ETV Bharat / state

ଖରାଦିନେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ, ଯୁବବର୍ଗଙ୍କୁ ରକ୍ତଦାନ ପାଇଁ ପ୍ରଶାସନର ଅପିଲ୍ - Blood Crisis in Summer Time - BLOOD CRISIS IN SUMMER TIME

Blood Crisis in Summer Time: ଖରାଦିନେ ଆସିଲେ ରାଜ୍ୟର ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ । ଖରାଦିନରେ ଭୟଭୀତ ନ ହୋଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ପ୍ରଶାସନର ଅପିଲ । ଅଧିକ ପଢନ୍ତୁ

ଖରାଦିନେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ, ଯୁବବର୍ଗଙ୍କୁ ରକ୍ତଦାନ ପାଇଁ ପ୍ରଶାସନର ଅପିଲ୍

author img

By ETV Bharat Odisha Team

Published : Mar 31, 2024, 7:13 PM IST

Updated : Apr 1, 2024, 11:42 AM IST

ଖରାଦିନେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ

ଭୁବନେଶ୍ବର: ରକ୍ତଦାନ ମହତ୍ ଦାନ । ଟୋପାଏ ରକ୍ତ ବିନ୍ଦୁ ଜଣଙ୍କ ଜୀବନ ବଞ୍ଚାଇପାରେ । ଗୋଟିଏ ପରିବାରରେ ହସର କାରଣ ବୁନ୍ଦାଏ ରକ୍ତ । ହେଲେ ଖରା ଦିନ ଆସିଲେ ରକ୍ତର ଅଭାବ ଦେଖିବାକୁ ମିଳେ। ରାଜ୍ୟର ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ । ସାଧାରଣ ଲୋକଙ୍କ ରକ୍ତ ତ ଦୂରର କଥା ବିଶେଷ ଭାବରେ ଥାଲାସେମିଆ ଓ ସିକିଲସେଲ ଆନିମିଆରେ ପୀଡ଼ିତ ଥିବା ରୋଗୀଙ୍କର ରକ୍ତ ଅତ୍ୟନ୍ତ ଆବଶ୍ୟକ ପଡ଼ିଥାଏ । ରକ୍ତ ନେବାର ମାସଟେ ପୁରିଗଲେ ପୁଣି ଲୋଡା ପଡେ ରକ୍ତ । ଯାହାକୁ ନେଇ ରାଜ୍ୟସରକାର ତତ୍ପରତା ପ୍ରକାଶ କରିଛନ୍ତି ।

ଓଡ଼ିଶା ରକ୍ତ ନିରାପତ୍ତାର ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ପ୍ରତିବର୍ଷ ଖରା ଦିନ ଆସିଲେ ଅନେକ ସ୍ଥାନରେ ରକ୍ତର ଅଭାବ ଦେଖାଯାଇଥାଏ । ଏଥିରେ ଅନେକ କାରଣ ରହିଛି ଯଥା ଖରା ଦିନରେ ଲୋକମାନେ ରକ୍ତ ଦାନ କରିବାକୁ ଆସନ୍ତି ନାହିଁ ଏବଁ ରକ୍ତଦାନ କରୁଥିବା ବଡ ବର୍ଗ ସ୍କୁଲ ଓ କଲେଜ ପିଲାଙ୍କ ଶିକ୍ଷାନୁଷ୍ଠାନ ବନ୍ଦ ରହିବା । ସେଥିପାଇଁ ଜାନୁଆରୀ ଫେବୃଆରୀ ମାସରେ ଅଧିକ ରକ୍ତ ସଂଗ୍ରହ କରିବାକୁ ଚେଷ୍ଟା କରାଯାଏ । ଏପଟେ ବିନା ଏକ୍ସଚେଞ୍ଜରେ ରକ୍ତ ଦେବାକୁ ଚେଷ୍ଟା କରାଯାଉଛି । ଖରା ଦିନରେ ଲୋକମାନଙ୍କୁ ଅନୁରୋଧ କି ସ୍ବଇଚ୍ଛାରେ ହସ୍ପିଟାଲରେ ଆସି ରକ୍ତ ଦାନ କରନ୍ତୁ । ଯାହା ଫଳରେ ଖରା ଦିନରେ ରକ୍ତ ଅଭାବ ରହିବ ନାହିଁ । ରାଜ୍ୟରେ ବର୍ଷକୁ ୪ ଲକ୍ଷରୁ ଅଧିକ ୟୁନିଟ ରକ୍ତ ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ... ପୋଡି ଯାଇଛି ପାଣି ମୋଟର, ଶୋଷରେ 300 ଗ୍ରାମବାସୀ ! - Drinking Water Problem

କିନ୍ତୁ ଗତ ବର୍ଷ ୫ ଲକ୍ଷରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସବୁଠୁ ଅଧିକ କଟକ ଏବଂ ଭୁବନେଶ୍ଵର ସହର ପାଇଁ ରକ୍ତ ରଖିବା ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏହାସହ ଅନନ୍ୟ ଜିଲ୍ଲା ଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ରାଜ୍ୟରେ ୫୭ଟି ରକ୍ତ ଭଣ୍ଡାର ରହିଛି ବୋଲି କହିଛନ୍ତି ରକ୍ତ ନିରାପତ୍ତାର ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଏପଟେ ସ୍ବେଚ୍ଛାସେବୀ ରୋଜାଲିନି ଦାଶ କହିଛନ୍ତି ଯେ, ବିଶେଷ ଭାବରେ ଖରା ଦିନରେ ରକ୍ତ ସଂଗ୍ରହ କରିବା କଷ୍ଟକର ହୋଇପଡେ । ଅନେକ ସମୟରେ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ରକ୍ତ ପାଇଁ ଘୁରି ବୁଲୁଥାନ୍ତି । ହେଲେ ରକ୍ତ ସଠିକ ସମୟରେ ମିଳିବା କଷ୍ଟକର ହୋଇପଡେ । ରକ୍ତ ଦେବା ପାଇଁ ଲୋକମାନେ, ଯୁବପିଢି ମାନେ ଆଗକୁ ଆସିବା ଆବଶ୍ୟକ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2024, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.