ETV Bharat / state

ସୂର୍ଯ୍ୟ ଦେବ ଏବଂ ଧର୍ତ୍ତି ମାତାଙ୍କ ବିବାହ କରାଇ ଆଦିବାସୀ ପାଳିଲେ ସାରହୁଲ ପୂଜା - Sarhul Puja - SARHUL PUJA

Sharhul Puja Celebrated in Rourkela: ଆଜି ରାଉରକେଲାରେ ଆଦିବାସୀମାନେ ପାଳନ କରୁଛନ୍ତି ସାରହୁଲ ପୂଜା। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ପୂଜାର ମହତ୍ବ ଯାହା ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କୁ ଟାଣି ଆଣିଛି। ଅଧିକ ପଢ଼ନ୍ତୁ,

ଆଦିବାସୀ ପାଳିଲେ ସାରହୁଲ ପୂଜା
ଆଦିବାସୀ ପାଳିଲେ ସାରହୁଲ ପୂଜା
author img

By ETV Bharat Odisha Team

Published : Apr 11, 2024, 3:57 PM IST

ରାଉରକେଲା: ଆଜି ରାଉରକେଲାରେ ପାଳନ ହେଉଛି ସାରହୁଲ ପୂଜା। ଆଦିବାସୀମାନେ ଉତ୍ସାହର ସହିତ ଏହି ପବିତ୍ର ସାରହୁଲ ପର୍ବକୁ ପାଳନ କରିଛନ୍ତି। ଏହି ପର୍ବରେ ସୂର୍ଯ୍ୟ ଦେବ ଏବଂ ଧର୍ତ୍ତି ମାତାଙ୍କ ବିବାହ କରାଯିବା ମାନ୍ୟତା ରହିଛି। ତେବେ ଆଦିବାସୀ ରୀତିନୀତି ଅନୁଯାୟୀ ଆଜି ଦିନକୁ ସେମାନେ ନୂଆବର୍ଷ ଭାବରେ ପାଳନ କରିଥାନ୍ତି। ଏହି ପର୍ବ ପାଳନ କରିବା ପାଇଁ ରାଉରକେଲାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କ ସୁଅଛୁଟିଥିବା ଦେଖିବାକୁ ମିଳିଛି। ଆଦିବାସୀମାନେ ରାଉରକେଲା ବିଶ୍ରା ଛକ ଠାରୁ ନାଚଗୀତ ସାଙ୍ଗକୁ ପାରମ୍ପାରିକ ଲୋକବାଦ୍ୟର ସହିତ ଏକ ବିଶାଳ ରାଲି କରି ବେଶ ଆନନ୍ଦରେ ଏହି ପର୍ବ ପାଳନ କରିଛନ୍ତି ।

ଅନ୍ୟପଟରେ ସାରହୁଲ କହିଲେ ଶାଳ ଗଛର ଫୁଲ ବା ସର୍ଗି ଫୁଲକୁ ବୁଝାଏ। ଆଜି ଠାରୁ ଏହି ଫୁଲରେ ଫଳ ହେବା ଆରମ୍ଭ ହେଉଥିବାରୁ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଇଥାଏ। ଆଜି ରାଉରକେଲା ସରନା ପୂଜାସ୍ଥଳରେ ମହା ଆଡମ୍ବରରେ ପବିତ୍ର ସାରହୁଲ ପୂଜା ପାଳନ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବହାରରୁ ଯେପରି ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମ ଭଳି ରାଜ୍ୟରୁ ବହୁ ସଂଖ୍ୟାରେ ଆଦିବାସୀ ଲୋକ ଆସି ଏହି ସାରହୁଲ ପୂଜାରେ ସମ୍ମିଳିତ ହୋଇଛନ୍ତି। ପ୍ରାୟ ତିରିଶ ହଜାର ଆଦିବାସୀ ଏକତ୍ରିତ ହୋଇ ନବବର୍ଷ ପାଳନ ସାଙ୍ଗକୁ ସାରହୁଲ ପୂଜା କରୁଥିବା ଦେଖିବାକୁ ମିଳିଛି। ଆଜି

ଏହା ମଧ୍ୟ ପଢ଼ନ୍ତୁ.. ଇଦ୍ ଉଲ୍-ଫିତରକୁ ନେଇ ଚଳଚଞ୍ଚଳ ମସଜିଦ, ସବୁଠି ଇଦ୍‌ ପାଳିତ - EID UL FITR 2024

ଆଦିବାସୀମାନେ ରାଉରକେଲା ବିଶ୍ରା ଛକ ଠାରୁ ଏକ ବିଶାଳ ରାଲି କରି ନିଜ ପରମ୍ପାରିକ ଢ଼ଙ୍ଗରେ ପୂଜାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସାମୁହିକ ଭାବରେ ପୂଜା ଅର୍ଚ୍ଚନା ମଧ୍ୟ କରାଯାଇଥିଲା । ତେବେ ସାରହୁଲ ପୂଜା ପାଳନ କରିବାର ମୂଳ ଉଦ୍ଧେଶ୍ୟ ହେଉଛି, ତାଙ୍କ ପରମ୍ପରା ଅନୁଯାୟୀ ଆଜିର ଦିନରେ ସୂର୍ଯ୍ୟ ଦେବତା ଏବଂ ଧର୍ତ୍ତି ମାତାଙ୍କ ପୂଜା ଅର୍ଚ୍ଚନା କରି ତାଙ୍କର ବିବାହ କରାଯାଏ । ତେବେ ଆଜି ଦିନରେ ସେମାନେ ପ୍ରକୃତି ଉପାସନା କରିଥାନ୍ତି। ଯେହେତୁ ସୂର୍ଯ୍ୟ ଏବଂ ଧର୍ତ୍ତି ମାତାଙ୍କ ବିନା ପୃଥିବୀରେ ଜୀବନ ବଞ୍ଚିବା ଅସମ୍ଭବ ତେଣୁ ସେମାନଙ୍କୁ ପୂଜା ଅର୍ଚ୍ଚନା କରାଥାନ୍ତି । ଆଜିର ଦିନକୁ ଆଦିବାସୀ ସମ୍ପ୍ରଦାୟର ଏକ ମହାନ ପର୍ବ ଭାବରେ ସାରା ବିଶ୍ୱରେ ପାଳନ କରାଯାଏ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.