ETV Bharat / state

ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିବା ଘଟଣା, ରଘୁନନ୍ଦନଙ୍କ ବିରୋଧରେ ଗର୍ଜିଲେ ସାମ୍ବାଦିକ - BHUBANESWAR JOURNALISTS PROTEST

author img

By ETV Bharat Odisha Team

Published : Jun 27, 2024, 7:24 PM IST

JOURNALISTS PROTEST AGAINST RAGHUNANDAN: ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିବା ଘଟଣାରେ ରାଜଧାନୀରେ ସାମ୍ବାଦିକମାନଙ୍କ ପ୍ରତିବାଦ । ଯଥାଶୀଘ୍ର ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

JOURNALISTS PROTEST AGAINST RAGHUNANDAN
JOURNALISTS PROTEST AGAINST RAGHUNANDAN (ETV Bharat Odisha)

ଭୁବନେଶ୍ବର: ରଘୁନନ୍ଦନଙ୍କ ବିରୋଧରେ ଗର୍ଜିଲେ ସାମ୍ବାଦିକ । ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିବା ଘଟଣାରେ ସାମ୍ବାଦିକମାନଙ୍କ ପ୍ରତିବାଦ । ଜୟଦେବଭବନ ଠାରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକଙ୍କ ସହ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଏକାଠି ହୋଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି ।

ସାମ୍ବାଦିକଙ୍କ ଉପରକୁ ଅମାନୁଷିକ ଭାବେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କୁକୁର ଛାଡିଥିବା ଘଟଣାକୁ ଦୃଢ ନିନ୍ଦା କରିବା ସହ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ସାମ୍ବାଦିକଙ୍କୁ ସୁରକ୍ଷା ଓ ସମ୍ମାନ ଦାବି କରି ରଘୁନନ୍ଦନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରି ବିକ୍ଷୋଭ କରିଛନ୍ତି ସାମ୍ବାଦିକ । ସାମ୍ବାଦିକା ଚିନ୍ମୟୀ ସାହୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଗିରଫ କରିବା ପାଇଁ ଦାବି ହୋଇଛି ।

ପୂର୍ବତନ ମନ୍ତ୍ରୀ ନିଜେ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିବା ସତ୍ତ୍ବେ ସାମ୍ୱାଦିକଙ୍କ କିଭଳି ବ୍ୟବହାର କରାଯାଏ । ତାହା ତାଙ୍କୁ ଜଣାନାହିଁ ବୋଲି ଅଭିଯୋଗ କରିବା ସହ କୁକୁର ଛାଡି ବି ମୁହଁ ଟାଣରେ ମୁଁ ଛାଡ଼ିଛି ବୋଲି କହିବାକୁ ନିନ୍ଦା କରିଛନ୍ତି ସାମ୍ବାଦିକ ସଂଘ । ଯେଭଳି ଭାବେ ନିଜ ଭୁଲକୁ ନ ମାନି ରଘୁନନ୍ଦନ କ୍ଷମା ମଧ୍ୟ ମାଗୁନାହାନ୍ତି । ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ସାମ୍ବାଦିକ । ତେଣୁ ସରକାର ଏଦିଗରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପ୍ରତିବାଦ ମାଧ୍ୟମର ସାମ୍ବାଦିକମାନେ ଦାବି କରିଛନ୍ତି ।

ଏଠାରେ ସୂଚନା ଥାଉକି ଗତ ୨ ଦିନ ତଳେ ଘରୋଇ ଟିଭି ଚ୍ୟାନେଲର ସମ୍ବାଦିକା ଚିନ୍ମୟୀ ସାହୁ ଓ କ୍ୟାମେରାମ୍ୟାନ ଉମେଶ ମହାରଣାଙ୍କ ଉପରେ ରଘୁନନ୍ଦନ କୁକୁର ଛାଡ଼ି ଆକ୍ରମଣ କରିଥିଲେ । ଜଣେ କାର୍ଯ୍ୟରତ ସାମ୍ବାଦିକା ଓ ତାଙ୍କ କ୍ୟାମେରା ମ୍ୟାନ ଖବର ପ୍ରସାରଣ ପାଇଁ ଅନୁମତି ନେଇ ତାଙ୍କ ଘର ଭିତରକୁ ଯାଇଥିଲେ। ଏହା ଜାଣି ମଧ୍ୟ ରଘୁନନ୍ଦନ ତାଙ୍କ ଉପରକୁ କୁକୁର ଛାଡ଼ିଦେବା ଏକ ଧର୍ତ୍ତବ୍ୟ ଅପରାଧ । ଏହା ରଘୁନନ୍ଦନଙ୍କ ରୁଗ୍ନ ମାନସିକତାକୁ ସୂଚାଏ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ । ସେ ଆହୁରି କହିଛନ୍ତି ଯେ, କାର୍ଯ୍ୟରତ ସମ୍ବାଦିକ ସେ ମହିଳା ହୁଅନ୍ତୁ କି ପୁରୁଷ ସେମାନେ କର୍ତ୍ତବ୍ୟର ଥିବା ସମୟରେ ଏଭଳି ଭାବେ ମରଣାତ୍ମକ ଆକ୍ରମଣ କରିବା ଉଚିତ ନୁହେଁ । ତୁରନ୍ତ ପୋଲିସ ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ .....ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ - Strict Action Against Raghunandan

ତେବେ ଏହି ଘଟଣାରେ ଦୁଇଦିନ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି ଯେ, ଏନେଇ ତଦନ୍ତ ଚାଲିଛି, ଆମେ ବିଧାୟକଙ୍କ ଘରକୁ ଯାଇଥିଲୁ । ସେଠାରେ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରିଛୁ । ତଦନ୍ତ ମୁତାବିକ ଆଗକୁ ପଦକ୍ଷେପ ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.