ETV Bharat / state

CM KISAN MONEY; ଚାଷୀଙ୍କ ପାଇଁ ମୋହନ ସରକାରଙ୍କ ବଡ ଘୋଷଣା, ବର୍ଷକୁ 2 ଥର ସିଏମ କିଷାନ ଟଙ୍କା, ଜାଣନ୍ତୁ କେବେ ମିଳିବ କେତେ ଟଙ୍କା ? e-kyc ନହେଲେ କଟିବନି ରାସନ କାର୍ଡ ! - CM KISAN Yojana

author img

By ETV Bharat Odisha Team

Published : Aug 28, 2024, 3:55 PM IST

Updated : Aug 28, 2024, 8:27 PM IST

KALIA scheme to be replaced by CM KISAN Yojana: ରାସନ କାର୍ଡ ପାଇଁ e-kyc ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । e-kyc ଏକ ସମ୍ବେଦନଶୀଳ ପ୍ରସଙ୍ଗ । e-kyc କରିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର । ଯେଉଁମାନେ ମାସେ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, e -kyc ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ । ଅଧିକ ପଢନ୍ତୁ

CM KISAN MONEY
CM KISAN MONEY (ETV Bharat Odisha)

ଭୁବନେଶ୍ବର: ଘୋଷଣା ହେଲା ସିଏମ୍ କିଷାନ । ସିଏମ୍ କିଷାନ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ମିଳିବ ସିଏମ କିଷାନ ଟଙ୍କା । ଏହି ଯୋଜନାରେ ଥିବା 45 ଲକ୍ଷ 76 ହଜାର 524 କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମିହୀନ ଚାଷୀ ପାଇବେ ଏହି ଟଙ୍କା । ଏହା ସହ ଭୂମିହୀନ ଚାଷୀଙ୍କୁ 3ଟି କିସ୍ତିରେ ମିଳିବ 12500 ଟଙ୍କା ।

ଆଜି ପ୍ରଶ୍ନକାଳରେ ଗୃହରେ ରାଜ୍ୟରେ ଣଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା ବୋଲି କହିଥିଲେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ବିଧାନସଭାରେ କହିଛନ୍ତି କୃଷିମନ୍ତ୍ରୀ, "ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ଚାରି ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ନୂଆ ଭାବେ ସାମିଲ ହେବା ଲାଗି ଚାଷୀ ମାନେ ନୂଆ ସିଏମ କିଷାନ ପୋର୍ଟାଲରେ କରି ପାରିବେ ଆବେଦନ । ସେହିପରି ଯୋଗ୍ୟତା ଥାଇ ବି ପିଏମ କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବା ପାଇଁ ବିଭାଗ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି।" ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ କେଭି ସିଂଦେଓଙ୍କ ଲିଖିତ ଉତ୍ତର । ନୂଆ ବୋତଲରେ ପୁରୁଣା ସୁରା । ଅର୍ଥାତ ସିଏମ୍ କିଷାନ ଯୋଜନା ଏବଂ ବିଜେଡି ସରକାର ସମୟରେ ଦିଆଯାଉଥିବା କାଳିଆ ଯୋଜନା ସମାନ କହିଛନ୍ତି ବିରୋଧୀ ।

ଏହା ବି ପଢନ୍ତୁ-ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ ; ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ, ବସିଲା ସର୍ବଦଳୀୟ ବୈଠକ - Assembly session

odisha assembly budget session (ETV Bharat Odisha)

କଂଗ୍ରେସ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଗୃହରେ ଖାରଜ-

ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଉତ୍ତର ରଖିଲେ sc st ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯଦି ଆଗରୁ ଆଣିଥାନ୍ତେ ଆଜି ଏ ପରିସ୍ଥିତି ଉପୁଜିନଥାନ୍ତା । ଏ ବି ବଜାପାୟୀ ଆଦିବାସୀ ବିଭାଗ କଲେ । ଜୁଏଲ ଓରାମ ତାର ମନ୍ତ୍ରୀ ହେଲେ । ଆମ ସରକାର, ମୋଦି ସରକାର ଦେଶରେ ସାମାଜିକ ନ୍ୟାୟ ସ୍ଥାପନ ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ବିରୋଧୀ ସହି ପାରୁ ନାହାନ୍ତି । ଓଡ଼ିଶାରେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । 16 ରୁ 4 ଜଣ ଆଦିବାସୀ ମନ୍ତ୍ରୀ କରିଛନ୍ତି । ଓଡ଼ିଶାରେ 16 ଜଣ ରୁ 7 ଜଣ obc ମନ୍ତ୍ରୀ ହୋଇଛନ୍ତି । obc ପାଇଁ ଚିନ୍ତା କରୁଛନ୍ତି ମୋଦି । 16 ଜଣ ମନ୍ତ୍ରୀ ଭିତରୁ 3 ଜଣ ଦଳିତ ମନ୍ତ୍ରୀ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ଏହା ବି ପଢନ୍ତୁ- ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ; ବିଜେଡି କହିଲା ଅଦୃଶ୍ୟ ଶକ୍ତି ଅଟକାଉଛି, ବାଚସ୍ପତିଙ୍କୁ ଅପମାନ ଘଟଣାରେ କ୍ଷମା ଦାବି କଲା ବିଜେପି - reservation issue Odisha Assembly

ବିଜେଡି ସଦସ୍ୟ ଅରୁଣ ସାହୁ ଭଲ ଭାବରେ ଉପସ୍ଥାପନ କରୁଥିଲେ, ତାଙ୍କ ସରକାର ଯେତେବେଳେ ଥିଲା ସେତେବେଳେ କାହିଁକି କାହିଁକି କରେଇ ପାରିଲେ ନାହିଁ । ସେମାନଙ୍କ କୋଉ ଅଧିକାର ଅଛି ସେମାନେ କହୁଛନ୍ତି । ବିଜେଡି ସରକାର ସମୟରେ ଆଦିବାସୀ ଜମିକୁ ହଡପ କରିବାକୁ କ୍ୟାବିନେଟରେ ନିୟମ ଆଣିଥିଲେ । କଂଗ୍ରେସ ମଣ୍ଡଳ କମିଶନ ରିପୋର୍ଟକୁ ବିରୋଧ କରିଥିଲେ ଆଜି ସେମାନେ obc କଥା ଉଠାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଆଦିବାସୀଙ୍କ ଜଙ୍ଗଲ ଜମି ହଡପ କରିବାକୁ ଚେଷ୍ଟା କରିଥିଲେ । ଲଙ୍କା ରେ ହରି ନାମ, ବିରାଡ଼ି ବୈଷ୍ଣବ ସାଜିଛନ୍ତି । ବହୁତ ସମୟ ଥିଲା ହେଲେ କିଛି କରିଲେ ନାହିଁ । ଅନୁସୂଚିତ ଜନଜାତି ପିଲା ମାନଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ମୋହନ ସରକାର । ମାଧୋ ସିଂହ ହାତ ପାଣ୍ଠି ଖର୍ଚ୍ଚ ଯୋଜନା । କୁମ୍ଭୀର କାନ୍ଦଣା କରୁଛନ୍ତି ବିରୋଧୀ । ସେଥିପାଇଁ ତାଙ୍କ ସଂଖ୍ୟା ଲଘୁ ହୋଇଯାଉଛି । ଯେତେ ଚିଲେଇ ବି ଜନତାଙ୍କ ବିଶ୍ୱାସ ହରେଇଛନ୍ତି ବୋଲି କଟାକ୍ଷ କରିଛନ୍ତି ମନ୍ତ୍ରୀ ଗଣ୍ଡ । ତେବେ ମନ୍ତ୍ରୀଙ୍କ ଉତ୍ତର ସମୟରେ ବିରୋଧୀ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ ।

ଏହା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, OBCଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ସରକାରକୁ ଆସି ରାଜ୍ୟ ବ୍ୟାପି ଆନ୍ଦୋଳନ ଓ ପଦଯାତ୍ରା କରିଥିଲା । ସରକାର ଆସିଲା ପରେ ବଦଳି ଗଲା ଚିନ୍ତା ଧାରା ଏବଂ ମାନସିକତା । OBC ଓ SC, STଙ୍କ କଥାକୁ ସରକାର ଚୁପ୍ ରହିବା ସହ ବିଜେପି ଦଳ ବି ଭୁଲି ଗଲା । ଯାହା ପାଇଁ ମେଡିକାଲ୍ ଓ ଇଞ୍ଜିନିୟରିଂ ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ସରକାର ମୁଲତବୀ ପ୍ରସ୍ତାବକୁ ହାଲକା ଭାବେ ନଗ୍ରହଣ କରନ୍ତୁ । ରାଜ୍ୟର ଲୋକଙ୍କ ସଂଖ୍ୟା ମଧ୍ୟରୁ OBC ଓ SC,STଙ୍କ ସଂଖ୍ୟା ୯୪ପ୍ରତିଶତ ରହିଛନ୍ତି ତାଙ୍କୁ ଅଣ ଦେଖା ନ କରିବାକୁ ଅନୁରୋଧ କରୁଛି ।

ବିଜେଡି ବିଧାୟକ ଅରୁଣ ସାହୁ ଏହି ପ୍ରସଙ୍ଗରେ କହିଛନ୍ତି କି, ୫୮ଜଣ ସଦସ୍ୟ ଗୃହକୁ ନିର୍ବାଚତ ହୋଇ ଆସିଛେ । ଆଜିର ଆଲୋଚନା ସମୟରେ ଗୁରୁତ୍ୱ ଦେଇ ଉପସ୍ଥିତ ରହିଥିଲେ ହୁଏତ ଭଲ ହୋଇଥାନ୍ତା । ଏହାର ବି ଦାୟିତ୍ଵ ମୁଖ୍ୟମନ୍ତ୍ରୀ ନେବା କଥା । ରିଜର୍ଭେଶନ ଏକ ପାୱାର ସେୟାରିଂ । ଏହା ହେଉଛି ସେମାନଙ୍କ ହକ୍ । ଗୋଟେ ବର୍ଗର ସଂଖ୍ୟାଧିକ ଲୋକଙ୍କୁ ଛାଡି ଭାରତ ବର୍ଷ ବିଶ୍ଵର ଗୁରୁ ହୋଇପାରିବ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OBCଙ୍କ ସଂରକ୍ଷଣ ନେଇ ତିନି ଥର ପୂର୍ବ ସରକାରଙ୍କୁ ଚିଠି ଲେଖି ଥିଲେ। ଯାହାକୁ ଆଧାର କରି OBC ସର୍ଭେ କରିଥିଲେ ପୂର୍ବ ସରକାର । ସମସ୍ତଙ୍କ ନିକଟରେ ସେ ରିପୋର୍ଟ ବି ଥିବା। ବର୍ତ୍ତମାନର ସରକାର ଏ ଭଳି ଏକ ବର୍ଗକୁ ଅଣଦେଖା କରିଚାଲିଛନ୍ତି । OBC ଙ୍କୁ ନ୍ୟାୟ ଦେବା ପାଇଁ ବାରମ୍ବାର ବିଜେପି ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ଭାରତ ବର୍ଷରେ ନିଜକୁ OBC ବୋଲି କହି ଚାଲିଛନ୍ତି । ତେଣୁ ବିଜେପି ସରକାର କୁ ଆସିବା ପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଏ ଦାବିକୁ ପୁରାଣ କରନ୍ତୁ । ଆସନ୍ତାକାଲି ଠାରୁ ମେଡିକାଲ ପାଠ ପଢା ପାଇଁ ନାମଲେଖା ଆରମ୍ଭ ହେବ । ଏହି ନାମଲେଖା ସମୟକୁ ଘୁଞ୍ଚାଇ ଦିଆଯାଉ । OBC ଓ SC,STବର୍ଗର ଲୋକଙ୍କୁ ପ୍ରଥମେ ବିଚାର କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି।ବାଚସ୍ପତିଙ୍କୁ ନିବେଦନ କି ଏହା ଉପରେ ବିଚାର କରି ରୁଲିଙ୍ଗ ଦୀୟୁନ୍ତୁ ଦାବି କରିଥିଲେ ।

ପବନ କଳ ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପାଦନ-

ପବନ କଳ ମାଧ୍ୟମରେ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ ONGC ତ୍ରିପୁରାକୁ 27.6.2024 ରେ କାମ ଦିଆଯାଇଛି ।ଏହି କମ୍ପାନୀ 49.5 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେ ବ। ସେହିପରି ସଜ୍ଜନ ରିଅଲିଟିଜ ପ୍ରାଇଭେଟ ଲିମିଟେଡ଼ ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ 48 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଯେଉଁ ଆବେଦନ କରିଛି, ତାହା ଯାଞ୍ଚ ପ୍ରକ୍ରିୟାରେ ଅଛି। ପୁରୀ ଜିଲ୍ଲା ଗୋପ ଓ ବ୍ରହ୍ମଗିରିରେ ପବନକୁ ରିସର୍ଚ୍ଚ କରିବାକୁ GRIDCO ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଓ ଉଇଣ୍ଡ ଏନର୍ଜି କାମ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୃହରେ ଉତ୍ତର ରଖିଛନ୍ତି ।

ଭାଇକୁ ଭାଇର ପ୍ରଶ୍ନ ଗୃହରେ ହସର ମାହୋଲ-

ଭାଇକୁ ଭାଇର ପ୍ରଶ୍ନ ଗୃହରେ ପ୍ରଶ୍ନ କଲେ ସମ୍ପର୍କୀୟ ସାନ ଭାଇ କଳିକେଶ ସିଂହଦେଓ । ଉତ୍ତର ରଖିଲେ ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କଳିକେଶ ପ୍ରଶ୍ନ କଲେ, କେନ୍ଦ୍ର ସରକାର 2030 ସୁଦ୍ଧା ପବନ କଳରୁ 43.33 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି. 2022-23 ରେ 11.5 ମେଗାୱାଟ ଉତ୍ପାଦନ ହେଉଥିଲା । କେନ୍ଦ୍ର ସରକାରଙ୍କ ଲକ୍ଷ୍ୟକୁ କେମିତି ପୂରଣ କରିବେ ବୋଲି କଳିକେଶ ପ୍ରଶ୍ନ କଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉତ୍ତରରେ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ପାଇଁ ସମସ୍ତ ଯୋଜନା କରାଯାଉଛି । 392.8 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାଇ ଭାଇ ଭିତରେ ପ୍ରଶ୍ନ ଉତ୍ତର ଯୋଗୁଁ କିଛି ସମୟ ପାଇଁ ଗୃହରେ ହସର ମାହୋଲ ଦେଖିବାକୁ ମିଳିଥିଲା ।

ମାସେରେ 10 ଲକ୍ଷରୁ ଅଧିକ ଆବେଦନକାରୀ-

ମାସେ ହେବ ଆବେଦନ କରି 10 ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି, ସେମାନେ କେବେ ସୁଦ୍ଧା ପାଇବେ ରାସନ କାର୍ଡ ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ କଟକ ବାରବାଟି ବିଧାୟକ ସୋଫିଆ ଫର୍ଦୋଶ । ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ରାସନ କାର୍ଡ ପାଇଁ e-kyc ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । E - kyc ଏକ ସମ୍ବେଦନଶୀଳ ପ୍ରସଙ୍ଗ । E -kyc କରିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର । ଯେଉଁମାନେ ମାସେ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, e -kyc ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ । ଏ ନେଇ ଚିନ୍ତା କରାଯାଉଥିବା କହିଲେ ମନ୍ତ୍ରୀ ।

ରସନ କାର୍ଡ ପାଇଁ E KYC କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ-

ରାସନ କାର୍ଡ ପାଇଁ E-KYC କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କେମିତି e-kyc କରିବେ ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବାସୁଦେବପୁର ବିଧାୟକ ଅଶୋକ ଦାସ । ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ ଉତ୍ତର ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବିଗତ ଦିନରେ ବଣ୍ଟନ ବ୍ୟବସ୍ଥାରେ ସ୍ବଚ୍ଛତା ନଥିଲା ତେଣୁ ଭୂତ କାର୍ଡ, ମୂଷା କାର୍ଡ ବାହାରୁଥିଲା । ଏକ ମାସ ଭିତରେ e-kyc ନକରିପରିଲେ ରାସନ କାର୍ଡ କଟିବ ନାହିଁ | E-kycର ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ।

କୃଷିମନ୍ତ୍ରୀଙ୍କ ଉତ୍ତର-

କିଛି ଲୋକ ସବସିଡ଼ିରେ ଯନ୍ତ୍ରପାତି କିଣି ବିକ୍ରି କରି ଦେଉଛନ୍ତି । ଏହାର ତଦନ୍ତ କରିବ କୃଷି ବିଭାଗ ବୋଲି ଉପମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି । ଏ ଯାଏଁ ନର୍ମାଲ କ୍ୟାଟାଗରିରେ 48,444 ଯନ୍ତ୍ରପାତି 29,438.64 ଟଙ୍କା ସବସିଡି ମାଧ୍ୟମରେ ଦିଆଯାଇଛି । ସେହିପରି SEP ବର୍ଗରେ 14967 ଯନ୍ତ୍ରପାତି 8349.25 ଟଙ୍କା ସବସିଡ଼ି ମାଧ୍ୟମରେ ଦିଆଯାଇଛି । TSP ବର୍ଗରେ 20996 ଯନ୍ତ୍ରପାତି 11282.52 ଟଙ୍କା ମାଧ୍ୟମରେ ଦିଆଯାଇଛି । ସମୁଦାୟ 84407 ଯନ୍ତ୍ରପାତି 49070.42 ଟଙ୍କା ସବସିଡ଼ି ମାଧ୍ୟମରେ ଦିଆଯାଇଛି ।

ବ୍ଲକ ଓ ଉପଖଣ୍ଡ ସ୍ତରୀୟ ଚାଷୀ ସଚେତନତା କାର୍ଯ୍ୟକ୍ରମ କରାଯାଉଛି-

LED ୱାଲ ମାଧ୍ୟମରେ ନିଜ ଅଞ୍ଚଳରେ କୃଷି ଯୋଜନା ସମର୍କରେ ସକାଳ 8ରୁ ରାତି 8 ଯାଏଁ ଚାଷୀଙ୍କୁ ଅବଗତ କରୁଛି କୃଷି ବିଭାଗ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୃହରେ ଉତ୍ତର ରଖିଛନ୍ତି । କୃଷି ବିଭାଗର ରେ 43 ଟି କିସମର ଅତ୍ୟାଧୁନିକ କିସମର ଯନ୍ତ୍ରପାତି ମେସିନ ପ୍ରଦାନ କରାଯାଉଛି । ସ୍ୱାଭାବିକ ରହିଛି ପ୍ରଶ୍ନକାଳ।କୃଷି ବିଭାଗର ପ୍ରଶ୍ନକାଳ ରେ ଉତ୍ତର ରଖୁଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ରାଜ୍ୟରେ ଆଦିବାସୀମାନଙ୍କୁ ସବସିଡି ଜରିଆରେ 43 ଟି ଅତ୍ୟାଧୁନିକ ଯନ୍ତ୍ରପାତି ମେସିନ ଦିଆଯାଉଛି।14 ଯନ୍ତ୍ରପାତି ମାନୁଆଲ ବା ବୁଲକ ଚଳିତ ଜରିଆରେ ସବସିଡ଼ି ଦିଆଯାଉଛି ସବସିଡି DBT ମାଧ୍ୟମରେ ଦିଆଯାଉଛି । କାରଣ ବହୁ ସମୟରେ ସବସିଡ଼ି ଅର୍ଥ ହଡପ ଅଭିଯୋଗ ଆସୁଥିଲା । ତେଣୁ ଚାଷୀ ପ୍ରଥମେ ଅର୍ଥ ପୈଠ କରିବାର ନିୟମ କରାଗଲ।ତା ପରେ ଯାଇ ସବସିଡ଼ି ଅର୍ଥ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ପ୍ରଦାନ କରାଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ।

Last Updated : Aug 28, 2024, 8:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.