ETV Bharat / state

ମୋହନ ସରକାରରେ ମନ୍ତ୍ରୀମଣ୍ଡଳରେ ରହୁନି ସମନ୍ୱୟ ? ନିଜ ବିଭାଗ ଛାଡି ଅନ୍ୟ ବିଭାଗରେ ହସ୍ତକ୍ଷେପ, ଘେରିଲେ କଂଗ୍ରେସ-ବିଜେଡି - congress bjd target bjp govt

author img

By ETV Bharat Odisha Team

Published : Aug 21, 2024, 12:24 PM IST

Updated : Aug 21, 2024, 2:35 PM IST

congress and bjd lash out against bjp govt and cm mohan majhi over minister minister conflict: ମୋହନ ସରକାରରେ ମନ୍ତ୍ରୀ ମାନେ ନିଜ ନିଜ ବିଭାଗ ଛାଡି ଅନ୍ୟ ବିଭାଗରେ ମୁଣ୍ଡପୁରାଉଛନ୍ତି । ଫଳରେ ରାଜ୍ୟରେ ମନ୍ତ୍ରୀ ମନ୍ତ୍ରୀଙ୍କ ମଧ୍ୟରେ ଏବଂ ବିଭାଗ ବିଭାଗ ମଧ୍ୟରେ ଅଜବ ସ୍ଥିତି ସୃଷ୍ଟି ହୋଇଛି । ଏପଟେ ଏହାକୁ ନେଇ ସରକାରକୁ ଘେରିଲେ କଂଗ୍ରେସ ଏବଂ ବିଜେଡି । ପ୍ରତିକ୍ରିୟାରେ ବରିଷ୍ଠ ସାମ୍ବାଦିକ କହିଲେ ମନ୍ତ୍ରୀମଣ୍ଡଳରେ ଯେଉଁ ସମନ୍ୱୟ ରହିବା କଥା ତାହା ରହୁନାହିଁ । ଅଧିକ ପଢନ୍ତୁ

ମୋହନ ସରକାରରେ ମନ୍ତ୍ରୀମଣ୍ଡଳରେ ରହୁନି ସମନ୍ୱୟ
ମୋହନ ସରକାରରେ ମନ୍ତ୍ରୀମଣ୍ଡଳରେ ରହୁନି ସମନ୍ୱୟ (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏବେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ନିଜ ବିଭାଗ ଛାଡି ଅନ୍ୟ ବିଭାଗ ବାବଦରେ ମନ୍ତବ୍ୟ ଦେଉଛନ୍ତି ବିଭିନ୍ନ ମନ୍ତ୍ରୀ । ଯାହାକୁ ନେଇ ଦ୍ବନ୍ଦ୍ୱ ସୃଷ୍ଟି ହେଉଛି । କିଏ କେଉଁ ବିଭାଗର ମନ୍ତ୍ରୀ ଓ କେଉଁ ବିଭାଗ ଲାଗି କାର୍ଯ୍ୟ କରୁଛନ୍ତି ସେ ନେଇ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ଘଟଣାରେ ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡ଼ି । ନୂଆ ସରକାର ଆସିଥିବାରୁ ଏହି ସମନ୍ୱୟ ସ୍ଥାପନ କରିବାକୁ ସମୟ ଲାଗିବ କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ଜୁନ 12 ତାରିଖରେ ଶପଥ ନେଇଥିଲେ ମୋହନ ସରକାର । ମୁଖ୍ୟମନ୍ତ୍ରୀ, ଦୁଇ ମୁଖ୍ୟମନ୍ତ୍ରୀ ଓ 13 ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ମାତ୍ର ଯାହା ଲାଗୁଛି ମନ୍ତ୍ରୀମାନଙ୍କର ମଧ୍ୟରେ କୌଣସି ତାଳମେଳ ନାହିଁ । ସମସ୍ତେ ସବୁ ବିଭାଗର ମନ୍ତ୍ରୀଙ୍କ ପରି କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ଦ୍ବନ୍ଦ ସୃଷ୍ଟି ହେଉଛି । କିଏ କେଉଁ ବିଭାଗର ମନ୍ତ୍ରୀ ବି ଜଣାପଡୁନାହିଁ । ବିଭାଗୀୟ ମନ୍ତ୍ରୀ ନିଜ ବିଭାଗ ବର୍ହିଭୂତ ପ୍ରସଙ୍ଗରେ ମୁଣ୍ଡ ଖେଳାଇବା ସହ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳୁଛି ।

ଛାତ୍ର ସଂସଦ ନିର୍ବାଚନ ନେଇ ମନ୍ତବ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀଙ୍କ ଟିପ୍ପଣୀ ବିବାଦ ସୃଷ୍ଟି କରିଛି । ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ହେବ ବୋଲି କହିଥିଲେ । ନିର୍ବାଚନ ସମୟରେ ଛାତ୍ର ସଂସଦ ନିର୍ବାଚନ ନେଇ ବିଜେପି ନେତା ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଆଇନ ମନ୍ତ୍ରୀ ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ହେବ ନାହିଁ ବୋଲି କରିବା ଆଉ ଏକ ପ୍ରଶ୍ନକୁ ଠିଆ କରିଛି । ଉଚ୍ଚଶିକ୍ଷା ବିଭାଗର ଫାଇଲରେ ବିଭାଗୀୟ ମନ୍ତ୍ରୀ ସ୍ବାକ୍ଷର କରୁଛନ୍ତି ନା ଆଇନମନ୍ତ୍ରୀ ସ୍ବାକ୍ଷର କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି । ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିରବତା ସାଧାରଣରେ ଆଉ ଏକ ଚର୍ଚ୍ଚା ସୃଷ୍ଟି କରିଛି ।

ଏହା ବି ପଢନ୍ତୁ- ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ, 5 ଲକ୍ଷରୁ 20 ଲକ୍ଷକୁ ବଢିବ ବୀମା ! - journalist health insurance

ନିଶା ନିବାରଣ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାର୍ବଜନୀନ ଭାବରେ ରାଜ୍ୟରେ ମଦ ବନ୍ଦ କରାଯିବ ବୋଲି ଘୋଷଣା କଲେ । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଓ ଆଲୋଚନା ଚାଲିଲା । କିନ୍ତୁ କିଛି ଦିନ ପରେ ରାଜ୍ୟରେ ମଦ ବନ୍ଦ ହେବାର କୌଣସି ଯୋଜନା ନାହିଁ ବୋଲି ଅବକାରୀ ମନ୍ତ୍ରୀ ପୃଥିବରାଜ ହରିଚନ୍ଦନ ଘୋଷଣା କରିଛନ୍ତି । ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି । ଫଳରେ ଗଣଶିକ୍ଷା ମନ୍ତ୍ରୀ ମଦ ବନ୍ଦ ଘୋଷଣା କରି ଅପଦସ୍ଥ ହୋଇଛନ୍ତି ।

ରାଜ୍ୟ କ୍ରୀଡ଼ା ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାମ ଅପସାରଣ ପରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ନିଷ୍ପତ୍ତିର ବିଜ୍ଞପ୍ତି ବାହାରିବା ପରେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଘଟଣାରେ ଖୋଦ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କଲେ । ବିଜ୍ଞପ୍ତି ସମ୍ପର୍କରେ ସେ ଗଣମାଧ୍ୟମରୁ ସୂଚନା ପାଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ । ପୁରସ୍କାରରୁ ବିଜୁ ପଟ୍ଟନାୟକଙ୍କ ନାମ ଅପସାରଣ କରାଯିବ ନାହିଁ ବୋଲି ସେ ଘୋଷଣା କଲେ । ବିଭାଗୀୟ ମନ୍ତ୍ରୀ ମଧ୍ୟ ଏ ବାବଦରେ ଜାଣିନଥିବା ପ୍ରତିକ୍ରିୟା ଆହୁରି ରହସ୍ୟ ବଢ଼େଇ ଥିଲା । କ୍ରୀଡ଼ା ବିଭାଗର ଏହି ବିଜ୍ଞପ୍ତି ବାବଦରେ କ୍ରୀଡ଼ାମନ୍ତ୍ରୀ ଅବଗତ ନଥିବା, ବିଭାଗ ପ୍ରକୃତରେ କିଏ ଚଳାଉଛି ତାକୁ ନେଇ ପ୍ରଶ୍ନ ଉଠିଥିଲା ।

ହା ବି ପଢନ୍ତୁ- ରାଜ୍ୟରେ କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ - Students Union election

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତକୁ ନେଇ 15 ଦିନ ମଧ୍ୟରେ ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଏହି ପ୍ରସଙ୍ଗଟି ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ଓ ଏହି ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ବିଭାଗ ସମ୍ପର୍କରେ ପରିବହନ ମନ୍ତ୍ରୀ କିପରି ଟିପ୍ପଣୀ ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସମ୍ପର୍କରେ ଅନ୍ୟ ମନ୍ତ୍ରୀମାନେ ପ୍ରଶ୍ନ ଉଠାଉଛନ୍ତି । ତେଣୁ ସରକାର କିପରି ଚାଲିଛି ତାହା ସହଜରେ ଅନୁମେୟ ବୋଲି ବିରୋଧୀ କହିଛନ୍ତି । ରାଜ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ 15 ଲକ୍ଷ ତାଳଗଛ ଲଗାଇବାକୁ ଘୋଷଣା ହୋଇଥିଲା । ଏହାର କିଛି ଦିନ ପରେ ରାଜସ୍ୱ ମନ୍ତ୍ରୀ କହିଲେ ରାଜ୍ୟରେ 20 ଲକ୍ଷ ତାଳଗଛ ଲଗାଯିବ ।

କେବଳ ଏହି ପ୍ରସଙ୍ଗ ନୁହେଁ, ସ୍ବାସ୍ଥ୍ୟ, ଆଳୁ ସମସ୍ୟା ଆଦି ପ୍ରସଙ୍ଗରେ ବିଭିନ୍ନ ମନ୍ତ୍ରୀଙ୍କ ମନ୍ତବ୍ୟରେ ଅନେକ ଫରକ ରହୁଛି । କାହା ସହ କାହାର ମତ ମେଳ ଖାଉନାହିଁ । ଯାହାକୁ ନେଇ ସରକାରରେ କ'ଣ ଚାଲିଛି ଓ କିଏ ସରକାର ଚଳାଉଛି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଂଗ୍ରେସ ବିଧାୟକ ଦଳର ଉପ ନେତା ଅଶୋକ ଦାସ ।

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ଛାତ୍ର ସଂସଦ ନିର୍ବାଚନ ନେଇ ଟିପ୍ପଣୀ ଦେଲେ ଆଇନ ମନ୍ତ୍ରୀ । ଓଡିଶାରେ ମଦ ବନ୍ଦ ହେବା ନେଇ ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଏଭଳି ଅନେକ ଘଟଣା ଘଟି ଯାଇଛି । ବିଜେପି ନୂଆ କରି ସରକାରକୁ ଆସିଥିବାରୁ ମନ୍ତ୍ରୀ ମଣ୍ଡଳରେ ଯେଉଁ ସମନ୍ୱୟ ରହିବା କଥା ତାହା ରହୁନାହିଁ । ଟିକେ ବ୍ୟତିକ୍ରମ ଦେଖା ଯାଉଛି । ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଦାଇତ୍ୱ ଦିଆଯାଇଛି, ସେମାନେ ଉକ୍ତ ବିଭାଗ ସମ୍ପର୍କରେ ମନ୍ତବ୍ୟ, ସ୍ପଷ୍ଟୀକରଣ ରଖିବା କଥା । ଏହା ଗ୍ରହଣୀୟ ହେବ । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ସାମଗ୍ରିକ ଭାବେ ମତ ରଖିପାରିବେ । ଗୋଟେ ବିଭାଗ ମନ୍ତ୍ରୀ ଅନ୍ୟ ବିଭାଗ ବାବଦରେ କରିବାରୁ ଟିକେ ଖଟକା ଲାଗୁଛି । କିନ୍ତୁ ଏହା ଦ୍ୱାରା ଆଇନର ବିରୁଦ୍ଧଚରଣ ହେଉଛି ବୋଲି କୁହାଯାଇପାରିବ ନାହିଁ । ଆଇନ ଗତ ଦୃଷ୍ଟିରୁ କୌଣସି ଅସୁବିଧା ନାହିଁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଅନ୍ୟ ମନ୍ତ୍ରୀ ମାନଙ୍କୁ ଦାଇତ୍ୱ ହସ୍ତାନ୍ତର କରିଦିଆଯାଉଛି । ସରକାର ଏକ ନିରନ୍ତର ପ୍ରକ୍ରିୟା । ମନ୍ତ୍ରୀ ମଣ୍ଡଳରେ ରହୁଥିବା ସଦସ୍ୟ ଯାହା କୁହନ୍ତି, ତାହା ସରକାରଙ୍କ ବକ୍ତବ୍ୟ ବୋଲି ବୁଝିବାକୁ ପଡ଼ିବ । ଏହା ସ୍ୱତେ ବିଭାଗିକରଣ ହୋଇଛି । ବିଭିନ୍ନ ବିଭାଗରେ ଗଭୀରତମ ପ୍ରଦେଶକୁ ଯାଇ କାର୍ଯ୍ୟ କରିବାକୁ ବିଭାଗ ବଣ୍ଟନ ହୋଇଛି । ନିଜ ନିଜ ବିଭାଗ ବାବଦରେ ମନ୍ତବ୍ୟ ଦେବା କଥା, କିନ୍ତୁ ଏବେ ତାଳମେଳ ରହୁନାହିଁ । ନୂଆ ସରକାର ଆସିଥିବାରୁ ଏହି ସମନ୍ୱୟ ସ୍ଥାପନ କରିବାକୁ ସମୟ ଲାଗିବ ।"

ଏପଟେ ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ କଂଗ୍ରେସ ବଧାୟକ ଅଶୋକ କୁମାର ଦାସ ମୋହନ ସରକାରଙ୍କୁ ଘେରଛନ୍ତି ।

Last Updated : Aug 21, 2024, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.