ETV Bharat / state

ଚାହୁଁ ଚାହୁଁ ଚଢିଗଲା ହାଇୱା, ଚାଲିଗଲା ଶିଶୁକନ୍ୟା ସମେତ 4 ଜୀବନ - DHENKANAL ACCIDENT - DHENKANAL ACCIDENT

Deadly Road Accident In Dhenkanal: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଖି ପିଛୁଳାକେ ଚଢିଗଲା ହାଇୱା । ଚାଲିଗଲା 4 ଜୀବନ । ଅଧିକ ପଢ଼ନ୍ତୁ

ଚାହୁଁ ଚାହୁଁ ଚଢି଼ଗଲା ହାଇୱା, ଚାଲିଗଲା 3 ଜଣଙ୍କ ସମେତ ଶିଶୁକନ୍ୟାର ଜୀବନ
ଚାହୁଁ ଚାହୁଁ ଚଢି଼ଗଲା ହାଇୱା, ଚାଲିଗଲା 3 ଜଣଙ୍କ ସମେତ ଶିଶୁକନ୍ୟାର ଜୀବନ (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 7:37 PM IST

ଚାହୁଁ ଚାହୁଁ ଚଢି଼ଗଲା ହାଇୱା, ଚାଲିଗଲା 3 ଜଣଙ୍କ ସମେତ ଶିଶୁକନ୍ୟାର ଜୀବନ (ETV Bharat Odisha)

ଢେଙ୍କାନାଳ: କାଳ ସାଜି ଆସିଲା ହାଇୱା । ଚାହୁଁ ଚାହୁଁ ଲିଭିଗଲା 4ଟି ଜୀବନ ଦୀପ । ବାଇକ୍ ସହ ହାଇୱାର ମୁହାଁମୁହିଁ ଧକ୍କା ଫଳରେ ବାଇକରେ ଥିବା ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ 5 ବର୍ଷିୟା ଶିଶୁକନ୍ୟା ଥିବା ଜଣା ପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ସ୍ଥାନୀୟ ଲୋକ ଅଟକ ରଖିଥିବା ବେଳେ ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଛି । ତେବେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ନିକଟରେ ।

ସୂଚନା ଅନୁସାରେ, ଆଜି (ସୋମବାର) ଅପରାହ୍ନ ସମୟରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଟୋଲର ପଶି ନିକଟରେ ଏକ ବାଇକ ଯୋଗେ 4 ଜଣ ଯାଉଥିଲେ । ଏହି ସମୟରେ ସାମ୍ନାରୁ ଆସିଥିବା ଏକ ଦ୍ରୁତଗାମୀ ହାଇୱା ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା 4 ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୪ ଜଣଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଜଣେ ୫ବର୍ଷର ଶିଶୁ କନ୍ୟା ଥିବା ଜଣାପଡିଛି । ମୃତକମାନେ ଗନ୍ଦିଆ ଥାନା ଅନ୍ତର୍ଗତ ଛୋଟତେନ୍ତୁଳି ଫୁଲଝର ଗ୍ରାମର ଗୋବିନ୍ଦ ଦେଓଗାମ, ସୁମୀ ଦେଓଗାମ ଓ ସୁମୀଙ୍କର ୫ବର୍ଷର ଝିଅ ପୂର୍ଣ୍ଣିମା ଦେଓଗାମ ଏପରି ୩ ଜଣଙ୍କର ପରିଚୟ ମିଳିପାରିଛି । ତେବେ ଦୁର୍ଘଟଣାରେ ମୃତ ଅନ୍ୟ ଯୁବକ ଜଣଙ୍କ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡିଥିଲେ ମଧ୍ୟ ତାଙ୍କର ସଠିକ ପରିଚୟ ମିଳିପାରିନାହିଁ । ମୃତକମାନେ ସମସ୍ତେ ସଂପର୍କୀୟ ବୋଲି ଜଣାପଡ଼ିଛି । ତେବେ ବାଲେଶ୍ଵରର ଏହି ମୃତ ଯୁବକଙ୍କୁ ପିଙ୍ଗୁଆରେ ଛାଡିବା ପାଇଁ ଏକ ପଲସର ବାଇକ ଯୋଗେ ୪ ଜଣ ଯାଉଥିଲେ । ମାତ୍ର ବାଟରେ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଜଙ୍ଗଲରୁ କେନ୍ଦୁପତ୍ର ତୋଳି ଫେରୁଥିଲେ; ୨୦ ଫୁଟ ତଳକୁ ଖସିଲା ଭ୍ୟାନ, ଚାଲିଗଲା 18 ଜୀବନ - CHHATTISGARH ROAD ACCIDENT

ଅନ୍ୟପକ୍ଷେ ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଗାଡିକୁ ପୋଲିସ ଜବତ କରି ଅଧିକ ତଦନ୍ତ ଚଳାଇଛି । ତୁରନ୍ତ ହାଇୱା ଡ୍ରାଇଭରକୁ ଧରିବା ପାଇଁ ଦାବି ବୃହୋଇଥିବା ବେଳେ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.