ETV Bharat / state

ନନ୍ଦନକାନନରେ ବାଘ ଭାଲୁଙ୍କ ଦେଖା ମିଳୁନି, ପର୍ଯ୍ୟଟକ ନିରାଶ - NANDANKANAN

author img

By ETV Bharat Odisha Team

Published : Apr 19, 2024, 10:50 PM IST

Heatwave In affecting animals: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ କାରଣରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସତେ ଯେମିତି ପଶୁପକ୍ଷୀ ଶୂନ୍ୟ ହୋଇଯାଉଛି । ଅଧିକ ପଢ଼ନ୍ତୁ

ଗ୍ରୀଷ୍ମ ପ୍ରବାହ ଅସ୍ତବ୍ୟସ୍ତ କରିଛି ଜନଜୀବନ
ଗ୍ରୀଷ୍ମ ପ୍ରବାହ ଅସ୍ତବ୍ୟସ୍ତ କରିଛି ଜନଜୀବନ
ଗ୍ରୀଷ୍ମ ପ୍ରବାହ ଅସ୍ତବ୍ୟସ୍ତ କରିଛି ଜନଜୀବନ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳି ଯାଉଛି ଗୁଳଗୁଳି । ପ୍ରଚଣ୍ଡ ହେଲାଣି ରୌଦ୍ରତାପ ମିଳୁନି ତ୍ରାହି । ରାଜ୍ୟରେ ଅନେକ ସହରରେ ଏବେ 40 ଡିଗ୍ରୀ ଉପରକୁ ଛୁଇଁଲାଣି ପାରଦ । ତେବେ ଏହି ଗ୍ରୀଷ୍ମ ପ୍ରବାହରେ କେବଳ ମଣିଷ ନୁହନ୍ତି ଜୀବଜନ୍ତୁ ମାନେ ମଧ୍ୟ ତ୍ରାହି ଡାକିଲେଣି । ଜୀବଜନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଆଉଟୁ ପାଉଟୁ ହେଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦେଖିବାକୁ ମିଳିଛି। ଖରା ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସତେ ଯେମିତି ପଶୁପକ୍ଷୀ ଶୂନ୍ୟ ହୋଇଯାଉଛି ।

ଅନ୍ୟପଟେ ଖରା ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଫାଙ୍କା ହୋଇଯାଉଛି। ଖରା ସାଙ୍ଗକୁ ଝାଞ୍ଜି ପବନ ବହୁଥିବାରୁ କାରଣରୁ ଖରା ପାଇଁ ସମସ୍ତେ ଛାଇର ସାହାରା ନେଉଛନ୍ତି । ପର୍ଯ୍ୟଟକ ମାନେ ଦୂର ଦୁରାନ୍ତରୁ ଆସୁଥିଲେ ମଧ୍ୟ କୌଣସି ଜୀବଜନ୍ତୁଙ୍କୁ ନଦେଖି ଦୁଃଖରେ ଫେରୁଛନ୍ତି । ଗରମରେ ପ୍ରାଣୀ ଉଦ୍ୟାନ ବୁଲିବା ସହ ଅବ୍ୟବସ୍ଥାକୁ ଦେଖି ଦୁଃଖରେ ଭାଙ୍ଗିପଡ଼ିଥିବା ପର୍ଯ୍ୟଟକ ପ୍ରକାଶ କରିଛନ୍ତି ।

ଏପଟେ ନୟାଗଡ଼ରୁ ଆସିଥିବା ପର୍ଯ୍ୟଟକ କହିଛନ୍ତି, "ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଲାବୁଲି କରୁଥିଲେ ମଧ୍ୟ କୌଣସି ବନ୍ୟଜନ୍ତୁଙ୍କୁ ଦେଖିବା କଷ୍ଟକର । ଏପରିକି ବାଘ, ଭାଲୁ, ସିଂହ ଭଳି ଜୀବଜନ୍ତୁଙ୍କୁ ଦେଖି ପାରିନାହାନ୍ତି । " ଆଉ ଜଣେ ବାଲେଶ୍ବରରୁ ଆସିଥିବା ପର୍ଯ୍ୟଟକ କହିଛନ୍ତି, "ଖୁଆଡ଼ରେ କାହାକୁ ଦେଖିବାକୁ ମିଳୁନି । କେବଳ ନନ୍ଦନକାନନରେ ମାଙ୍କଡ ଭଳି ବନ୍ୟଜନ୍ତୁଙ୍କୁ ଦେଖିବାକୁ ମିଳୁଛି ।" ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସହକାରୀ ବନ ସଂରକ୍ଷକ ରଶ୍ମି ରଞ୍ଜନ ସ୍ବାଇଁ କହିଛନ୍ତି, "ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗରମକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନେ କମ ମାତ୍ରାରେ ଆସୁଛନ୍ତି । ଗରମ ପାଇଁ ଦୈନିକ ୭ ହଜାରରୁ ୮ ହଜାର ପର୍ଯ୍ୟଟକ ମାନେ ନନ୍ଦନକାନନକୁ ଆସୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ... ତତଲା କଡେଇରେ ଭାଜି ହେଉଛି କଳାହାଣ୍ଡି, କଲବଲ ଲୋକେ - HEATWAVE

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତ୍ୟେକ ଜୀବଜନ୍ତୁଙ୍କ ଖୁଆଡ ମଧ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଭଳି ଭାବରେ ବାମ୍ବୋ ବା ବାଉଁଶର ମ୍ୟାଟ, ଜାଲି, ପରଦା ସହ ସ୍ପ୍ରୀଙ୍କଲିଂ ୱାଟର ଓ ଫାଉଣ୍ଟେନ ଆଦିର ବ୍ୟବସ୍ଥା କରାଯାଇଛି । ଏହା ସହ ମଧ୍ୟ ବାଘ, ସିଂହ, ଚିତା ବାଘ ଭଳି ପ୍ରାଣୀଙ୍କ ପାଇଁ ପ୍ରବାହିତ ପାଣିର ବ୍ୟବସ୍ଥା କରାଯାଇଛି । ସେମାନେ ରହୁଥିବା ଖୁଆଡ଼ ମଧ୍ୟରେ ଥିବା ପ୍ରବାହିତ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି । ସାଧାରଣ ଭାବରେ ଗ୍ରୀଷ୍ମ ଋତୁରେ ହେଉଥିବା ଫଳକୁ ସେମାନଙ୍କ ଖାଦ୍ୟ ତାଲିକାରେ ବେଶି ମାତ୍ରାରେ ଯୋଗ କରାଯାଇଛି । ଯେପରି ଭାବରେ ତରଭୁଜ, ସପୁରୀ ଭଳି ବିଭିନ୍ନ ଗ୍ରୀଷ୍ମରେ ହେଉଥିବା ଫଳକୁ ସେମାନଙ୍କ ଖାଦ୍ୟ ଆକାରରେ ଦିଆଯାଉଛି । ବିଶେଷ ଭାବରେ ଗ୍ରୀଷ୍ମ ପ୍ରବାହର ପିକ ସମୟରେ ବା ଅତ୍ୟଧିକ ଖରା ସମୟରେ ସେମାନଙ୍କ ପାଇଁ ହୋଇଥିବା ସ୍ଵତନ୍ତ୍ର ସ୍ଥାନରେ ସେମାନଙ୍କୁ ରଖାଯାଉଥିବା ସହକାରୀ ବନ ସଂରକ୍ଷକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.