍ତି । ବୋଧେ ତାଙ୍କର ଅହଂକାର ଟିକେ ଆସିଲାଣି । ସେ ଏହାର ପୁନଃବିଚାର କରନ୍ତୁ । ଯଦି ଲେଖି ଦେଇଛନ୍ତି, ଲେଖି ଦେଇଛନ୍ତି । କିନ୍ତୁ ଯାହା ଲେଖି ଦେଇଛନ୍ତି ସେଥିରେ ମୁଁ ଏକମତ ନୁହେଁ । ମତ ପରିବର୍ତ୍ତନ କରିବାରେ କ'ଣ ଅସୁବିଧା ଅଛି । "

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭାରେ ରେଭେନ୍ସା ଝଡ଼; ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡି ସୁରକ୍ଷା ମାଗିଲେ ବ୍ୟୋମକେଶ, ଗୃହରେ ବିଜେଡିର ପ୍ରବଳ ହଟ୍ଟଗୋଳ - Ravenshaw University row
  • ନାମ ବଡ ନୁହେଁ, କାମ ବଡ:
    ଭର୍ତ୍ତୃହରିଙ୍କ ଉପରେ ବର୍ଷିଲେ ସୌମ୍ୟ
    ଭର୍ତ୍ତୃହରିଙ୍କ ଉପରେ ବର୍ଷିଲେ ସୌମ୍ୟ (ETV Bharat Odisha)

ତେବେ ରେଭେନ୍ସା ନାମ ପରିବର୍ତ୍ତନ ନେଇ ପୂର୍ବତନ ରେଭେନ୍ସା ଛାତ୍ର ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, "ନାମ ପରିବର୍ତ୍ତନ କଥା ଉଠିବା ଦିନଠାରୁ ବିତର୍କର ସୂତ୍ରପାତ ହୋଇଛି । ବିତର୍କ ଗୋଟିଏ ପକ୍ଷକୁ ଆସିଲାଣି ଯେ, ରେଭେନ୍ସା ଗୋଟିଏ ନାମ ମାତ୍ର ନୁହେଁ । ଏହା ସହିତ ଜଡିତ ସମସ୍ତ ବ୍ୟକ୍ତିବିଶେଷଙ୍କ ମତ ହେଉଛି ଏହାର ନାମ ପରିବର୍ତ୍ତନ ମଙ୍ଗଳମୟ ନୁହେଁ । ନାମ ବଡ ନୁହେଁ କାମ ବଡ । ଦେଢ଼ ସହ ବର୍ଷ ପରେ ନାମକୁ ନେଇ ଏତେ ରାଗ କାହିଁକି । ରେଭେନ୍ସାଙ୍କର ଅନେକ ଅବଦାନ ରହିଛି । ତେଣୁ ନାମ ପରିବର୍ତ୍ତନ ନୁହେଁ କାମର ଅବଦାନକୁ ଦେଖନ୍ତୁ । ରେଭେନ୍ସାଙ୍କ ନାମକୁ ଅପରିବର୍ତ୍ତିତ ରଖନ୍ତୁ । ଅଯଥାରେ ବିବାଦ ସୃଷ୍ଟି କରାଯାଉଛି । ଏହା ବର୍ତ୍ତମାନ ଆଉ ବିତର୍କ ହୋଇକି ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...Ravenshaw: ରେଭେନ୍ସା ନାମ ପରିବର୍ତ୍ତନ ବିବାଦ; କିଏ ଥୋମାସ ଏଡୱାର୍ଡ, କଟକ ସହ କଣ ତାଙ୍କ ସମ୍ପର୍କ ? କଣ କହିଲେ ଐତିହାସିକ ? - TE Ravenshaw

'କାହିଁକି ରେଭେନ୍ସାର ନାମ ପରିବର୍ତ୍ତନ କରାଯିବ':

ସୌମ୍ୟ ରଞ୍ଜନ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ୧୦ ଦିନ ବିତିଗଲା ପରେ ଏନେଇ ଯଥେଷ୍ଟ ବିତର୍କ ହେଲାଣି, ହେଲେ ସେଇ ବିତର୍କରୁ ମୁଁ ଏପର୍ଯ୍ୟନ୍ତ କୌଣସି ବଳିଷ୍ଠ ଯୁକ୍ତି ପାଇନାହିଁ ଯେ, କାହିଁକି ରେଭେନ୍ସାର ନାମ ପରିବର୍ତ୍ତନ କରାଯିବ । ଯଦି ଟାଣି ଓଟରାକି ଆମେ ଗୋଟେ ଯୁକ୍ତିକୁ ବାଛିବା, ସେ ଯୁକ୍ତିଟି ହେଲା ନଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍ସା ସାହେବ କମିଶନର ହୋଇକି ଆସିଥିଲେ । କମିଶନର ଭାବେ ସେ ଯେଉଁ ଦାୟିତ୍ୱ ତୁଲାଇବା କଥା, ତାହା କଲେ ନାହିଁ । ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ମତ୍ୟୁ ହେଲା । ମୁଁ ତ ଇତିହାସ ବିଭାଗର ଛାତ୍ର ନୁହେଁ, ହେଲେ ଇତିହାସକୁ ଯେତିକି ଜାଣିଛି, ତାକୁ ନେଇ ମୁଁ ଐତିହାସିକ ବନ୍ଧୁମାନଙ୍କୁ ଆହ୍ୱାନ କରୁଛି ଏପରି ତଥ୍ୟ ଓ ପ୍ରମାଣ ଆପଣ ରଖନ୍ତୁ, ଯେଉଁଥିରେ ରେଭେନ୍ସା ସାହେବଙ୍କୁ ସିଧାସଳଖ ନଅଙ୍କ ଦୁର୍ଭିକ୍ଷର ବିଭୀଷିକା ପାଇଁ ଦାୟୀ କରାଯାଇଛି । ଅନ୍ୟମାନଙ୍କୁ ବରଂ ଦାୟୀ କାରାଯାଇଛି । ୧୦ବର୍ଷ ଓଡ଼ିଶାର କମିଶନର ଭାବେ କାର୍ଯ୍ୟ କରିଛନ୍ତି, ତାଙ୍କୁ ନିଲମ୍ବିତ କରାଯାଇନି । ଯଦି ଏହିସବୁ କ୍ଷେତ୍ରରେ କିଛି ଅବହେଳା କରାଯାଇଥାଏ ସେହି ଅବହେଳାର ପ୍ରାୟଶ୍ଚିତ ପାଇଁ ସେ ଆମ ପାଇଁ ବହୁତ କିଛି କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ଶାସକ ବିରୋଧୀ ମୁହାଁମୁହିଁ - CONTROVERSY OVER RAVENSHAW NAME
  • ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ନାମ ପରିବର୍ତ୍ତନ ଉପରେ ବିଚାର କରନ୍ତୁ:

ସୌମ୍ୟ ଏହା ମଧ୍ୟ କହିଛନ୍ତି," ଶିକ୍ଷା କ୍ଷେତ୍ରରେ ନବଜାଗରଣ ଆଣିବାରେ ତାଙ୍କର ବଳିଷ୍ଠ ଅବଦାନ ରହିଛି । ସ୍ୱାସ୍ଥ୍ୟର ବିକାଶକୁ ନେଇ ‘ଏସସିବି’ କଲେଜର ମଧ୍ୟ ସେ ମୁଳଦୁଆ ପକାଇଛନ୍ତି । ଶିକ୍ଷା ସହ ବିଭିନ୍ନ କ୍ଷେତ୍ରର ତାଙ୍କର ଅନନ୍ୟ ଅବଦାନ ଉଲ୍ଲେଖନୀୟ । ସେ ନିଜେ ତାଙ୍କ ନାଁ ଦେଇନଥିଲେ । ତାଙ୍କ ନାଁ ଦେଇଥିଲେ ମୟୁରଭଞ୍ଜର ରାଜା । ଫକୀର ମୋହନ ସେନାପତି ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । ଓଡିଶା ସହ ସେ ଜଡିତ ହେବା ଓଡ଼ିଆରେ ବି କଥା ହେଉଥିଲେ । ଓଡିଶାକୁ ଭଲ ପାଇବାର ଏଇ ଛୋଟିଆ ଛୋଟିଆ ପ୍ରମାଣ ଦେଖିବା ପରେ ତାକୁ ଯଦି ମୁଁ ପ୍ରାୟଶ୍ଚିତ ବୋଲି ବିଚାର କରିବି ତାହାଲେ ଆମେ କ୍ଷମାଶୀଳ ଜଗନ୍ନାଥଙ୍କ ଭକ୍ତ ଓଡ଼ିଆମାନେ କ୍ଷମା ଦେଇ ତାଙ୍କୁ ଅଭିଵାଦନ କରିବା । ଏଇଟା ହିଁ ମୋ ବିଚାରରେ ସର୍ବଶେଷ୍ଠ ନିଷ୍ପତ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ମୁଁ ଅନୁରୋଧ କରୁଛି ଏଥିରେ ବିତର୍କର କିଛି ଅବକାଶ ନାହିଁ । ତେଣୁ ସେ ବିଚାର କରନ୍ତୁ ଆଉ ଏହି ବିତର୍କର ଅବସାନ ଘଟୁ । ଖୋଲା ଭାବେ ରେଭେନ୍ସା ଓ ଓଡିଶାକୁ ଭଲ ପାଉଥିବା ବ୍ୟକ୍ତିମାନେ ଓ ଓଡ଼ିଶାର ନବଜାଗରଣର ସୂତ୍ରଧରମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ସେ ଏଭଳି କୌଣସି ନାମ ପରିବର୍ତ୍ତନର ବିଚାର ନାହିଁ ବୋଲି ସରକାର ଘୋଷଣା କରନ୍ତୁ ବା ସ୍ପଷ୍ଟୋକ୍ତି ଆଣନ୍ତୁ । ଏଭଳି କଲେ ଅନେକ ଓଡ଼ିଆ ତାଙ୍କୁ ଅଭିଵାଦନ ଜଣାଇବେ ଓ ତାଙ୍କ ଉପରେ ଖୁସି ହେବେ ।"

  • ରେଭେନ୍ସା ହେରିଟେଜ୍ ଫୋରମର ବିରୋଧ:

ସେପଟେ ନାମ ପରିବର୍ତ୍ତନକୁ ବିରୋଧ କରିଛି ‘ରେଭେନ୍ସା ହେରିଟେଜ୍ ଫୋରମ୍’ । ଏନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ରେଭେନ୍ସା ନାମକୁ ଅପରିବର୍ତ୍ତିତ ରଖିବାକୁ ଦାବି କରଛନ୍ତି ଫୋରମର ସଦସ୍ୟ । ରେଭେନ୍ସା କଲେଜର ପୁରାତନ ଛାତ୍ରଙ୍କୁ ନେଇ ଗଠିତ ‘ରେଭେନ୍ସା ହେରିଟେଜ୍ ଫୋରମ’ ସଂଗଠନ ନାମ ପରିବର୍ତ୍ତନର ଯେଉଁ ବ୍ୟବସ୍ଥା, ଆଲୋଚନା ଚାଲିଛି ତାକୁ ପ୍ରତ୍ୟାବର୍ତ୍ତନ କରାଯାଉ ବୋଲି ଦାବି କରିଛି । ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନକୁ ରାଜନୈତିକ ରଙ୍ଗ ଦିଆଯାଉଥିବା କହିଛନ୍ତି ଫୋରମର ସଦସ୍ୟ । ରେଭେନ୍ସାଙ୍କ କାମକୁ ତୂଳନା କରି ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ନହେଉ ବୋଲି ବୈଠକରେ ମତ ରଖିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ଏ ବିଷୟରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯିବ ବୋଲି ଫୋରମର ସଦସ୍ୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2024, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.