ETV Bharat / state

ଶଗଡ଼ ଗାଡିରେ ଆସିଲେ ଚାଷୀନେତ୍ରୀ, ଭରିଲେ ନାମାଙ୍କନ - CANDIDATE ARRIVES IN BULLOCK CART - CANDIDATE ARRIVES IN BULLOCK CART

MLA Candidate Arrives Bullock cart: ଚାଷୀ ନେତ୍ରୀଙ୍କ ନିଆରା ନାମାଙ୍କନ । ଶଗଡ଼ ଗାଡ଼ିରେ ଆସିଲେ ନାମାଙ୍କନ ଭରିଲେ ସୋନାଲି । ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ । ଅଧିକ ପଢନ୍ତୁ

ଯୁବ ଚାଷୀନେତ୍ରୀଙ୍କ ନିଆରା ଶୋଭାଯାତ୍ରା
ଯୁବ ଚାଷୀନେତ୍ରୀଙ୍କ ନିଆରା ଶୋଭାଯାତ୍ରା (ETV BHARAT ODISHA)
author img

By ETV Bharat Odisha Team

Published : May 2, 2024, 4:51 PM IST

ଯୁବ ଚାଷୀନେତ୍ରୀଙ୍କ ନିଆରା ଶୋଭାଯାତ୍ରା (ETV BHARAT ODISHA)

ସୁବର୍ଣ୍ଣପୁର: ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଜୋରସୋର ପ୍ରଚାର ଆରମ୍ଭ ହୋଇଛି । ତେବେ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଦାମୀ ଗାଡିରେ ଆସି ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ । କିନ୍ତୁ ସୋନପୁର ବିଧାନସଭା ନିର୍ବାଚନ ପ୍ରାର୍ଥୀ ଶଗଡ ଗାଡିରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ନବ ନିର୍ମାଣ କୃଷକ ସଂଗଠନର ଯୁବା ଚାଷୀ ନେତ୍ରୀ ସୋନାଲି ବିଶି ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଚାଷୀଙ୍କର ଅସ୍ମିତାର ପ୍ରମାଣ କରାଇବା ପାଇଁ ଏଭଳି ଅଭିନୟ ଉପାୟ କରିଥିବା କହିଛନ୍ତି ସୋନାଲି ।

ଶତାଧିକ ଚାଷୀଙ୍କ ଗହଣରେ ପ୍ରାୟ 20 ଖଣ୍ଡ ହଳ ଶଗଡରେ ସହରର ରୟାଲ ପଡିଆରୁ ଏକ ଶୋଭାଯାତ୍ରାରେ ଆସି ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ଯୁବ ଚାଷୀ ନେତ୍ରୀ ସୋନାଲି ବିଶିଙ୍କ ସମର୍ଥନରେ ଆସିଥିବା ଚାଷୀମାନେ ତଥା ଜନସାଧାରଣ ନାମାଙ୍କନ ପତ୍ର ଦାଖଲ ପାଇଁ ନିର୍ଦ୍ଧାରିତ ରାଶି ପ୍ରଦାନ କରିଥିଲେ । ସୋନାଲିଙ୍କ ପଣତରେ ଜନସାଧାରଣ, ଚାଷୀ ତଥା ସମର୍ଥକମାନେ ନୋଟ ବର୍ଷା କରିଥିଲେ । ଚାଷୀଙ୍କ ଆର୍ଥିକ ସହଯୋଗରେ ଆଜି ସୋନାଲି ନାମାଙ୍କନ ପତ୍ର ଦାଖଲ କରିବା ସହିତ ନାମାଙ୍କନ ରାଶି ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଯୁବ ଚାଷୀନେତ୍ରୀଙ୍କ ନିଆରା ପ୍ରଚାର; ଲୋକଙ୍କ ସମସ୍ୟା ବୁଝୁଛନ୍ତି, ଆର୍ଥିକ ସହଯୋଗ ମାଗୁଛନ୍ତି - Sonali Bishi Campaigning

ତେବେ ଜଣେ ଯୁବ ନାରୀ ନେତ୍ରୀ ଭାବେ ସେ ଚାଷୀଙ୍କ ସମସ୍ୟାକୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ତଥା ସଭା ସମିତି ଶୋଭାଯାତ୍ରା ମାଧ୍ୟମରେ ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହିତ ତାର ସମାଧାନ ପାଇଁ ଅନେକ ସମୟରେ ଉଦ୍ୟମ କରିଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ବେଶ କିଛି ଦିନ ପୂର୍ବରୁ ତାଙ୍କୁ ନବ ନିର୍ମାଣ କୃଷକ ସଂଗଠନ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଚାଷୀଙ୍କ ସମର୍ଥନରେ ରହିଛନ୍ତି । ଚାଷୀମାନେ ବେଶ ଉତ୍ସାହର ସହିତ ଜଣେ ଶିକ୍ଷିତ ଯୁବ ଚାଷୀ ନାରୀ ନେତ୍ରୀଙ୍କୁ ସମର୍ଥନ ଦେବା ସହିତ ଆର୍ଥିକ ସହଯୋଗ ମଧ୍ୟ କରୁଛନ୍ତି । ତେବେ ପୁରୁଖା ନେତା ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ବିଜେପି ନେତା ପ୍ରମୋଦ ମହାପାତ୍ର ତଥା କଂଗ୍ରେସ ପ୍ରାର୍ଥୀ ପ୍ରିୟବ୍ରତ ସାହୁଙ୍କୁ ନିର୍ବାଚନରେ ମାତ ଦେବା ପାଇଁ ଅଭିନବ ତଥା ନିଆରା ନିର୍ବାଚନ ପ୍ରଚାର କରିବା ସହିତ ଚାଷୀ ଭାଇ ଭଉଣୀମାନଙ୍କ ସମର୍ଥନ ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଥର ନିର୍ବାଚନରେ ସୋନାଲି ପୁରୁଖା ନେତାଙ୍କୁ କଡା ଟକ୍କର ଦେବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.