ETV Bharat / state

ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଟଳିଲେ ୨ ମାଓବାଦୀ - Maoists killed in Boudh

Maoists killed in Boudh: ସାଧାରଣ ନିର୍ବାଚନ ପୂର୍ବରୁ ବୌଦ୍ଧରେ ମାଓବାଦୀ ବିରୋଧୀ ଅପରେସନରେ ସୁରକ୍ଷାବଳକୁ ସଫଳତା । କୁମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ । ଅଧିକ ପଢନ୍ତୁ

Etv Bharatବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଟଳିଲେ ୨ ମାଓବାଦୀ

author img

By ETV Bharat Odisha Team

Published : Apr 25, 2024, 10:18 AM IST

Updated : Apr 25, 2024, 7:47 PM IST

ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଟଳିଲେ ୨ ମାଓବାଦୀ

ବୌଦ୍ଧ: କୁମ୍ବିଂ ଅପରେସନ ବେଳେ ବୌଦ୍ଧରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଜଣ ହାର୍ଡକୋର ମାଓବାଦୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ପାଢେଲ ଡ଼୍ୟାମ ନିକଟ ଜଙ୍ଗଲରେ ଆଜି ଏସଓଜି ଯବାନ ଏବଂ ମାଓବାଦୀମାନେ ଏପରି ମୁହାଁମୁହିଁ ହୋଇଥିଲେ । ଏଥିରେ 2 ମାଓବାଦୀ ନିହତ ହୋଇଥିବା ବେଳେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁଯାୟୀ, କଣ୍ଟାମାଳ ଥାନା ଅନ୍ତର୍ଗତ ପାଢେଲ ଡ଼୍ୟାମ ନିକଟ ଜଙ୍ଗଲରେ ସୁରକ୍ଷା ବାହିନୀ କୁମ୍ବିଂ ଅପରେସନ କରୁଥିବା ବେଳେ ହଠାତ୍ ୪୦ରୁ ୫୦ ଜଣ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ମାଓବାଦୀମାନେ ଯବାନଙ୍କ ଉପରେ ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାବଳ । ଏହି ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତ ମାଓବାଦୀ ହେଲେ ସନ୍ତୁ ଓ ସୁନୀଲ । ଏମାନଙ୍କ ମୁଣ୍ଡ ଉପରେ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ରଖିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ : ନକ୍ସଲ ଦମନରେ ଛତିଶଗଡ଼କୁ ବଡ଼ ସଫଳତା; 4 ମାସରେ 80 ନିହତ - Chhattisgarh Naxal Encounter

ଏହା ମଧ୍ୟ ପଢନ୍ତୁ : ନିର୍ବାଚନ ପୂର୍ବରୁ ଅଶାନ୍ତ କାଙ୍କେର; ଗୁଳି ବିନିମୟ ବେଳେ 29 ନକ୍ସଲ ମୃତ, 3 ଯବାନ ଆହତ - Several Naxals Killed

ତେବେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଏହି ସର୍ଚ୍ଚ ଅପରେସନରେ ଡିଭିଏଫ, ବିଏସଏଫ ଓ ଏସଓଜି ଯବାନ ସାମିଲ ହୋଇଥିଲେ ।

ପ୍ରକାଶଥାଉ କି, ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ରହିଛି । ଗତ କିଛି ମାସ ହେଲା ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ମାଓବାଦୀମାନେ ସେମାନଙ୍କ ଉପସ୍ଥିତିକୁ ଜାହିର କରିଆସୁଛନ୍ତି । ଏମିତିକି ପ୍ରାୟ ୫ ଥର ପୋଲିସ, ସୁରକ୍ଷାବଳ ସହିତ ମାଓବାଦୀଙ୍କ ଗୁଳି ବିନିମୟ ହୋଇସାରିଲାଣି । ସବୁଥର ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସେସବୁ ସ୍ଥାନରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା ପୋଲିସ । ଏପରିକି ଗତକାଲି(ବୁଧବାର) ଛତିଶଗଡରେ 18 ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଗୋଟେ ପଟେ ମାଓବାଦୀ ସଙ୍ଗଠନ ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ଆତଙ୍କ ଖେଳାଇ ନିଜ ଉପସ୍ଥିତି ଜାହିର କରୁଛନ୍ତି ମାଓବାଦୀ ।

ଇଟିଭି ଭାରତ, ବୌଦ୍ଧ

Last Updated : Apr 25, 2024, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.