ETV Bharat / state

ନିରାଶ୍ରୟାଙ୍କୁ ଆଶ୍ରୟ ଦେଉଛି ଆନନ୍ଦାଶ୍ରମ, ଅନ୍ତେବାସୀଙ୍କ ଆଶାବାଡି ପାଲଟିଛନ୍ତି ସେବତୀ

author img

By ETV Bharat Odisha Team

Published : Mar 9, 2024, 6:29 PM IST

Anandashram Shelter For Despondent:କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳରେ ଆଇଡିଏ ନାମକ ଏକ ଅନୁଷ୍ଠାନ ଗଢି ମହିଳାଙ୍କ ଉତ୍ଥାନ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସମାଜସେବୀ ସେବତୀ ସିଂ । ସେ ନିରାଶ୍ରୟାଙ୍କ ଆଶ୍ରୟ ପାଲଟି ସମାଜ ପାଇଁ ସାଜିଛନ୍ତି ଉଦାହରଣ । ଅଧିକ ପଢନ୍ତୁ

ନିରାଶ୍ରୟାଙ୍କୁ ଆଶ୍ରୟ ଦେଉଛି ଆନନ୍ଦାଶ୍ରମ, ଅନ୍ତେବାସୀଙ୍କ ଆଶାବାଡି ପାଲଟିଛନ୍ତି ସେବତୀ
ନିରାଶ୍ରୟାଙ୍କୁ ଆଶ୍ରୟ ଦେଉଛି ଆନନ୍ଦାଶ୍ରମ, ଅନ୍ତେବାସୀଙ୍କ ଆଶାବାଡି ପାଲଟିଛନ୍ତି ସେବତୀ
ନିରାଶ୍ରୟାଙ୍କୁ ଆଶ୍ରୟ ଦେଉଛି ଆନନ୍ଦାଶ୍ରମ, ଅନ୍ତେବାସୀଙ୍କ ଆଶାବାଡି ପାଲଟିଛନ୍ତି ସେବତୀ

କେନ୍ଦୁଝର: ଭାରତୀୟ ସଂସ୍କୃତି କ୍ଷେତ୍ରରେ ମହିଳାମାନେ ଦେବୀଙ୍କ ସଦୃଶ ଅଟନ୍ତି । ମହିଳାଙ୍କୁ ଦେବୀ ଭଳି ପୂଜା କରାଯାଏ । ପୂର୍ବରୁ ମହିଳାମାନଙ୍କୁ ଘରର ଚାରିକାନ୍ଥ ମଧ୍ୟରେ ରଖାଯାଉଥିଲା । କିନ୍ତୁ ଆଜିର ସମୟରେ ମହିଳାମାନଙ୍କ ପ୍ରତି ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ପୁଅଙ୍କଠୁ ଦୁଇ ପାଦ ଆଗରେ ମହିଳା । ଆଜିର ଦିନରେ ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଠାରେ ମହିଳାମାନେ ପହଞ୍ଚି ପାରିନାହାନ୍ତି । ସେମାନଙ୍କର ବଳିଦାନ, ସଂଘର୍ଷ ଏବଂ ତ୍ୟାଗର କାହାଣୀ ଲେଖି ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ । ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ସମାଜସେବୀ ସେବତୀ ସିଂ ।

ନିଜ ବାଲ୍ୟକାଳରୁ ସମାଜ ସେବାକୁ ବ୍ରତ ଭାବେ ଗ୍ରହଣ କରି ଆଜି ସେ କେବଳ ଜିଲ୍ଲା ନୁହେଁ ରାଜ୍ୟରେ ଜଣେ ଜଣାଶୁଣା ନାଁ । ଆଦିବାସୀ ବହୁଳ ଅପହଞ୍ଚ ଅଞ୍ଚଳ ଭାବେ ବାଂଶପାଳ ବ୍ଲକରୁ ନିଜ ସମାଜସେବା କାର୍ଯ୍ୟ ଆରମ୍ଭ କରିଥିଲେ ସମାଜସେବୀ ସେବତୀ ସିଂ । ଆଇଡିଏ ଅନୁଷ୍ଠାନ ଗଢି ଆଦିବାସୀ ବହୁଳ ଅଞ୍ଚଳରେ ମହିଳାଙ୍କ ଉତ୍ଥାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରି ଚାଲିଛନ୍ତି ସେବତୀ । ଏହା ସହ ସେ ନିରାଶ୍ରୟାଙ୍କ ଆଶ୍ରୟ ହୋଇପାରିଛନ୍ତି । ଏଥିପାଇଁ ଆରମ୍ଭ କରିଛନ୍ତି ଆନନ୍ଦାଶ୍ରମ ।

ଏହା ମଧ୍ୟ ପଢନ୍ତୁ.....ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ, ବିୟଣ୍ଡ ହରାଇଜନ୍ସ ଉପରେ ଆଲୋଚନା

କେନ୍ଦୁଝର ସଦର ବ୍ଲକ ବନାଯୋଡ଼ି ସ୍ଥିତ ଆଇଡିଏ ଠାରେ ଆନନ୍ଦାଶ୍ରମ କରି ୫୦ଜଣ ବୃଦ୍ଧବୃଦ୍ଧାଙ୍କୁ ଆଶ୍ରୟ ଦେଇଛନ୍ତି ସେବତୀ । ବିନା ସରକାରୀ ସହାୟତାରେ ଚଲାଉଥିବା ଏହି ଆନନ୍ଦାଶ୍ରମରେ ଅନ୍ତେବାସୀ ଅତି ଆନନ୍ଦର ସହ ନିଜ ଘର ଭଳି ଜୀବନ ଯାପନ କରୁଛନ୍ତି । ସେବତୀ ଏହି ନିରାଶ୍ରୟା ବୃଦ୍ଧବୃଦ୍ଧାଙ୍କୁ ପରିବାର ଅଭାବ ଅନୁଭବ ନକରିବା ପାଇଁ ନୂଆ ନୀତି ପ୍ରଣୟନ କରିଛନ୍ତି । ଗୁରୁଜନ ନୀତି ନାମକ ନୂତନ ପ୍ରଣୟନ କରି ଆଇଡିଏ ପରିସରରେ ଚାଲିଥିବା ଶିଶୁମାନଙ୍କ ପାଇଁ ବିଦ୍ୟାଳୟର ଅନ୍ତେବାସୀଙ୍କ ସହ ନିରାଶ୍ରୟା ବୃଦ୍ଧବୃଦ୍ଧାଙ୍କ ଭାବ ବିନିମୟ କରାଯାଇଥାଏ । ଫଳରେ ବିଦ୍ୟାଳୟର ଅନ୍ତେବାସୀଙ୍କୁ ଜେଜେବାପା ଜେଜେମାଙ୍କ ଅଭାବ ଅନୁଭବ ହେଉ ନଥିବାବେଳେ ଆନନ୍ଦାଶ୍ରମର ଅନ୍ତେବାସୀ ପରିବାର ଠାରୁ ପାଇଥିବା କଷ୍ଟକୁ ଭୁଲି ବହୁ ଆନନ୍ଦରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି ।

ଏହି ଆନନ୍ଦାଶ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନିରାଶ୍ରୟ ମହିଳାମାନେ ଆସି ନିଜ ବାସସ୍ଥାନ ଭଳି ନିଜକୁ ବିଭିନ୍ନ କାର୍ଯ୍ୟରେ ସାମିଲ କରିଛନ୍ତି । ଏହି ଅନ୍ତେବାସୀଙ୍କ ସହ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି ସମାଜସେବୀ ସେବତୀ ସିଂ । ସେବତୀ ନିରାଶ୍ରୟାଙ୍କ ଆଶ୍ରୟ ହୋଇ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ହୋଇ ପାରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.