ETV Bharat / state

ବାଲେଶ୍ୱରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ୧୨ ଆହତ, ପୁରୀରୁ ଫେରୁଥିଲେ ପଶ୍ଚିମବଙ୍ଗ

author img

By ETV Bharat Odisha Team

Published : Feb 8, 2024, 9:36 AM IST

Updated : Feb 8, 2024, 10:52 AM IST

Bus Accident: ପୁରୀରୁ ପଶ୍ଚିମବଙ୍ଗର ଫେରୁଥିବା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା । ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

Bus Accident
ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ
ବାଲେଶ୍ୱରରେ ସଡକ ଦୁର୍ଘଟଣା

ବାଲେଶ୍ୱର: ସକାଳୁ ସକାଳୁ ବସ୍ ଦୁର୍ଘଟଣା । ପୁରୀରୁ ପଶ୍ଚିମବଙ୍ଗ ଫେରୁଥିବା ଗୋଟିଏ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟିପ୍ପରକୁ ଧକ୍କା ଦେଲା ବସ୍ । ଏଥିରେ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ପ୍ରାୟ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବାବା ସୋନା ନାମକ ଉକ୍ତ ବସରେ 60ରୁ ଊର୍ଦ୍ଧ୍ଵ ତୀର୍ଥଯାତ୍ରୀ ପଶ୍ଚିମବଙ୍ଗର ବାଙ୍କୁଡ଼ା ଅଞ୍ଚଳରୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ଆଜି ଭୋର ସମୟରେ ପଶ୍ଚିମବଙ୍ଗ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲାର ନିଧିପଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ବସଟି ଗୋଟିଏ ଟିପ୍ପରକୁ ଧକ୍କା ଦେବା ପରେ ରାସ୍ତା ତଳକୁ ଗଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଦୁର୍ଘଟଣା ଘଟିବା ପରେ ସୂଚନା ପାଇ ହାଇୱେ ପେଟ୍ରୋଲିଂ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାସ୍ଥଳରେ ବାଲେଶ୍ଵର ଆରଟିଓ ଏବଂ ଜରୁରୀକାଳୀନ ବିଭାଗ ଉପସ୍ଥିତ ରହି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏଥିସହ ସେମାନଙ୍କୁ ଚିକିତ୍ସା ପରେ ଏକ ବୋଲେରୋ ସାହାଯ୍ୟରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ: ନିଜେ ଚାଲିଗଲେ, ବଞ୍ଚିଗଲା ୫୦ରୁ ଅଧିକ ଜୀବନ

ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠୁ ନା କେଉଁଠୁ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ସେହିପରି କିଛିଦିନ ପୂର୍ବେ କୋଲକାତାରୁ ଏକ ତୀର୍ଥଯାତ୍ରୀ ବସ୍ 50ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସୁଥିଲେ । ସେହି ସମୟରେ ହଠାତ୍ ଡ୍ରାଇଭରଙ୍କୁ ହୃଦଘାତ ଆସିଥିଲା । କିଛି ଅଘଟଣ ଘଟିବା ପୂର୍ବରୁ ସେ ବସକୁ ରାସ୍ତାରେ ଛିଡ଼ା କରାଇ ଦେଇଥିଲେ । ଏହାଦେଖି ଯାତ୍ରୀମାନେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ସମ୍ପୃକ୍ତ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ବାଲେଶ୍ୱର

Last Updated : Feb 8, 2024, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.