ETV Bharat / state

ଜୁନାଗଡ ଗଣଦୁଷ୍କର୍ମ ମାମଲା ରାୟ : ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ - SIX SENTENCED TO LIFE IMPRISONMENT

୫ ବର୍ଷ ପରେ ଗଣଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ । ୩ ଜଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ।

ବହୁଚର୍ଚ୍ଚିତ ଜୁନାଗଡ ଗଣଦୁଷ୍କର୍ମ: 6 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ବହୁଚର୍ଚ୍ଚିତ ଜୁନାଗଡ ଗଣଦୁଷ୍କର୍ମ: 6 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 12:13 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁର ଘନା ଜଙ୍ଗଲରେ 2019ରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଧର୍ମଗଡ଼ ଅତିରିକ୍ତ ଜିଲା ଦୌରା ଜଜ ସୁରେଶ ଚନ୍ଦ୍ର ପ୍ରଧାନ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲା ଦୌରା ଜଜ ।

  • ୬ ଜଣଙ୍କୁ ଆଜୀବନ, ୩ ନିର୍ଦ୍ଦୋଷରେ ଖଲାସ

ଦୋଷୀମାନେ ହେଲେ ପର୍ଲା ଗ୍ରାମର ଲଳୀନ୍ଦ୍ର ଶବର, ବକ୍ସିତୁଳସୀପାଲି ଗ୍ରାମର ଲାବଣ୍ୟ ଛତ୍ରିଆ, ଅନିରୁଦ୍ଧ ଛତ୍ରିଆ, ପ୍ରକାଶ ଓରଫ ଲୁକୁ ନାଏକ, ଶାନ୍ତ ନାଏକ ଓ ଅମିତ ନାଏକ । ଅନ୍ୟପକ୍ଷରେ ତଥ୍ୟ ପ୍ରମାଣ ଅଭାବରୁ ସେତେବେଳେ ଭିଡିଓ ଭାଇରାଲ ପାଇଁ ଗିରଫ ହୋଇଥ‌ିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।

ବହୁଚର୍ଚ୍ଚିତ ଜୁନାଗଡ ଗଣଦୁଷ୍କର୍ମ: 6 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ଚାଉଳ ଦେବା ଆଳର ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଯୋଗାଣ ସହାୟକ ଗିରଫ

କଟକ ଗଣଦୁଷ୍କର୍ମ ଘଟଣା: DCPଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍

ବହୁଚର୍ଚ୍ଚିତ ଜୁନାଗଡ ଗଣଦୁଷ୍କର୍ମ: 6 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
ବହୁଚର୍ଚ୍ଚିତ ଜୁନାଗଡ ଗଣଦୁଷ୍କର୍ମ: 6 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ (ETV Bharat Odisha)

2019ରେ ଘଟିଥିଲା ଗଣଦୁଷ୍କର୍ମ:-

ମାମଲା ପରିଚାଳନା କରୁଥିବା ସରକାରୀ ଓକିଲଙ୍କ ତଥ୍ୟ ଅନୁସାରେ, ୨୦୧୯ ମସିହା ସେପ୍ଟେମ୍ବର ୧୪ ତାରିଖ ଅପରାହ୍ନରେ ଧର୍ମଗଡ଼ ଥାନା ପର୍ଲା ଗ୍ରାମର ଲଳୀନ୍ଦ୍ର ଶବର (ବସ୍ କଣ୍ଡକ୍ଟର) ପୀଡିତାଙ୍କୁ ନିଜ ଗାଁରେ ଛାଡିଦେବି କହି ବନମାଳୀପୁର ସଂରକ୍ଷିତ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ଅନ୍ୟ ୫ ଜଣ ଯୁବକ ମଧ୍ୟ ପୀଡିତାଙ୍କୁ ଗଣଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୨୦୧୯ ସେପ୍ଟେମ୍ବର ୨୩ ତାରିଖରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।’’

ଏହା ମଧ୍ୟ ପଢନ୍ତୁ:- 'ଡିଜିଟାଲ ଆରେଷ୍ଟ' ନାଁରେ ଟଙ୍କା ହଡ଼ପ, ଧରାପଡିଲା ସାଇବର ଠକ ଗ୍ୟାଙ୍ଗ

ଏହା ମଧ୍ୟ ପଢ଼ନ୍ତୁ...ସାଇବର ଠକେଇ: ଇଣ୍ଟରପୋଲ ସହାୟତାରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ

ଏହା ମଧ୍ୟ ପଢ଼ନ୍ତୁ...କ୍ରାଇମବ୍ରାଞ୍ଚ କବଜାରେ ବଡ଼ ସାଇବର ଠକେଇ, ୨୪ ଗିରଫ, JSW ଅଧିକାରୀ ହୋଇଥିଲେ ଶୀକାର

ସେତେବେଳେ ଏହି ଘଟଣା ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚିତ ଖବର ପାଲଟିଥିଲା । କାର୍ଯ୍ୟାନୁଷ୍ଠାନ ଦାବିରେ କିଛି ସ୍ଥାନରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା । ତେବେ ଦୀର୍ଘ 5 ବର୍ଷ ପରେ ଏହି ମାମଲାରେ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗତକାଲି ରାୟ ପ୍ରକାଶ ପାଇବା ପରେ ଦୋଷୀମାନଙ୍କୁ ପୋଲିସ ଜେଲ ପଠାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.