ETV Bharat / state

ରାଜ୍ୟରେ ମୁତୟନ ହେବେ ଅତିରିକ୍ତ ୧୦ କମ୍ପାନୀ ସଶସ୍ତ୍ର ପୋଲିସ - Security Arrangements - SECURITY ARRANGEMENTS

Security Arrangements For Election: ନିର୍ବାଚନକୁ ଶୃଙ୍ଖଳିତ କରିବାକୁ ବିିଭିନ୍ନ ପଦକ୍ଷେପ ନିଆଯାଇଛି । ଅତିରିକ୍ତ ୧୦ କମ୍ପାନୀ ସଶସ୍ତ୍ର ପୋଲିସକୁ ରାଜ୍ୟରେ ନିୟୋଜିତ କରାଯିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଜାଣନ୍ତୁ ସୁରକ୍ଷା ପାଇଁ ଆଉ କେଉଁ ପଦକ୍ଷେପ ନିଆଯାଇଛି ।

Security Arrangements
Security Arrangements
author img

By ETV Bharat Odisha Team

Published : Apr 25, 2024, 9:59 PM IST

ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ । ନିର୍ବାଚନକୁ ମୁକ୍ତ, ଅବାଧ ଓ ସ୍ୱଚ୍ଛ ରୂପେ ସମ୍ପନ୍ନ କରାଇବା ପାଇଁ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅତିରିକ୍ତ ୧୦ କମ୍ପାନୀ ତ୍ରିପୁରା ରାଜ୍ୟ ସଶସ୍ତ୍ର ପୋଲିସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, "ତ୍ରିପୁରା ରାଜ୍ୟ ସଶସ୍ତ୍ର ପୋଲିସ ବା ଭାରତ ରିଜର୍ଭ ବାଟାଲିୟନ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି । ଏହି 10 କମ୍ପାନୀ ସଶସ୍ତ୍ର ପୋଲିସ ବଳ ଓଡ଼ିଶାର ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ସୋନପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମୁତୟନ ହେବେ । ଏନେଇ ବସିଥିବା ଏକ ସ୍ୱତନ୍ତ୍ର ବୈଠକ ପରେ ତୃତୀୟ ପର୍ଯ୍ୟାୟ ମୁତୟନ ଚୂଡ଼ାନ୍ତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶରେ ରାଜ୍ୟ ପୋଲିସ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଡିଜି ସଞ୍ଜୟ କୁମାର, ସିଏପିଏଫ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଡିଜି ଏସ. ଦେବଦତ୍ତ ସିଂ ବୈଠକରେ ଉପସ୍ଥିତ ଥିଲେ । ସେହିପରି ଷ୍ଟେଟ୍‌ ଫୋର୍ସ କୋର୍ଡିନେଟର ତଥା ସିଆରପିଏଫ ଆଇଜି ଅର୍ଚ୍ଚନା ଶିବହରେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।"

ଏହା ବି ପଢନ୍ତୁ...ନିର୍ବାଚନ ପରିଚାଳନା ଚିନ୍ତା ବଢ଼ାଉଛି ପ୍ରବଳ ତାତି - Election Management In Heatwave

ଏହା ବି ପଢନ୍ତୁ...ନିର୍ବାଚନ ପାଇଁ ବଲାଙ୍ଗୀରରେ କଡା ସୁରକ୍ଷା ବ୍ୟବସ୍ଥା, ନିୟମିତ ଚାଲିଛି ଚେକିଂ - Election Preparation

ଏହା ବି ପଢନ୍ତୁ...ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ସିଇଓଙ୍କ ପ୍ରବର୍ତ୍ତନ ସଂସ୍ଥା ସହ ଗୁରୁତ୍ୱପୂର୍ଣ୍ଣ ବୈଠକ - Odisha CEO Held Meeting

ଏହି କମ୍ପାନୀ ଗୁଡ଼ିକ ନିଜ ନିଜର ମୁତୟନ ହୋଇଥିବା ସ୍ଥାନରେ ଆସନ୍ତା ମେ ପହିଲାରୁ କାର୍ଯ୍ୟ ଆରମ୍ଭ କରିବେ । ରାଜ୍ୟରେ ସୁରକ୍ଷିତ ନିର୍ବାଚନ ଓ ଶାନ୍ତିଶୃଙ୍ଖଳା ତଥା ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା ପାଇଁ ପୂର୍ବରୁ ରହିଥିବା ସଶସ୍ତ୍ର ବାହିନୀ ଓ ପୋଲିସ ବଳ ସହ ମିଶି କାର୍ଯ୍ୟ କରିବେ । ଏହି ୧୦ କମ୍ପାନୀ ରାଜ୍ୟ ସଶସ୍ତ୍ର ବାହିନୀ, ତ୍ରିପୁରା ସୁରକ୍ଷା ଦିଗରେ ବିଶେଷ ସହାୟକ ହେବେ । ପୂର୍ବରୁ ସୁରକ୍ଷା ପାଇଁ ୧୦ କମ୍ପାନୀ ବିଏସଏଫ, ୫ କମ୍ପାନୀ ସିଆଇଏସଫ ନିୟୋଜିତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.