ETV Bharat / state

ମୟୂରଭଞ୍ଜରେ ବଢିଲା ବିଜେଡିର ବଳ, ଦଳରେ ମିଶିଲେ ୬୦୦ରୁ ଊର୍ଦ୍ଧ୍ବ କର୍ମୀ - BJD joining program

author img

By ETV Bharat Odisha Team

Published : May 6, 2024, 10:57 AM IST

BJD joining program: ମୟୂରଭଞ୍ଜରେ ବିଜେଡିର ମିଶ୍ରଣ ପର୍ବ । ବିଜେପି, କଂଗ୍ରେସ, ଜେଏମ୍‌ଏମ୍‌ ଦଳ ଛାଡି ବିଜେଡିରେ ସାମିଲ ହେଲେ 600ରୁ ଅଧିକା କର୍ମୀ । ଅଧିକ ପଢ଼ନ୍ତୁ

BJD JOINING PROGRAM
BJD JOINING PROGRAM (Etv Bharat)
BJD JOINING PROGRAM (ETV BHARAT)

ରାଇରଙ୍ଗପୁର: ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରେ ଜମୁଛି ନିର୍ବାଚନୀ ପ୍ରଚାର । ବିଜେଡିର ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ପ୍ରଚାରକୁ ଜୋରଦାର କରିଛନ୍ତି । ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଦଳ ଡିଆଁ ପର୍ବ ସେତିକି ଜୋରସୋରରେ ଚାଲିଛି । ରବିବାର ରାଇରଙ୍ଗପୁରରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଜେପି, କଂଗ୍ରେସ, ଜେଏମଏମ ଦଳର 600ରୁ ଊର୍ଦ୍ଧ୍ବ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ବିଜେପିର ମିଶ୍ରଣ ପର୍ବ: ଦଳରେ ଯୋଗ ଦେଲେ ଜ୍ୟୋତି ପାଣିଗ୍ରାହୀ ଓ ଯଜ୍ଞେଶ୍ବର ବାବୁ - BJP JOINING PROGRAM IN BALANGIR

ରବିବାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇରଙ୍ଗପୁର ସହରରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲେ । ଏହି ଅବସରରେ ମୟୂରଭଞ୍ଜ ଲୋକସଭା ଆସନର ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ, ଚମ୍ପୁଆର ପୂର୍ବତନ ବିଧାୟକ ମିନାକ୍ଷୀ ମହାନ୍ତ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ସଦର ସଭାପତି କାଶିନାଥ ହେମ୍ବ୍ରମଙ୍କ ସହିତ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତି ଥିଲେ । ରାଇରଙ୍ଗପୁର ବ୍ଳକ, ବହଳଦା ବ୍ଲକ,ତିରିଂ ବ୍ଳକ ଓ ଯାମଦା ବ୍ଲକରୁ ବିଭିନ୍ନ ଦଳର ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିବାବେଳେ ରାଇରଙ୍ଗପୁର ପୌରପାଳିକାର ବିହାରୀ ସମ୍ପ୍ରଦାୟର ଲୋକେ ବିଜେଡି ଦଳରେ ଯୋଗ ଦେଇଥିଲେ । ଆୟୋଜିତ ମିଶ୍ରଣ ପର୍ବ ଅବସରରେ ପାଖାପାଖେ ୫ ହଜାର ଲୋକଙ୍କ ସମାବେଶ ହୋଇଥିଲା । ଉପସ୍ଥିତ ଅତିଥି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ କହିଥିଲେ । ଚଳିତ ନିର୍ବାଚନରେ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଉପସ୍ଥିତ ଲୋକଙ୍କୁ ନିବେଦନ କହିଥିଲେ ଦୁଇ ପ୍ରାର୍ଥୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ଗହଳିର ମହିଳାଙ୍କୁ ସ୍ବାବଲମ୍ବୀ କରିଛନ୍ତି । ତେଣୁ ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ଉଭୟ ବିଧାୟକ ଓ ସାଂସଦ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ନିର୍ବାଚନ ମଣ୍ଡଳୀରେ ଅନବରତ ଜାରି ରଖିବା ପାଇଁ ସଦା କାର୍ଯ୍ୟରତ ରହିବୁ ଓ ସାଧାରଣ ଲୋକଙ୍କ ସ୍ବରକୁ ନେଇ ସଂସଦ ଓ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ଲୋକଙ୍କ ଆର୍ଶୀବାଦ ଲୋଡ଼ିଥିଲେ ଉଭୟ ପ୍ରାର୍ଥୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.