ETV Bharat / state

ଖୋଜା ପଡ଼ିଛି ସିମ ବକ୍ସର ଆତଙ୍କୀ ଲିଙ୍କ; ଭୁବନେଶ୍ବରରେ NIA ଟିମର ଛାନଭିନ୍, ରାଜୁ ମଣ୍ଡଳକୁ ଚାଲିଛି ଜେରା - SIM Box racket

author img

By ETV Bharat Odisha Team

Published : Aug 21, 2024, 3:42 PM IST

NIA arrives in Bhubaneswar to interrogate Raju Mandal: ସିମ ବକ୍ସ ଘଟଣାର ତଦନ୍ତ ପାଇଁ ଭୁବନେଶ୍ବରରେ ଏନଆଇଏ ଟିମ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ କରୁଛି ଜେରା । ପଢନ୍ତୁ ପୁରା ଖବର

ଭୁବନେଶ୍ବରରେ NIA ଟିମର ଛାନଭିନ୍
ଭୁବନେଶ୍ବରରେ NIA ଟିମର ଛାନଭିନ୍ (ETV Bharat Odisha)

ଭୁବନେଶ୍ବର: ଟ୍ବିନ୍ ସିଟିରେ ଠାବ ସିମ ବକ୍ସ ପଛରେ ରହିଛି କି ଆତଙ୍କୀ ଲିଙ୍କ ! ଏହାର ଖୋଳତାଡ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛି NIA ଟିମ୍ । ଦୁଇ ଜଣିଆ ଟିମ୍ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଭେଟି ସିମ ବକ୍ସର ତଥ୍ୟ ନେବା ସହ ଅଭିଯୁକ୍ତ ରାଜୁ ମଣ୍ଡଳକୁ ସାମ୍ନାସାମ୍ନି ଜେରା କରୁଛନ୍ତି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିବା ବାଂଲାଦେଶୀ ନାଗରିକ ଅସଦୁର ଜମାନ କିଏ ଏବଂ ଏଥିରେ ଆତଙ୍କବାଦୀ ଲିଙ୍କ ଅଛି କି ନାହିଁ ଜାଣିବାକୁ ଅଭିଯୁକ୍ତକୁ କିଛି ଆତଙ୍କୀଙ୍କ ଫଟୋ ଦେଖାଇ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି ।

ସିମ ବକ୍ସ ପଛରେ ଅଛି କି ଆତଙ୍କୀ ଲିଙ୍କ ?

NIAର ଦୁଇ ଜଣିଆ ଟିମ୍ ଲକ୍ଷ୍ମୀସାଗର ଥାନାରେ ତନାଘନା କରୁଛନ୍ତି । ସିମ ବକ୍ସ ମେସିନ ଓ ଅନ୍ୟାନ୍ୟ ମେସିନ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଛନ୍ତି । ଏପରିକି ରାଜୁ ମଣ୍ଡଳର ଘର ଓ ବାଙ୍ଗଲାଦେଶରେ ଭେଟିଥିବା ଲୋକଙ୍କ ସମ୍ପର୍କରେ ପଚରା କରିଛନ୍ତି । ଏନଆଇଏ ଟିମ୍ ଛାନଭିନ ଜାରି ରଖିଥିବା ବେଳେ ଏହା ପଛରେ କେଉଁ ସଂଗଠନ କମ କରୁଛି କି ନାହିଁ ସେନେଇ ଯାଞ୍ଚ ଚାଲିଛି ।

ଏହା ମଧ୍ୟ ପଢନ୍ତୁ: ଝାଡଖଣ୍ଡରେ ଓଡ଼ିଶା ପୋଲିସର ରେଡ୍; ଭଡା ଘରୁ ମିଳିଲା ଆଉ ୮ ସିମ ବକ୍ସ, ୬ ଅଟକ, ବଡ ଖୁଲାସା କଲେ କମିଶନର - SIM Box Racket

ସିମ ବକ୍ସର ଖୋଳତାଡ କରୁଛି NIA:

ପ୍ରଥମେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ 7ଟି ସିମ ବକ୍ସ ମିଳିଥିଲା । ଏହି ଘଟଣାରେ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ରାଜୁ ମଣ୍ଡଳ ଗିରଫ ହୋଇଥିଲା । ରାଜୁକୁ ପଚରାଉଚରା ପରେ 18 ଅଗଷ୍ଟରେ କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡା ଘରୁ ପୁଣି କିଛି ସିମ ବକ୍ସ ଠାବ ହୋଇଥିଲା । ଏହାପରେ ଓଡ଼ିଶା ପୋଲିସ ମଙ୍ଗଳବାର ଝାଡଖଣ୍ଡର ରାଞ୍ଚିକୁ ଯାଇ ସେଠାରୁ ମଧ୍ୟ 8ଟି ସିମ୍ ବକ୍ସ ଜବତ କରିଥିଲା । ଏହି ସିମ ବକ୍ସର ହ୍ୟାଣ୍ଡେଲର ବାଂଲାଦେଶୀ ନାଗରିକ ଅସାଦୁର ଜମାନ । ତେବେ ସେମାନେ ପ୍ରକୃତରେ କେଉଁ ଉଦ୍ଦେଶ୍ୟରେ ଏହି ସିମ ବକ୍ସର ବ୍ୟବହାର କରୁଥିଲେ, ଏ ଯାଏଁ ସ୍ପଷ୍ଟ ହୋଇନି । ତେଣୁ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବାକୁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଏନଆଇଏ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.