ETV Bharat / state

ଆସନ୍ତାକାଲି କଟକ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବଳୟରେ ସିଲଭର ସିଟି

author img

By ETV Bharat Odisha Team

Published : Feb 29, 2024, 4:01 PM IST

President To Visit Cuttack: ଆସନ୍ତାକାଲି କଟକ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବଳୟରେ ସିଲଭର ସିଟି । କ'ଣ କ'ଣ କାର୍ଯ୍ୟକ୍ରମ ଅଛି ଜାଣନ୍ତୁ

President To Visit Cuttack
President To Visit Cuttack
President To Visit Cuttack

କଟକ: ଆସନ୍ତାକାଲି କଟକ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଶହେରୁ ଉର୍ଦ୍ଧ୍ବ ଅଫିସରଙ୍କ ସମେତ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସହରରେ ଟ୍ରାଫିକ ଉପରେ କଟକଣା ଲଗାଯିବ । ଇଣ୍ଡୋର ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ ଷ୍ଟାଡିୟମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି଼ କାରାଯିବ। କେବଳ ପାସ୍ ହୋଲଡରଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ ଦିଆଯିବ। ଏହାସହ ହଲ୍ ବାହାରେ ସମସ୍ତଙ୍କୁ ଯାଞ୍ଚ କରାଯିବ । ସେନେଇ ସମସ୍ତ ପୋଲିସ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ପୋଲିସ ଡିସିପି କହିଛନ୍ତି ।

ସୂଚନା ଅନୁସାରେ, ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓଡି଼ଶା ଶାଖା ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବାକୁ ଯାଉଛି । ଉତ୍ସବକୁ ଉଦଘାଟନ କରିବା ଲାଗି ଆସନ୍ତାକାଲି କଟକରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମର ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସଂଖ୍ୟକ ବ୍ୟକ୍ତିମାନେ ଯୋଗଦେବେ । ମାର୍ଚ୍ଚ ୨ ତାରିଖରେ ବ୍ରହ୍ମା କୁମାର ହରିଶ ଭାଇ ନିଜ ଦାନ୍ତରେ ବସ୍ ଟାଣିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ସନ୍ଧ୍ୟାରେ ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ମାର୍ଚ୍ଚ ୩ ତାରିଖ ଦିନ ୫୦ ଜଣ କନ୍ୟାଙ୍କର ଦିବ୍ୟ ସମର୍ପଣ ସମାରୋହ ଅନୁଷ୍ଠିତ ହେବ। ସୂଚନା ମୁତାବକ, ୧୯୭୩ ମସିହା ଅଗଷ୍ଟ ମାସ ୧୯ ତାରିଖ ଦିନ ଓଡ଼ିଶାରେ ପ୍ରଜାପିତା ବ୍ରହ୍ମା କୁମାରୀ ସଂଗଠନର ମୂଳଦୁଆ ପଡିଥିଲା। ଏହା ଭିତରେ ୫୦ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି । ଯାହାକୁ ଆହୁରି ସ୍ମରଣୀୟ କରିବା ଲାଗି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବାକୁ ଯାଉଛି। ଯାହାର ମୁଖ୍ୟ ଆକର୍ଷଣ ରହିବେ ମହାମହିମ ରାଷ୍ଟ୍ରପତି।

ଏହା ମଧ୍ୟ ପଢନ୍ତୁ...କେନ୍ଦୁଝରରେ ମ୍ୟାଡାମ୍ ପ୍ରେସିଡେଣ୍ଟ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଗତକାଲି(ବୁଧବାର)ଠୁ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ଦିନରେ କେନ୍ଦୁଝରରେ ପହଞ୍ଚିଛନ୍ତି ମହାମହିମ । ଆଜି(ଗୁରବାର) ସକାଳ ୧୦ଟାରେ ସେ କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସକାଳୁ ରାଇରଙ୍ଗପୁରରୁ ହେଲିକପ୍ଟର ଯୋଗେ ରାଇସୁଆଁ ହେଲିପ୍ୟାଡରେ ପହଞ୍ଚିଥିଲେ ମହାମହିମ । ସେଠାରୁ କାରକେଡରେ ଯାଇ ବାଂଶପାଳ ବ୍ଲକର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଭାରେ ଆଦିମ ଜନଜାତି ଜୁଆଙ୍ଗଙ୍କ ସହ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.