ETV Bharat / state

ଝାରସୁଗୁଡ଼ାରେ ଅଂଶୁଘାତରେ ୬ ଜଣଙ୍କ ମୃତ୍ୟୁ ସନ୍ଦେହ - Sunstroke Death

Sunstroke Death In Jharsuguda: ଝାରସୁଗୁଡ଼ାରେ ଅଂଶୁଘାତଜନିତ 6 ଜଣଙ୍କ ମୃତ୍ୟୁ ସନ୍ଦେହ । ମୃତଦେହ ବ୍ୟବଚ୍ଛେଦ ମତର କାରଣ ସ୍ପଷ୍ଟ ହେବ କହିଲେ ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 31, 2024, 5:43 PM IST

ଝାରସୁଗୁଡ଼ାରେ ଅଂଶୁଘାତରେ ୬ ଜଣଙ୍କ ମୃତ୍ୟୁ ସନ୍ଦେହ
ଝାରସୁଗୁଡ଼ାରେ ଅଂଶୁଘାତରେ ୬ ଜଣଙ୍କ ମୃତ୍ୟୁ ସନ୍ଦେହ (ETV Bharat Odisha)

ଝାରସୁଗୁଡ଼ା: ଗ୍ରୀଷ୍ମ ପ୍ରବାହ ପ୍ରକୋପରେ ଜଳୁଛି ରାଜ୍ୟର ଉପକୂଳ ଠାରୁ ଆରମ୍ଭ କରି ଉପାନ୍ତ । ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଅସହ୍ୟ ତାତିରୁ ରକ୍ଷା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ତାତି ଦିନକୁ ଦିନ ବଢ଼ିଚାଲିଛି । ଏହାରି ଭିତରେ ରାଜ୍ୟର ହଟ୍‌ସିଟି ପାଲଟିଛି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା । ତେବେ ଗତକାଲି (ଗୁରୁବାର) ଝାରସୁଗୁଡ଼ାରେ ଅଂଶୁଘାତଜନିତ 6 ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ରାଜ୍ୟରେ ହିଟୱେଭ ଜାରି ରହିଥିବା ବେଳେ ଗତକାଲି ଝାରସୁଗୁଡାରେ ତାପମାତ୍ରା 47 ଡିଗ୍ରୀ ଛୁଇଁଥିଲା । ଗ୍ରୀଷ୍ମପ୍ରବାହ ଯୋଗୁଁ ଝାରସୁଗୁଡା ଜିଲ୍ଲାରେ ଗତକାଲି ଅଂଶୁଘାତରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଝାରସୁଗୁଡ଼ା ମୁଖ୍ୟତଃ ଖଣି ଅଞ୍ଚଳ ହୋଇଥିବାରୁ ଏଠାରେ ତାପମାତ୍ରା ଅଧିକ ରହୁଛି । ଗତକାଲି ୪ ଜଣ ଡ୍ରାଇଭର ଗାଡ଼ି ଭିତରେ ଆଖି ବୁଜିଥିବା ବେଳେ ଅନ୍ୟ ଅଞ୍ଚଳରେ ୨ଜଣ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହା ଅଂଶୁଘାତଜନୀତ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଏକ ପ୍ରେସ ରିଲିଜ କରି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କଲବଲ କରୁଛି ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳିରେ ସିଝୁଛି ରାଉରକେଲା ସହର - Heatwave In Rourkela

ସୂଚନା ଅନୁସାରେ, ଗତକାଲି ଝାରସୁଗୁଡାରେ ଚଳିତ ବର୍ଷର ତାପମାତ୍ରାର ରେକର୍ଡ ଭାଙ୍ଗିଛି । ୪୭ ଡ଼ିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ାରେ ମେ' ମାସର ସର୍ବକାଳୀନ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଦିନକୁ ଦିନ ବାୟୁ ମଣ୍ଡଳ ଦୂଷିତ ଏବଂ ଗଛ କାଟି ଯୋଗୁଁ ଜିଲ୍ଲାରେ ଏଭଳି ତାପମାତ୍ରା ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ସମ୍ବଲପୁରରେ ପ୍ରବଳ ଗରମକୁ ଗୁଳୁଗୁଳି, ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ କାଟ - SAMBALPUR HEAT WAVE

ସେପଟେ ଏନେଇ ଝାରସୁଗୁଡାର ଆଇନଜୀବୀ ତ୍ରିନାଥ ଗୁଆଲ କହିଛନ୍ତି, "ଝାରସୁଗୁଡ଼ାରେ ଅଂଶୁଘାତ ବଢ଼ିବାରେ ଲାଗିଛି । ଡାକ୍ତରଖାନାରେ ମଧ୍ୟ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ରୋଗୀମାନଙ୍କୁ ବେଡ ମଧ୍ୟ ମିଳୁନାହିଁ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଖାମଖିଆଲ ପାଇଁ ରୋଗୀମାନେ ମାଡିକାଲ ବାହାରେ ପଡି ରହୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନଙ୍କ ପାଖରେ ଦାବି କରୁଛି ଯେ, ଜିଲ୍ଲାପାଳ ମେଡିକାଲ ଯାଇ କିପରି ଚିକିତ୍ସା ଚାଲିଛି ତାର ତଦାରଖ କରନ୍ତୁ । ଅଂଶୁଗାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ତା କରନ୍ତୁ ।"

ଇଟିଭା ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.