ETV Bharat / state

ଘାଟିରେ ପିଟି ହେଲା ଯାତ୍ରୀବାହୀ ବସ, ୨୦ରୁ ଅଧିକ ଆହତ - Bus Accident in Duarsuni Ghat - BUS ACCIDENT IN DUARSUNI GHAT

Bus Accident in Duarsuni Ghat: ପୁଣି ଦୁଆରଶୁଣୀ ଘାଟିରେ ଘଟିଲା ଦୁର୍ଘଟଣା । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ପାହାଡରେ ପିଟି ହେବାରୁ 20 ଜଣ ଆହତ ।

BUS ACCIDENT IN DUARSUNI GHAT
BUS ACCIDENT IN DUARSUNI GHAT
author img

By ETV Bharat Odisha Team

Published : Apr 8, 2024, 10:46 AM IST

BUS ACCIDENT IN DUARSUNI GHAT

ରାଇରଙ୍ଗପୁର: ମୟୂରଭଞ୍ଜର ଦୁଆରଶୁଣୀ ଘାଟିରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପାହାଡ଼ରେ ପିଟି ହେଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ 20ରୁ ଅଧିକ ଆହତ ହୋଇଥିବା ବେଳେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଲିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ 49 ନମ୍ବର ଜାତୀୟ ରାଜପଥ ଦୁଆରଶୁଣୀ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସଟି ଅନୁଗୋଳରୁ ପଶ୍ଚିମବଙ୍ଗ ମୁର୍ସିଦାବାଦ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସୟମରେ ଏକ ଘରୋଇ ଯାତ୍ରୀବାହୀ ବସ ଅନୁଗୋଳରୁ ମୁର୍ସିଦାବାଦ ଅଭିମୁଖେ ଯାଉଥିଲା । ବସରେ ମୋଟ 70ରୁ 75 ଯାତ୍ରୀ ବସିଥିଲେ । ହଠାତ ଦୁଆରଶୁଣୀ ଘାଟିରେ ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଥିଲା । ଫଳରେ ଡ୍ରାଇଭର ଜଣଙ୍କ ବସ ଭିତରେ ଚାପି ହୋଇ ରହିଥିବା ବେଳେ ପାଖାପାଖି 20ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏନେଇ ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଇଥିଲେ । ଡ୍ରାଇଭରଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେପଟେ ବାଙ୍ଗିରିପୋଷି ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଦୁର୍ଘଟଣା ର ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ପୁଣି ଦୁଆରଶୁଣୀ ଘାଟିରେ ଦୁର୍ଘଟଣା, ହୁହୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ୍ - Truck Catches Fire

ଯାତ୍ରୀଙ୍କ ପାଇଁ କାଳ ସାଜିଛି ଦୁଆରଶୁଣୀ ଘାଟି । ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଏଠାରେ ଘଟିଚାଲିଛି । ଚଳିତ ମାସ ଆରମ୍ଭରେ ଏଠାରେ ଭାରସାମ୍ୟ ହରାଇ ଏକ ପିଆଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳିଯାଇଥିଲା । ଟ୍ରକଟି କୋଲକାତା ଅଭିମୁଖେ ଯାଉଥିବା ବେଳେ ନିଆଁ ଲାଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଉଭୟ ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଟ୍ରକଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଘାଟି ରାସ୍ତାରେ ଦ୍ରୁତ ଗତିରେ ଗାଡି ଯାତାୟତ କରୁଥିବାରୁ ବାରମ୍ବାର ଘଟୁଛି ଦୁର୍ଘଟଣା। ଫଳରେ ଅନେକ ଧନ ଜୀବନ ହାନି ହେଉଛି । ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ପାହାଡ଼ରେ ବ୍ଲାଷ୍ଟିଂ କରାଯାଇ ପଥର ସବୁ ଫଟାଯାଉଥିଲା। ବର୍ତ୍ତମାନ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଘାଟିରେ ବ୍ଲାଷ୍ଟିଂ ବନ୍ଦ କରାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.