ETV Bharat / state

ଦେଶକୁ ସୁରକ୍ଷା ଦେବେ ମାଓ ପ୍ରବଣ ଅଞ୍ଚଳ ଛାତ୍ରଛାତ୍ରୀ, ସେନାବାହିନୀରେ ହେବେ ସାମିଲ

ମାଓ ପ୍ରବଣ ଅଞ୍ଚଳ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି କରିବାର ତାଲିମ । ପୋଲିସ, ଆର୍ମି ଓ ଅନ୍ୟାନ୍ୟ ସାମରିକ ବିଭାଗରେ ହେବେ ସାମିଲ ।

Training To College students In Naxal Affected Areas
Training To College students In Naxal Affected Areas (ETV Bharat Odisha)
author img

By ETV Bharat Odisha Team

Published : 8 hours ago

ଭୁବନେଶ୍ବର: ଦେଶ ସୁରକ୍ଷାରେ ସାମିଲ ହେବେ ମାଓ ପ୍ରବଣ ଅଞ୍ଚଳର ଛାତ୍ରଛାତ୍ରୀ । ମାଓ ପ୍ରବଣ ଜିଲ୍ଲାରେ ଥିବା କଲେଜଗୁଡିକରେ NCCର ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବା ସହ ପିଲାମାନଙ୍କ ଭିତରେ ସାମରିକ ନିଯୁକ୍ତି ପ୍ରତି ଆଗ୍ରହ ଓ ଉତ୍ସାହ ବଢାଇବା ପାଇଁ ଦାୟିତ୍ଵ ନେଇଛି ଉଚ୍ଚ ଶିକ୍ଷା ବିଭାଗ । ମାଓ ପ୍ରବଣ ଅଞ୍ଚଳରେ କଲେଜ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଯୋଗାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷପ ନିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ମାଓ ପ୍ରବଣ ଅଞ୍ଚଳ ଛାତ୍ରଛାତ୍ରୀଙ୍କୁ ତାଲିମ:

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସୂଚନା ଅନୁସାରେ, ମାଓ ପ୍ରବଣ ଜିଲ୍ଲାରେ କଲେଜ ଗୁଡିକରେ ଏନସିସିର ସହଯୋଗରେ ପିଲାମାନଙ୍କୁ ଦିଆଯାଉଛି ଦକ୍ଷତା ବିକାଶ ତାଲିମ । ପିଲାମାନଙ୍କ ଭିତରେ ସାମରିକ ନିଯୁକ୍ତି ପ୍ରତି ଆଗ୍ରହ ଓ ଉତ୍ସାହ ବଢାଇବା ପାଇଁ ଦାୟିତ୍ଵ ନେଇଛି ଉଚ୍ଚ ଶିକ୍ଷା ବିଭାଗ । ଯାହାଦ୍ବାରା ମାଓ ପ୍ରଭାବିତ ଅଞ୍ଚଳରେ ପିଲାମାନେ ପୋଲିସ, ସେନା ଓ ଅନ୍ୟାନ୍ୟ ସାମରିକ ଏବଂ ବେସାମରିକ ବିଭାଗରେ ନିଯୁକ୍ତି ପାଇପାରିବେ । ସେଥିପାଇଁ ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସରକାର ପିଲାମାନଙ୍କୁ ମେଧାବୀ ଏବଂ ଆର୍ଥିକ ମାନଦଣ୍ଡ ଭିତ୍ତିରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।

Training To College students In Naxal Affected Areas (ETV Bharat Odisha)

କ'ଣ ପଦକ୍ଷପ ନେଇଛି ଉଚ୍ଚଶିକ୍ଷା ବିଭାଗ:

ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ଯେଉଁ ମାଓ ପ୍ରବଣ ଅଞ୍ଚଳ ରହିଛି ସେସବୁ ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ଯେଉଁ କଲେଜଗୁଡ଼ିକ ଅଛି ସେଠାରେ NCCର ସହଯୋଗରେ ପିଲାମାନଙ୍କ ଭିତରେ ସାମରିକ ନିଯୁକ୍ତି ପ୍ରତି ଆଗ୍ରହ ଓ ଉତ୍ସାହ ବଢ଼ାଇବା ସହ ସଚେତନତା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବ ନେଇଛି । ମାଓ ପ୍ରବଣ ଅଞ୍ଚଳର ପିଲାମାନେ କିପରି ପୋଲିସ, ଆର୍ମି ଓ ଅନ୍ୟାନ୍ୟ ସାମରିକ ବିଭାଗରେ ଚାକିରି ପାଇପାରିବେ ସେଥିପାଇଁ ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏ ପ୍ରୟାସ ସୁଫଳ ହେବ ବୋଲି ମୋର ଆଶା ।"

ପ୍ରଥମ ପର୍ଯ୍ୟାୟରେ ୨୦୦ କଲେଜ ଚିହ୍ନଟ:

ଏହା ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଆସିଥିଲା ଯେ, କଲେଜରେ ଛାତ୍ରୀମାନଙ୍କ ପାଇଁ ସେଲ୍‌ଫ ଡିଫେନ୍ସ କ୍ଲବ ଖୋଲିବ । ରାଜ୍ୟରେ ଥିବା ପ୍ରତି ଯୁକ୍ତ ତିନି କଲେଜରେ ଖୋଲିବ ଆତ୍ମରକ୍ଷା ପାଇଁ କ୍ଳବ୍ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷମାନଙ୍କୁ ଚିଠି ହୋଇଛି । ଏହି କ୍ଲବରେ ଛାତ୍ରୀଙ୍କୁ ଆତ୍ମରକ୍ଷା ପାଇଁ ବିଭିନ୍ନ ପ୍ରକାର କୌଶଳ ଶିଖାଯିବ । ଯାହାଦ୍ବାରା ଛାତ୍ରୀମାନେ ବିପଦ ସମୟରେ ନିଜେ ନିଜର ସୁରକ୍ଷା କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...'୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP

ଏହା ମଧ୍ୟ ପଢ଼ନ୍ତୁ...ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ; କହିଲେ ଗଞ୍ଜେଇ ଚାଷରେ ଲାଗିବ ଅଙ୍କୁଶ

ଏହା ମଧ୍ୟ ପଢ଼ନ୍ତୁ...ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

କଲେଜ ଗୁଡ଼ିକରେ ସେଲ୍‌ଫ ଡିଫେନ୍ସ କ୍ଲବ:

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୦୦ କଲେଜ ମଧ୍ୟରେ ରହିଛି ୪୩ ସରକାରୀ କଲେଜ ଏବଂ ୧୫୨ଟି ଆଡେଡ୍ କଲେଜ । ଏଥିପାଇଁ କଲେଜ ଗୁଡ଼ିକରେ ସେଲ୍‌ଫ ଡିଫେନ୍ସ କ୍ଲବ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେଲ୍‌ଫ ଡିଫେନ୍ସ କ୍ଲବର ସଂଯୋଜକ ନିଯୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉପ-ସଚିବଙ୍କ ପକ୍ଷରୁ କଲେଜର ସମସ୍ତ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି । ଏଥିସହ ସଂଯୋଜକଙ୍କ ନାଁ ସମେତ କଲେଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆସନ୍ତା ଜାନୁଆରୀ ୨୨ ସୁଦ୍ଧା ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.