ETV Bharat / state

ଜଙ୍ଗଲରୁ ନିଖୋଜ ଯୁବକର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Feb 12, 2024, 10:41 PM IST

Skeleton Found From Forest: ଦୀର୍ଘ ଛଅ ମାସ ପରେ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ । ମୃତକ ଜଣକ ହେଲେ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମର ଲୋଚନ ଶବରଙ୍କ ପୁଅ ସନ୍ତୋଷ ଶବର (୨୧) ବୋଲି ଜଣାପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଯୁବକର କଙ୍କାଳ , ହତ୍ୟା ସନ୍ଦେହ

ଦେବଗଡ଼: ଜଙ୍ଗଲରୁ ଉଦ୍ଧାର ହେଲା ଛଅ ମାସ ପୂର୍ବରୁ ନିଖୋଜ ଥିବା ଯୁବକଙ୍କ କଙ୍କାଳ । ହତ୍ୟା ସନ୍ଦେହ ନେଇ ପୋଲିସର ତଦନ୍ତ ଆରମ୍ଭ । ବିଗତ କିଛିମାସ ହେଲା ଦେବଗଡ଼ ଜିଲ୍ଲାରେ ବୃଦ୍ଧି ପାଉଛି ଅପରାଧୀକ କାର୍ଯ୍ୟକଳାପ । ପୋଲିସ ବିଭାଗରେ ଦକ୍ଷ ଅଧିକାରୀଙ୍କ ଅଭାବ ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୋଲିସର ବିଫଳତା କାରଣରୁ ଚୋରି, ଜଙ୍ଗଲ ତସ୍କରି, ହତ୍ୟା ଲୁଟ ଓ ଅପହରଣ ଆଦି ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାସହ ଜିଲ୍ଲାର ଶାନ୍ତ ବାତାବରଣ ନଷ୍ଟ ହେବାରେ ଲାଗିଛି ।

ଆଜି ବାରକୋଟ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ନିଖୋଜ ଥିବା ଯୁବକର କଙ୍କାଳ ଉଦ୍ଧାର ହୋଇଛି । କେହି ଯୁବକକୁ ହତ୍ୟା କରି ମାଟିରେ ପୋତି ଦେଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି । ଏନେଇ ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଦେବଗଡ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକର କଙ୍କାଳ ଆଜି ପୋଲିସ ଜବତ କରିଛି । ଜବତ ହୋଇଥିବା କଙ୍କାଳ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମର ଲୋଚନ ଶବରଙ୍କ ପୁଅ ସନ୍ତୋଷ ଶବର (୨୧) ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ସନ୍ତୋ‌ଷ କାଉଁସିବାହାଳ ଗ୍ରାମରେ ନିଜର ସଂପର୍କୀୟଙ୍କ ଘରେ ରହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ନିକଟରେ କାମ କରୁଥିଲା । ପ୍ରାୟ ୬ ମାସ ପୂର୍ବରୁ ସନ୍ତୋଷ ଜମିକୁ ହଳ କରିବା ପାଇଁ ଯାଇ ଥିବାବେଳେ ସେହି ଦିନ ଠାରୁ କୁଆଡେ ନିଖୋଜ ହୋଇଥିଲା । ତାଙ୍କ ପରିବାର ଲୋକ ସନ୍ତୋଷକୁ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ସନ୍ତୋଷ ନିଖୋଜ ହେବାର କୌଣସି କାରଣ ମଧ୍ୟ ଜଣା ପଡିନଥିଲା । ତଥାପି ସନ୍ତୋଷର ଫେରିବା ବାଟକୁ ପରିବାର ଲୋକେ ଅନାଇ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ .....ପ୍ରେମ ସପ୍ତାହରେ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ ! ମିଳିଲା ଝୁଲନ୍ତା ମୃତଦେହ

ଆଜି ସକାଳେ ଗାଁ ନିକଟ ଜଙ୍ଗଲରେ ଏକ ନରକଙ୍କାଳ ପଡିଥିବା ଗ୍ରାମବାସୀମାନେ ଦେଖିବା ପରେ ଦେବଗଡ ଥାନା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକର କଙ୍କାଳ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା । କଙ୍କାଳ ପାଖରେ ପଡିଥିବା ପ୍ୟାଣ୍ଟ ଓ ସାର୍ଟକୁ ଦେଖି ସନ୍ତୋଷଙ୍କ ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିଲେ । ତେବେ ସନ୍ତୋଷଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଓ ଗ୍ରାମବାସୀ ସନ୍ଦେହ କରୁଛନ୍ତି ।ଏହା ଏକ ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି ସେ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ,ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.