ETV Bharat / state

ମାସକୁ 2 ଦିନ ଜିଲ୍ଲାରେ ରହିବେ ସଚିବ; ବଣ୍ଟା ହେଲା ଜିଲ୍ଲା, ସିଏସ ଓ ଡିସିଙ୍କୁ ଦେବେ ରିପୋର୍ଟ, ଗସ୍ତ କାଳରେ ସଚିବ ଜିଲ୍ଲାର ଯେକୌଣସି ସ୍ଥାନ କରିବେ ପରିଦର୍ଶନ - Secretaries to visit district

author img

By ETV Bharat Odisha Team

Published : Sep 4, 2024, 8:47 PM IST

Updated : Sep 4, 2024, 8:52 PM IST

Secretaries and senior officials to visit districts: ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ । ନିର୍ଦ୍ଦେଶନାମା ଜାରି କଲା ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ । ଗସ୍ତ କାଳରେ ସଚିବ ଜିଲ୍ଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବେ । ଗ୍ରାମପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ । ଅଙ୍ଗନବାଡି କର୍ମୀ ଓ ମେଡିକାଲରେ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବେ । ଅଧିକ ପଢନ୍ତୁ

secretary district visit
secretary district visit (ETV Bharat Odisha)

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ, ତା'ର ଅନୁଧ୍ୟାନ କରିବେ ସଚିବ । ସେଥିପାଇଁ ସଚିବମାନଙ୍କୁ ଜିଲ୍ଲା ଗସ୍ତରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଚିବ ମାନେ ମାସକୁ 2ରୁ 3 ଦିନ ଜିଲ୍ଲା ଗସ୍ତରେ ଯିବେ । ଜିଲ୍ଲା ଗସ୍ତରେ ଯାଇ ସରକାରଙ୍କ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକର କାର୍ଯ୍ୟନ୍ଵୟନର ତଦାରଖ କରିବେ । ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ସେବା ପ୍ରଭାବୀ ଢଙ୍ଗରେ ମିଳୁଛି ନା ନାହିଁ ତାହା ପଚାରି ବୁଝିବେ । ଗସ୍ତର ରିପୋର୍ଟ ସଚିବ ମାନେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନଙ୍କୁ ପ୍ରଦାନ କରିବେ ।

ଉନ୍ନୟନ କମିଶନ ଅନୁ ଗର୍ଗ
ଉନ୍ନୟନ କମିଶନ ଅନୁ ଗର୍ଗ (ETV Bharat Odisha)

ସଚିବମାନଙ୍କ ଜିଲ୍ଲା ଗସ୍ତ ନେଇ ଆଜି ଉନ୍ନୟନ କମିଶନ ଅନୁ ଗର୍ଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉନ୍ନୟନ କମିଶନ ଏନେଇ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବଙ୍କୁ ଚିଠି ଲେଖା ଯାଇଛି । ଉନ୍ନୟନ କମିଶନର ଚିଠିରେ ଦର୍ଶାଇଛନ୍ତି, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବଙ୍କୁ ଜିଲ୍ଲା ପରିଦର୍ଶନ ପାଇଁ ଗୋଟିଏ ଲେଖାଏଁ ଜିଲ୍ଲା ଆବଣ୍ଟନ କରାଯାଇଛି । ଆବଣ୍ଟିତ ହୋଇଥିବା ଜିଲ୍ଲା ପ୍ରତି ତିନି ମାସରେ ପରିବତ୍ତନ ହେବ । ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କର ଦାୟିତ୍ୱରେ ଥ‌ିବା ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ 2 କିମ୍ବା 3 ଦିନର ଯୋଜନା ପ୍ରସ୍ତୁତ କରିବେ ।

ଏହା ବି ପଢନ୍ତୁ- ମନ୍ତ୍ରୀ ଦେଲେ ଡେଡଲାଇନ୍; ବିଲ୍ଡରଙ୍କ ଛାତି ଧଡଧଡ; ରାଜଧାନୀରେ ଠିଆ ହୋଇଛି 191 ବେଆଇନ ଆପାର୍ଟମେଣ୍ଟ, ବୁଲିବ ବୁଲଡୋଜର - illegal apartments to be demolished

30 ଜିଲ୍ଲା ବୁଲିବେ 30 ସଚିବ !

  • ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ
  • ନିର୍ଦ୍ଦେଶନାମା ଜାରି କଲା ଯୋଜନା ଓ ସଂଯୋଜନ ବିଭାଗ
  • ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ
  • ଆହାର କେନ୍ଦ୍ର, ଛାତ୍ରାବାସ, ସ୍କୁଲରେ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବେ
  • ଗସ୍ତ କାଳରେ ସଚିବ ଜିଲ୍ଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବେ
  • ଗ୍ରାମପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ
  • ଦିନକୁ ଅତିକମରେ ଥରେ କୌଣସି ଆହାର କେନ୍ଦ୍ର ପରିଦର୍ଶନ କରିବେ
  • ଅଙ୍ଗନବାଡି କର୍ମୀ ଓ ମେଡିକାଲରେ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବେ
  • ଆକାଂକ୍ଷୀ ଜିଲ୍ଲା ମଧ୍ୟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ
  • ଅଧିକାରୀମାନେ ପ୍ରତି ମାସରେ ନିର୍ଦ୍ଧାରିତ ଜିଲ୍ଲାକୁ ନିୟମିତ ଗସ୍ତ କରିବେ
  • ଖୁବ୍‌ଶୀଘ୍ର ପୋର୍ଟାଲ କରାଯାଇ ପରିଦର୍ଶନ ରିପୋର୍ଟ ଅପଲୋଡ କରାଯିବ
  • କେଉଁ ଅଧିକାରୀ କେଉଁ ଜିଲ୍ଲାକୁ ଯିବେ ତାଲିକା ଜାରି କଲା ବିଭାଗ

ଏହା ବି ପଢନ୍ତୁ- ପୁରୀ ବେଳାଭୂମିରେ Beach shacks: ବିଚ୍‌ରେ ମିଳିବ ବିୟର ମଜା, ଚେତାଇଲେ ବୁଦ୍ଧିଜୀବୀ, ପୂର୍ବରୁ ବ୍ୟାକଫୁଟକୁ ଯାଇଥିଲେ ନବୀନ ସରକାର - Oppose Beach Shacks

ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବା ବିଷୟ :-

1- ଗୁରୁତ୍ବପୂର୍ଣ୍ଣ ସରକାରୀ ଯୋଜନା/ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟାନ୍ବୟନକୁ ତଦାରଖ କରିବେ । ଯାହା ଦ୍ଵାରା
ଜନସାଧାରଣଙ୍କୁ ସଠିକ ଭାବରେ ବିଭିନ୍ନ ସରକାରୀ ସେବା ଯୋଗାଇବା ସୁନିଶ୍ଚିତ କରିହେବ ।

2- ଅଧିକାରୀ ନିଜ ଇଚ୍ଛା ଅନୁସାରେ ଜିଲ୍ଲା ମଧ୍ୟସ୍ଥ ଯେକୌଣସି ସ୍ଥାନକୁ ପରିଦର୍ଶନ ପାଇଁ ଚିହ୍ନଟ
କରିବେ । ସେଥିରେ ଅପହଞ୍ଚ ଓ ଆଦିବାସୀ ବହୁଳ ଅଞ୍ଚଳ ସାମିଲ ହୋଇଥିବ ।

3- ଗସ୍ତ ସମୟରେ ସେମାନେ କୌଣସି ଗୋଟିଏ ଗ୍ରାମ ପଂଚାୟତ ପରିଦର୍ଶନ କରିବେ । ସେହି ପଞ୍ଚାୟତରେ ସରକାରଙ୍କର ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡିକ ପୂର୍ଣ ମାତ୍ରାରେ ଉପଲବ୍ଧ କି ନୁହେଁ ତାହା ତଦାରଖ କରିବେ ।

4- ଅଧିକାରୀମାନେ ଗସ୍ତ ସମୟରେ ଦିନକୁ ଅତି କମରେ ଥରେ ଅନୁସୂଚିତ ଜନଜାତି ବା ଅନୁସୂଚିତ ଜାତି ଛାତ୍ରାବାସ କିମ୍ବା ସ୍କୁଲରେ ଆୟୋଜିତ ମଧ୍ୟାନ୍ନ ଭୋଜନରେ କିମ୍ବା ଆହାର କେନ୍ଦ୍ର, ଅନାଥ ଆଶ୍ରମରେ ଭୋଜନ କରିବେ । ଏହା ସହିତ ଖାଦ୍ୟର ଗୁଣବତ୍ତା ଏବଂ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ । ସେଥିପାଇଁ ସେମାନଙ୍କୁ ଧାର୍ଯ୍ୟ ମୂଲ୍ୟ ଦେବାକୁ ପଡିବ । ଏହି ସମୟରେ ଛାତ୍ରଛାତ୍ରୀ ଏବଂ ଅନ୍ତେବାସୀଙ୍କ ସହିତ ଆଲୋଚନା କରିବେ । ଉପଲବ୍ଧ ସୁରକ୍ଷା, ସୁବିଧା ସୁଯୋଗ ଓ ସେମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉ ବା ବ୍ୟବହାର ସମ୍ପର୍କରେ ପଚାରି ବୁଝିବା ।5- ପରିଦର୍ଶନ ସମୟରେ ବିଭିନ୍ନ ବର୍ଗର ଜନସାଧାରଣ, ବିଶେଷ କରି ଚିକିତ୍ସାଳୟରେ ଥ‌ିବା ରୋଗୀ, ଅଙ୍ଗନବାଡ଼ି ହିତାଧିକାରୀ, ବିଦ୍ୟାଳୟ ଓ ଛାତ୍ରୀନିବାସର ବାଳିକାଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ମତାମତ ନେବେ ।6- ଆଠଟି DMF ଜିଲ୍ଲା ଅନଗୁଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡା, ସୁନ୍ଦରଗଡ଼ରେ ଅଧିକାରୀ ମାନେ ଜିଲ୍ଲା ଖଣିଜ ପାଣ୍ଠି (DMF) ଓ ଓମବାଡସି (OMBADC) ପାଣ୍ଠିର ବିନିଯୋଗ ସମ୍ବନ୍ଧରେ ସମୀକ୍ଷା କରିବେ ।7- ପରିଦର୍ଶନ ପରେ ଗୁରୁତ୍ଵପୁର୍ଣ ବିଷୟଗୁଡିକ ଉପରେ ଜିଲ୍ଲାପାଳ ଓ ଜିଲ୍ଲା ଅଧିକାରୀଙ୍କ ସହିତ ଆଲୋଚନା କରିବେ । ନିଜସ୍ବ ମନ୍ତବ୍ୟ ପ୍ରଦାନ କରିବେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥ‌ିବା ସମସ୍ତ ଯୋଜନା ଗୁଡିକ ସମୀକ୍ଷା କରିବେ । ଏହା ସହ ଜିଲ୍ଲାରେ ଅବସ୍ଥିତ ବନ୍ଦର, ବିମାନ ବନ୍ଦର, ଶିଳ୍ପ ପାର୍କ ଏବଂ କରିଡୋର, ଭେଷଜ ମହାବିଦ୍ୟାଳୟ ଓ ବୃହତ ଜଳସେଚନ ପ୍ରକଳ୍ପ ଗୁଡିକୁ ସମୀକ୍ଷା କରିବେ । ଏହା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥ‌ିବା ପ୍ରମୁଖ ନୂତନ ପ୍ରକଳ୍ପ ଗୁଡିକର ମଧ୍ଯ ସମୀକ୍ଷା କରିବେ ।

8- ଆକାଂକ୍ଷୀ ଜିଲ୍ଲା ଗୁଡିକ ପରିଦର୍ଶନ ପାଇଁ ଆବଣ୍ଟିତ ଅଧିକାରୀ ମାନେ ସ୍ଵତନ୍ତ୍ର ଭାବରେ ଆକାଂକ୍ଷୀ ଜିଲ୍ଲାର ପ୍ରଗତି ସମୀକ୍ଷା କରିବେ । 29 ଟି ଆକାଂକ୍ଷୀ ବ୍ଳକର ପ୍ରଗତି ମଧ୍ୟ ଅଧିକାରୀ ମାନେ ସମୀକ୍ଷା କରିବେ । ଜିଲ୍ଲାରେ ଅବସ୍ଥାପିତ କନିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା ।9- ଅଧିକାରୀ ମାନେ ପ୍ରତି ମାସରେ ନିର୍ଦ୍ଧାରିତ ଜିଲ୍ଲାକୁ ନିୟମିତ ଭାବେ ପରିଦର୍ଶନ କରିବାକୁ ଯିବେ । ପ୍ରତିଟି ପରିଦର୍ଶନର ରିପୋର୍ଟ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ନିକଟରେ ଦାଖଲ କରିବେ ।

ଏହା ବି ପଢନ୍ତୁ- ରାଜନୀତିରୁ ଊର୍ଦ୍ଧ୍ବରେ ରହି ସହରର ବିକାଶ ପାଇଁ ଆହ୍ୱାନ ଦେଲେ: ମୁଖ୍ୟମନ୍ତ୍ରୀ - Swayat Sasan Divas

କିଏ ଯିବେ କେଉଁ ଜିଲ୍ଲା :-

ରାଜ୍ୟ ସରକାରଙ୍କ 30 ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବ ଜିଲ୍ଲା ଗସ୍ତରେ ଯିବେ । ଜଗତସିଂହପୁର ଯିବେ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କୁ ଅନୁଗୁଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ କଟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନଙ୍କୁ କେନ୍ଦ୍ରାପଡା, ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କୁ କେନ୍ଦୁଝର, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି, ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କୁ କୋରାପୁଟ, ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ କଳାହାଣ୍ଡି, ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢୀଙ୍କୁ ଖୋର୍ଦ୍ଧା, ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ବରଗଡ଼, ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କୁ ବଲାଙ୍ଗୀର, ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କୁ ନୂଆପଡା, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କୁ କନ୍ଧମାଳ, ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କୁ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ମିଳିଛି ।

ଏହା ବି ପଢନ୍ତୁ- Odisha Assembly: ବିଧାନସଭାରେ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ ଉଠାଇଲେ ନବୀନ, ପଚାରିଲେ ବଡ଼ ଅଧିକାରୀଙ୍କ ପୁଅ କଣ ଦଣ୍ଡ ପାଇବେନି ? କାଉଣ୍ଟର କଲେ ମୋହନ - Naveen Attack On BJP GOVT

ସେହିପରି ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ପୁରୀ, ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଗଜପତି, ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ନବରଙ୍ଗପୁର, କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କୁ ରାୟଗଡା, କମିଶନର ତଥା ଶାସନ ସଚିବ ଅସ୍ବଥି ଏସ. ସୁନ୍ଦରଗଡ଼, କମିଶନର ତଥା ଶାସନ ସଚିବ ପାଟିଲ ରାଜେଶ ପ୍ରଭାକର ଦେବଗଡ, କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ସମ୍ବଲପୁର, କମିଶନର ତଥା ଶାସନ ସଚିବ ବଳବନ୍ତ ସିଂହ ଗଞ୍ଜାମ, ଇପିକଲ ନିର୍ଦ୍ଦେଶକ ଭୂପେନ୍ଦ୍ର ଏସ. ପୁନିଆଙ୍କୁ ଝାରସୁଗୁଡା, ସ୍ୱତନ୍ତ୍ର ଶାସନ ସଚିବ ୟାମିନୀ ଷଡଙ୍ଗୀଙ୍କୁ ସୋନପୁର, ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁହା ପୂନମ ତାପସ କୁମାରଙ୍କୁ ଭଦ୍ରକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ବୌଦ୍ଧ, ଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀଙ୍କୁ ବାଲେଶ୍ବର, ବିଡିଏ ଉପାଧ୍ୟକ୍ଷ ଡ. ଏନ. ଥୁରୁମାଲା ନଏକଙ୍କୁ ନୟାଗଡ, ଅତିରିକ୍ତ ଶାସନ ସଚିବ ସୁଧାଂଶୁ ମୋହନ ସାମଲଙ୍କୁ ଢେଙ୍କାନାଳ ଓ ରଶ୍ମିତା ପଣ୍ଡାଙ୍କୁ ଯାଜପୁର ଜିଲ୍ଲା ଦାୟିତ୍ୱ ମିଳିଛି ।

Last Updated : Sep 4, 2024, 8:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.