ETV Bharat / state

ଅସମ୍ଭାଳ ତାତି: ଅଂଶୁଘାତରେ 8 ଅସୁସ୍ଥ, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଭାଗ - sunstroke in odisha - SUNSTROKE IN ODISHA

Sunstroke: ଅସହ୍ୟ ତାତି ଯୋଗୁଁ ରାଜ୍ୟରେ ଅଂଶୁଘାତରେ ଅସୁସ୍ଥ ହେଲେଣି 8 ଜଣ । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସବୁ ଡାକ୍ତରଖାନାକୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

Sunstroke
Sunstroke
author img

By ETV Bharat Odisha Team

Published : Apr 6, 2024, 2:31 PM IST

SUNSTROKE

ଭୁବନେଶ୍ୱର: ବଢୁଛି ତାପମାତ୍ରା, ଜଳୁଛି ଓଡ଼ିଶା । ତତଲା କଡେଇରେ ଭାଜି ହେଉଛନ୍ତି ରାଜ୍ୟବାସୀ । ସକାଳ 9ଟା ହେବା ମାତ୍ରେ ଘର ବାହାରକୁ ବାହାରିବା ମୁସକିଲ ହୋଇପଡୁଛି । ଅସହ୍ୟ ତାତି ଯୋଗୁଁ ରାଜ୍ୟରେ ଅଂଶୁଘାତ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଗତକାଲି(ଶୁକ୍ରବାର) 8 ଜଣ ଅଂଶୁଘାତରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନୁଗୋଳରୁ 5 ଜଣ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ରହିଛନ୍ତି । ଏଯାଏଁ ଅଂଶୁଘାତରେ କାହାରି ମୃତ୍ୟୁ ହୋଇନି । ଅଂଶୁଘାତ ପାଇଁ ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ କୁହାଯାଇଛି । ଜିଲ୍ଲା ହସ୍ପିଟାଲ, ସିଏଚସି, ବିଏଚସି ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ହସ୍ପିଟାଲ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଅଂଶୁଘାତର ଲକ୍ଷଣ: ଅଂଶୁଘାତ ହେଲେ ଜିଭ ଶୁଖିଯିବା, ବାନ୍ତି ଲାଗିବା, ବ୍ଲଡ ପ୍ରେସର କମିବ, ଦେହ ହାତ ଘୋଳା ବିନ୍ଧା ହେବା, ଗମଗମ ଝାଳ ବୋହିବ । ଅଂଶୁଘାତ ଚିକିତ୍ସା ପାଇଁ ନିକଟରେ ୩ ଦିନ ଧରି ଶିଶୁରୋଗ ଓ ମେଡିସିନ ବିଭାଗ ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ହେଲେ ଇନକ୍ୱାରି ପାଇଁ ଜିଲ୍ଲାସ୍ତରରେ ଟିମ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଏହା ମଧ୍ୟ ପଢନ୍ତୁ-ଆକାଶରୁ ନିଆଁ ବର୍ଷା ! ଆଉ 24 ଘଣ୍ଟା କଲବଲ କରିବ ହିଟୱେଭ୍‌ - Heat wave alert

ଅଂଶୁଘାତ ମୁକାବିଲା ପାଇଁ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରବଳ ଖରା ଓ ହିଟ୍ ୱେବ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲା ହସପିଟାଲରେ ୬ଟି ବେଡ ସିଏଚସି ରେ ୨ ଟି ଓ ପିଏଚସିରେ ଗୋଟିଏ ଲେଖାଏଁ ବେଡ୍ ମହଜୁଦ ରହିଛି । ଡାକ୍ତର ମାନେ ୨୪ ଘଣ୍ଟା କିଭଳି ରୋଟେଶନରେ ଡ୍ୟୁଟି କରିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଡାକ୍ତର ମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ପ୍ରତିଦିନ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତଗତ କରାଯାଉଛି ।

ଅଂଶୁଘାତରୁ ବର୍ତ୍ତିବା ପାଇଁ କଣ କରିବା ଉଚିତ ?

SUNSTROKE
SUNSTROKE
  • ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ ।
  • ଆବଶ୍ୟକ ସ୍ଥଳେ ବାହାରକୁ ଯିବାକୁ ହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡାନ୍ତୁ ।
  • ଛତା, ଯୋତା ଓ କଳା ଚଷମା ବ୍ୟବହାର କରନ୍ତୁ ।
  • ବାହାରକୁ ଯିବା ବେଳେ ସାଥିରେ ଥଣ୍ଡାପାଣି ନିଅନ୍ତୁ ।
  • ଘର ବାହାରକୁ ଯିବା ଆଗରୁ ଓ ପହଞ୍ଚିବା ପରେ ସୁରେଇ, ମାଠିଆ ଆଦିରେ ଥ‌ିବା ପାଣି, ଲେମ୍ବୁ ସରବତ, ଘୋଳଦହି, ଲୁଣ ମିଶା ତୋରାଣି ପିଅନ୍ତୁ ।
  • ଶରୀରରେ ବାୟୁ ଚଳାଚଳ ପାଇଁ ସୂତା ଲୁଗା ବ୍ୟବହାର କରନ୍ତୁ ।
  • ହାଲିଆ ଲାଗିଲେ ଛାଇ ସ୍ଥାନ ଓ ପବନ ଚଳାଚଳ ସ୍ଥାନରେ ବିଶ୍ରାମ ନିଅନ୍ତୁ ।
  • ଘରେ ଟିଣ ଓ ଆଜବେଷ୍ଟସ ଛାତ ଥିଲେ ତା’ ଉପରେ ନଡ଼ା ବିଛାନ୍ତୁ।
  • ଦେହରୁ ଅଧିକ ଝାଳ ବୋହିଲେ କିମ୍ବା ପାଟି ଅଠା ଅଠା ଲାଗିଲେ ପ୍ରଚୁର ଭାବରେ ସାଧା ପାଣି, ଓ.ଆର.ଏସ୍, ଓ ପଣା ପିଅନ୍ତୁ ।
    ଟାଣ ଖରାରେ ଶାରିରୀକ ପରିଶ୍ରମ କରନ୍ତୁ ନାହିଁ ।
  • ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ ଓ ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ ।
  • ଅଂଶୁଘାତ ରୋଗୀ ଦେହରେ ବରଫ ଘଷନ୍ତୁ ନାହିଁ
  • କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁ ନାହିଁ ।
  • ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ ।

ଓ.ଆର.ଏସ୍ ପ୍ୟାକେଟ୍ ସମସ୍ତ ଆଶା, ଅଙ୍ଗନୱାଡି କେନ୍ଦ୍ର, ସ୍ବାସ୍ଥ୍ୟ ଉପକେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ଓ ସରକାରୀ ଡ଼ାକ୍ତରଖାନା ଗୁଡିକରେ ମାଗଣାରେ ମିଳେ । ସରକାରୀ ଡ଼ାକ୍ତରଖାନା ମାନଙ୍କରେ ଅଂଶୁଘାତ ରୋଗୀଙ୍କ ପାଇଁ ଚିକିତ୍ସାର ସୁବିଧା କରାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.