ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 50ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ, ଖାଦ୍ୟ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ - Students Ill Eating Midday Meals

author img

By ETV Bharat Odisha Team

Published : Aug 17, 2024, 7:12 PM IST

Students fall Ill After Eating MidDay Meal: ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଗଲେ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

Students Taken Ill After Eating MidDay Meal
Students Taken Ill After Eating MidDay Meal (ETV Bharat Odisha)

ଝାରସୁଗୁଡ଼ା: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ପ୍ରାୟ 50ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଝାରସୁଗୁଡାର ଜମେରା ୟୁ.ଜି.ଏମ୍.ଇ ସ୍କୁଲରେ ।

ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ:

ସୂଚନା ଅନୁସାରେ, ଝାରସୁଗୁଡାର ଜମେରା ୟୁ.ଜି.ଏମ୍.ଇ. ବିଦ୍ୟାଳୟର ପ୍ରାୟ 172 ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଏଥିମଧ୍ୟରୁ ଆଜି ଶନିବାର ସକାଳୁଆ ସ୍କୁଲ ହୋଇଥିବାରୁ ସାଢେ ୯ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ ପାଖାପାଖି 131ଜଣ ଛାତ୍ରଛାତ୍ରୀ ଖାଇଥିଲେ । ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀମାନଙ୍କ ପଟେ ଦରଜ ଆରମ୍ଭ ହୋଇଥିଲା । ଏନେଇ ବିଦ୍ୟାଳୟ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖବର ଦିଆଯାଇଥିଲା । ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା ଏବଂ ଅନ୍ୟ କିଛି ଜଣକୁ ଅନ୍ୟ ଗାଡି ସାହାଯ୍ୟରେ ଚିକିତ୍ସାଳୟକୁ ନିଆଯାଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ।

ଛାତ୍ରଛାତ୍ରୀଙ୍କ ଚାଲିଛି ଚିକିତ୍ସା:

ସେପଟେ ଘଟଣାସ୍ଥଳରେ BRCC ଗୁଣ ସାହୁ ଉପସ୍ଥିତ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ତେବେ କେଉଁ କାରଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ତାକୁ ନେଇ ଜିଲ୍ଲାପାଳ ଜମେରା ବିଦ୍ୟାଳୟକୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ପଠାଇ ଖାଦ୍ୟ ନମୁନା ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ନମୁନା ରିପୋର୍ଟ ଆସିଲେ ହିଁ ଏହାର କାରଣ କଣ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଅସୁସ୍ଥ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରାଯାଉଛି ଏବଂ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ଅଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଛି ।

ଖରାପ ଅଣ୍ଡା ଖାଇବାରୁ ଏମିତି ହୋଇଛି:

ଏନେଇ ସ୍କୁଲ ଚେୟାରମ୍ୟାନ ନରତ୍ତୋମ ସାହୁ କହିଛନ୍ତି, "ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନଙ୍କର ଖାଦ୍ୟ ବିଷକ୍ରିୟା ହୋଇଥିଲା । ଏନେଇ ସ୍କୁଲର ଶିକ୍ଷମ ମୋତେ ଜଣାଇବା ପରେ ଆମେ ପିଲାମାନଙ୍କୁ ହସ୍ପିଟାଲ ନେଇଥିଲୁ । ମଧ୍ୟାହ୍ନ ଭୋଜନରେ ଖରାପ ଅଣ୍ଡା ଖାଇଥିବାରୁ ଏଭଳି ଖାଦ୍ୟ ବିଷକ୍ରିୟା ହୋଇଛି ।"

ପିଲାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି:

ସେପଟେ ଝାରସୁଗୁଡ଼ା ସିଡିଏମ୍ଓ କହିଛନ୍ତି, "ପିଲାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରଙ୍କ ବ୍ୟବସ୍ଥା କରାଯାଇଛି । ପିଲାଙ୍କ ଚିକିତ୍ସା ଠିକ ଭାବରେ ଚାଲିଥିବା ବେଳେ କିଛି ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁଧୁରିବା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୫ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲରେ ଅଘଟଣ, ମଧ୍ୟାହ୍ନ ଭୋଜନ ଖାଇ 50 ଛାତ୍ରଛାତ୍ରୀ ଅସୁସ୍ଥ - Students Fall Sick

ଖାଦ୍ୟର ସାମ୍ପୁଲ ଯାଞ୍ଚ ନିର୍ଦ୍ଦେଶ:

ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱାଣେ କହିଛନ୍ତି, "ହସ୍ପିଟାଲକୁ ଯାଇ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ପଚାରିଥିଲେ, ଯଥାଶୀଘ୍ର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସଠିକ ଚିକିତ୍ସା କରି ସୁସ୍ଥ କରାଯିବ । ଖାଦ୍ୟର ସାମ୍ପୁଲ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନମୁନା ରିପୋର୍ଟ ଆସିଲେ ହିଁ ଏହାର କାରଣ କ'ଣ ଜଣାପଡିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.