ETV Bharat / state

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ବନ୍ଦୋବସ୍ତ, ସୁରକ୍ଷା ବଳୟରେ ଭୁବନେଶ୍ବର ବିମାନବନ୍ଦର

Security Arrangements for PM Visit: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 5, 2024, 11:17 AM IST

Security Arrangements for PM Visit
Security Arrangements for PM Visit
Security Arrangements for PM Visit

ଭୁବନେଶ୍ବର: ଆଉ କିଛି ସମୟ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇବା ପରେ ଚଣ୍ଡିଖୋଲ ଅଭିମୁଖେ ଯିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ କୌଣସି କାର୍ଯ୍ୟକ୍ରମ ରହିନଥିଲେ ସୁଦ୍ଧା ଆତିଥ୍ୟ ପାଇଁ ପ୍ରସ୍ତୁତ ରହିଛି ରାଜଭବନ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଟ୍ରାଫିକଠାରୁ ଆରମ୍ଭ କରି ସୁରକ୍ଷା ସହ ଯେଉଁ ଗାଡିରେ ଯିବେ ସେନେଇ ମଧ୍ୟ କାରକେଡ ପ୍ରସ୍ତୁତ ରହିଥିବା କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଭୁବନେଶ୍ୱର ବିମାନ ବନ୍ଦରରୁ ରାଜଭବନ ଓ ଆବଶ୍ୟକ ପଡିଲେ ସ୍ବାସ୍ଥ୍ୟ ସେବା ପାଇଁ କ୍ୟାପିଟାଲ ଓ ଆପୋଲୋ ହସ୍ପିଟାଲ ପର୍ଯନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ପ୍ରକାଶଥାଉକି, ଯାଜପୁରର ଚଣ୍ଡିଖୋଲରେ ରହିଛି ସରକାରୀ କାର୍ଯକ୍ରମ ।

ଭୁବନେଶ୍ୱରରେ କାର୍ଯକ୍ରମ ନଥିଲେ ମଧ୍ୟ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ ବିମାନ ବନ୍ଦରଠାରୁ ରାଜଭବନ, କ୍ୟାପିଟାଲ ହସ୍ପିଟାଲ ଓ ଆପୋଲୋ ପର୍ଯ୍ୟନ୍ତ ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଏନେଇ ସୁରକ୍ଷା ରିହରସଲ ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ଓହ୍ଲାଇବା ପରେ ଭିଆଇପିଙ୍କ ଗସ୍ତ ରହିବ ତେଣୁ ସେହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ବିମାନବନ୍ଦରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ ଏବଂ ପୋଲିସ କଣ୍ଟ୍ରୋଲ ରୁମରୁ ସବୁ ମନିଟର୍ କରାଯିବା ନେଇ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭେଟିଦେବେ 19,600 କୋଟି ଟଙ୍କାର ପ୍ରକଳ୍ପ

ସେ ଆହୁରି ମଧ୍ୟ କହିଛନ୍ତି, "ବମ ସ୍କ୍ବାଡ ଓ ଡଗ ସ୍କ୍ବାଡ ପ୍ରସ୍ତୁତ ରହିଛନ୍ତି । ସେମାନେ ସଠିକ ସମୟରେ ଯାଞ୍ଚ କରିବେ । ବିମାନ ବନ୍ଦର ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ତନତନ ଯାଞ୍ଚ କରାଯିବ । ପାସ୍ ନାଗରିକଙ୍କ ଉପରେ ବିଶେଷ କଡ଼ା ନଜର ରହିବ । ଯଦି ଭୁବନେଶ୍ୱର ସହ ଭିତରକୁ କିଛି କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୁଏ, ତେବେ ଏୟାରପୋର୍ଟରୁ ରୁଟ ଲାଇନ କାରକେଡ ପ୍ରସ୍ତୁତ ରହିବ । ଜଣେ ଡିସିପିଙ୍କ ନେତୃତ୍ବରେ ୬ ଅତିରକ୍ତ ଡିସିପି, ୧୦ଜଣ ଏସିପି, ୧୯ଜଣ ଇନସ୍ପେକ୍ଟର, ୬୯ ଅନ୍ୟ ଅଫିସରଙ୍କ ସହ ୧୫ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସ୍ପେଶାଲ ଟାକ୍ଟିକାଲ ୟୁନିଟ ଓ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ରହିବେ । ଆମ୍ବୁଲାନ୍ସ ଓ‌ ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ ରହିବେ । " ଭୁବନେଶ୍ୱର କେବଳ ବାୟୁସେନା ବିମାନରୁ ଓହ୍ଲାଇବା ପରେ ସେଠାରେ ଆଉ ଏକ ସ୍ବତନ୍ତ୍ର ହେଲିକେପ୍ଟରରେ ଚଣ୍ଡିଖୋଲ ଅଭିମୁଖେ ଉଡ଼ାଣ କରିବେ ମୋଦି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.