ETV Bharat / state

ଆସିଲା ମାହାର୍ଘ୍ୟ ମୁହୂର୍ତ୍ତ: ପ୍ରାୟ 5 ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର, ସ୍ଥାନାନ୍ତର ହେଲା ଅଳଙ୍କାର - Ratna Bhandar opens

author img

By ETV Bharat Odisha Team

Published : Jul 14, 2024, 1:37 PM IST

Updated : Jul 14, 2024, 5:40 PM IST

Ratna Bhandar opens: ପୂରଣ ହେଲା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆକାଂକ୍ଷା । ଖୋଲିଲା ରତ୍ନଭଣ୍ଡାର । ଶ୍ରୀକ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବେଶ । 11ଜଣିଆ ଟିମ ଜାରି ରଖିଛି ଯାଞ୍ଚ । ମିଳିବ କେତେ ଦୁର୍ଲ୍ଲଭ ଅଳଙ୍କାର, ରହିଛି ପୁରା ଦେଶର ନଜର । ଅଧିକ ପଢନ୍ତୁ

ଆସିଲା ମାହାର୍ଘ୍ୟ ମୁହୂର୍ତ୍ତ: 5 ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର, ଭିତରେ ଯାଞ୍ଚ କରୁଛି 11 ଜଣିଆ ଟିମ୍‌
ଆସିଲା ମାହାର୍ଘ୍ୟ ମୁହୂର୍ତ୍ତ: 5 ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର, ଭିତରେ ଯାଞ୍ଚ କରୁଛି 11 ଜଣିଆ ଟିମ୍‌ (ETV Bharat Odisha)

ପୁରୀ: ଶେଷ ହେଲା ପ୍ରାୟ ଅର୍ଦ୍ଧଶତାବ୍ଦୀ ପ୍ରତୀକ୍ଷା । ଖୋଲିଲା ଚତୁର୍ଦ୍ଧାମୂର୍ତ୍ତିଙ୍କର ‘ରତ୍ନଭଣ୍ଡାର’ । ବହୁ ବିଚାରବିମର୍ଶ, ବୈଠକ, ପ୍ରସ୍ତୁତି ପରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ନିର୍ଦ୍ଧାରିତ ସମୟ ଅପରାହ୍ନ ଆଜି 1ଟା 28 ମିନିଟରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି । ‘ରତ୍ନଭଣ୍ଡାର ତଦାରଖ କମିଟି’ ମୁଖ୍ୟ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ନେତୃତ୍ବରେ 11ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ମନ୍ଦିର ମଧ୍ୟରେ ପ୍ରବେଶ କରି ‘ରତ୍ନଭଣ୍ଡାର’ ଖୋଲିଛନ୍ତି । ପ୍ରଥମେ ବାହାର ଭଣ୍ଡାର ଖୋଲାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରର 4 ଦ୍ବାର ବନ୍ଦ ରଖାଯାଇଛି । ଏହାସହ 6ଟି କାଠ ନିର୍ମିତ ବିଶାଳ ସିନ୍ଧୁକ ମଧ୍ୟ ଶ୍ରୀମନ୍ଦିର ମଧ୍ୟକୁ ନିଆଯାଇଛି । ରତ୍ନଭଣ୍ଡାରରେ ଥିବା ଦୁର୍ମୂଲ୍ୟ ଅଳଙ୍କାରକୁ ପ୍ରଥମେ ଏହି କାଠ ସିନ୍ଧୁକରେ ରଖାଯିବ । ପରେ ଗଣତି ଓ ମଣତି ପ୍ରକ୍ରିୟା ହେବ ।

ରତ୍ନଭଣ୍ଡାରକୁ ଗଲା 6ଟି ବିଶାଳ ସିନ୍ଧୁକ (ETV Bharat Odisha)

11 ଜଣିଆ ଟିମରେ କିଏ ରହିଛନ୍ତି:-

ଜଷ୍ଟିସ ବିଶ୍ୱନାଥ ରଥଙ୍କ ନେତୃତ୍ବରେ 11ଜଣିଆ ଉଚ୍ଚସ୍ତରୀୟ କମିଟି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ‘ASI’ ଅଧିକ୍ଷକ, ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣଙ୍କ ବ୍ୟତୀତ ରତ୍ନଭଣ୍ଡାର ସବ-କମିଟିର ଜଣେ, ଉଚ୍ଚସ୍ତରୀୟ କମିଟିର ଅନ୍ୟ ୨ ଜଣ ସଦସ୍ୟ ରହିଛନ୍ତି । ଏହାସହ ଏକ ଉଚ୍ଚପ୍ରଶିକ୍ଷିତ ସ୍ନେକ ହେଲ୍ପଲାଇନ ଟିମ୍‌ ମଧ୍ୟ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି । ଏହି ଟିମ ରତ୍ନଭଣ୍ଡାର ମଧ୍ୟରେ ପ୍ରବେଶ କରିବ ନାହିଁ । କୌଣସି ଜରୁରୀ ସ୍ଥିତି ପାଇଁ ବାହାରେ ପ୍ରସ୍ତୁତ ହୋଇରହିବ ।

ରତ୍ନଭଣ୍ଡାରର ପ୍ରତୀକାତ୍ମକ ଚିତ୍ର
ରତ୍ନଭଣ୍ଡାରର ପ୍ରତୀକାତ୍ମକ ଚିତ୍ର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଆସିଲା ଶୁଭବେଳା; ଏତିକି ବେଳେ ଖୋଲିବ ରତ୍ନଭଣ୍ଡାର, ପ୍ରବେଶ କରିବେ 11 ସଦସ୍ୟ - Ratna Bhandar opening

ଅଦ୍ଭୁତପୂର୍ବ ଥିଲା ପ୍ରସ୍ତୁତି:-

ରାଜ୍ୟ ସମେତ ସମଗ୍ର ଦେଶର ନଜର ଆଜି ଶ୍ରୀକ୍ଷେତ୍ରର ଏହି ଐତିହାସିକ କ୍ଷଣ ଉପରେ ରହିଥିଲା । ଗତକାଲି ରାତିରେ ‘ରତ୍ନଭଣ୍ଡାର’ ଖୋଲିବା ନେଇ ଅପରେସନ ମାନକ ନିର୍ଦ୍ଦେଶାବଳୀ ବା ‘ଏସଓପି’ ଜାରି କରାଯାଇଥିଲା । ଆଜି ସକାଳେ ପୁଣିଥରେ ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ବସିଥିଲା । ଏହା ପରେ ପାରମ୍ପରିକ ପୋଷାକରେ ନଜର ଆସିଥିଲେ କମିଟିର ଏକାଧିକ ସଦସ୍ୟ । ମାଦଳା ପାଞ୍ଜିର ବର୍ଣ୍ଣନା ଅନୁସାରେ, ଶ୍ରୀଜଗନ୍ନାଥଙ୍କ ଭଣ୍ଡାରର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ହୋଇଥିବା କାରଣରୁ ଲୋକନାଥଙ୍କ ପୀଠରୁ ଖୋଲାଯିବା ପାଇଁ ଆଜ୍ଞାମାଳ ମଧ୍ୟ ଶ୍ରମନ୍ଦିରରେ ପହଞ୍ଚିଥିଲା । ଏହା ପରେ ପ୍ରାୟ 12ଟା ସମୟରେ 11ଜଣିଆ ଟିମ୍‌ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ମାହାର୍ଘ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ଅପରାହ୍ନ 1ଟା 28 ମିନିଟରେ ଏହି କମିଟି ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଛି । ବାହାର ରତ୍ନଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ସୂଚନା ରହିଛି ।

ସୁନାବେଶରେ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ
ସୁନାବେଶରେ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ (ETV Bharat Odisha)

ଆଜି କେବଳ ସ୍ଥିତି ଅନୁଧ୍ୟାନ, କାଲି ଠାରୁ ଗଣତି-ମଣତି:-

ସୂଚନା ଅନୁସାରେ, ଆଜି ପ୍ରବେଶ କରିଥିବା ଉଚ୍ଚସ୍ତରୀୟ ଟିମ୍‌ ରତ୍ନଭଣ୍ଡାର ଖୋଲି ସ୍ଥିତି ଅନୁଧ୍ୟାନ କରିବ । ଉଭୟ ଭିତର ଓ ବାହାର ଭଣ୍ଡାର ଖୋଲାଯିବା ସହ ସ୍ଥିତି ଅନୁଧ୍ୟାନ କରାଯିବ । ଆଜି ପ୍ରାୟ ସଂଧ୍ୟା ପର୍ଯ୍ୟାନ୍ତ ଏହି ଅନୁଧ୍ୟାନ ପ୍ରକ୍ରିୟା ଜାରି ରହିବ । ଆସନ୍ତାକାଲି ଠାରୁ ସେଥିରେ ଅଳଙ୍କାରର ଗଣତି ମଣତି ଆରମ୍ଭ ହେବା ନେଇ ସୂଚନା ମିଳିଛି । ଅବଶ୍ୟ କାର୍ଯ୍ୟପନ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କିଛି ସ୍ପଷ୍ଟ କରିନାହିଁ । ଅନ୍ୟପଟେ ଶ୍ରୀମନ୍ଦିର ସିଂହଦ୍ବାରରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ମନ୍ଦିରର କୌଣସି ଦ୍ବାର ଦେଇ କାହାରିକୁ ପ୍ରବେଶ କରିବାର ଅନୁମତି ଦିଆଯାଉନାହିଁ ।

ଟ୍ବିଟ୍‌ କଲେ ମୁଖ୍ୟମନ୍ତ୍ରୀ:-

ନିର୍ଦ୍ଧାରିତ ସମୟରେ ରତ୍ନଭଣ୍ଡାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଟ୍ବିଟ୍‌ ସାମ୍ନାକୁ ଆସିଛି । ଏହା ଲୀଳମୟଙ୍କ ଇଚ୍ଛା । ତାଙ୍କ ଇଚ୍ଛାରେ 4ଦ୍ବାର ଖୋଲିଥିଲା, ଏବେ ରତ୍ନଭଣ୍ଡାର ଖୋଲିଲା । ମହାପ୍ରଭୁଙ୍କ କୃପାରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ । ଟ୍ବିଟରେ ମୋହନ ଲେଖିଛନ୍ତି,‘‘ ଜୟ ଜଗନ୍ନାଥ ହେ ମହାପ୍ରଭୁ ! ତୁମେ ଲୀଳାମୟ । ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି । ତୁମେ ଓଡ଼ିଆ ଜାତିର ହୃତ୍‌ ସ୍ପନ୍ଦନ । ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ । ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି । ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା । ତୁମ ଇଚ୍ଛାରେ ୪୬ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା । ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା । ଜୟ ଜଗନ୍ନାଥ ।’’

ପ୍ରାୟ 5ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର (ETV Bharat Odisha)

ଶ୍ରୀମନ୍ଦିର ଭିତରୁ ଫେରି ଆଇନମନ୍ତ୍ରୀ କଣ କହିଲେ :-

ଶ୍ରୀମନ୍ଦିରରେ ମା’ ବିମଳା ଓ ମା ଲକ୍ଷ୍ନୀଙ୍କ ଦର୍ଶନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପରେ ବାହାରକୁ ଆସି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ଏହି ଜଟିଳ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହେବା ପାଇଁ ସେ ପ୍ରଥମେ ପ୍ରଭୁ ଲୋକନାଥଙ୍କ ଦର୍ଶନ କରିଛନ୍ତି । ପରେ ଶ୍ରୀମନ୍ଦିର ଆସି ମା’ ବିମଳା ଓ ମା’ ଲକ୍ଷ୍ନୀଙ୍କ ଦର୍ଶନ କଲେ । ଏହା ଭଗବାନଙ୍କ କାର୍ଯ୍ୟ, ସେ ଏହାକୁ ସୁଚାରୁରୂପେ ସେ ହିଁ ଶେଷ କରିବା ପାଇଁ ସେ ପ୍ରାର୍ଥନା କଲେ । ଏହା ପରେ ସେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଆଡପ ମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ମଧ୍ୟ କହିଛନ୍ତି ଆଇନ ମନ୍ତ୍ରୀ । ସେହିପରି ଶ୍ରୀମନ୍ଦିର ମଧ୍ୟରେ ରତ୍ନଭଣ୍ଡାର କମିଟି ସହ କୌଣସି ଆଲୋଚନା ହେଲା କି ? ପ୍ରଶ୍ନରେ ଆଇନମନ୍ତ୍ରୀ କହିଛନ୍ତି, ସେମାନେ ବାହାରକୁ ବାହାରିବା ପରେ ଘଟଣା ସମ୍ପର୍କରେ କିଛି କହିପାରିବେ ।

ଇଟିଭି ଭାରତ, ପୁରୀ

Last Updated : Jul 14, 2024, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.