ETV Bharat / state

ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ; ବିଜେଡି କହିଲା ଅଦୃଶ୍ୟ ଶକ୍ତି ଅଟକାଉଛି, ବାଚସ୍ପତିଙ୍କୁ ଅପମାନ ଘଟଣାରେ କ୍ଷମା ଦାବି କଲା ବିଜେପି - reservation issue Odisha Assembly

author img

By ETV Bharat Odisha Team

Published : Aug 24, 2024, 11:37 AM IST

Updated : Aug 24, 2024, 3:37 PM IST

Reservation Issue in Odisha Assembly: ବିଧାନସଭା ବଜେଟ ଅଧିବେଶନର 5ମ ଦିନରେ ଆରମ୍ଭରୁ ହଙ୍ଗାମା । ପୁଣି ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ମହିଳା ବାଚସ୍ପତିଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଅଭିଯୋଗ । ବିଧାନସଭାରେ ପୁଣି ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ମୁଖ୍ୟମନ୍ତ୍ରୀଙ୍କ ଚେୟାରକୁ କାଗଜ ଫୋପାଡ଼ିଲେ ବିରୋଧୀ । ସଂରକ୍ଷଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

Odisha Assembly
Odisha Assembly (ETV Bharat Odisha)

ଭୁବନେଶ୍ବର: ଗଞ୍ଜାମ ଚିକିଟି ମଦ ମୃତ୍ୟୁ ମାମଲାରେ କମ୍ପୁଥିବା ଗୃହ ଆଜି ସଂରକ୍ଷଣ ପ୍ରସଙ୍ଗରେ ହୁଲୁସ୍ତୁଲ ହୋଇଛି । ବିରୋଧି କଂଗ୍ରେସ ଏବଂ ବିଜେଡି ବିଧାୟକ ଗୃହ ଚଲାଇ ଦେଉ ନାହାନ୍ତି । ଏପଟେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିରୋଧୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ସରକାରୀ ଦଳ ବିଜେପି । ଆଜି (ଶନିବାର) ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର 5ମ ଦିନରେ ଆରମ୍ଭରୁ ଗୃହକୁ ପ୍ରଥମେ ଘଣ୍ଟାଏ ଏବଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଅନ୍ୟପଟେ ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ନିଆଁରେ ଘିଅ ଢାଳିଛି।

Odisha Assembly (ETV Bharat Odisha)

'ବାଚସ୍ପତିଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ'

ବିଧାନସଭାରେ ପୁଣି ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ମୁଖ୍ୟମନ୍ତ୍ରୀଙ୍କ ଚେୟାରକୁ କାଗଜ ଫୋପାଡ଼ିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀଙ୍କ ବିରୋଧ । ବିରୋଧ ପ୍ରଦର୍ଶନ ଆଳରେ ଅଶୋଚନୀୟ ଆଚରଣକୁ ନିନ୍ଦା । ଗୃହରେ ନିନ୍ଦା ପ୍ରସ୍ତାବ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ ।

ଗୃହରେ ଉଠିଲା ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ଦାବି-

ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ । ଆଦିବାସୀ ମାରଣ ନୀତି ଚଳିବ ନାହିଁ , ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରି କଂଗ୍ରେସର ହୋହଲ୍ଲା । କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଯାଇ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କରିଥିଲେ । କଂଗ୍ରେସ ଦଳର ସଦସ୍ୟମାନେ OBC, ଆଦିବାସୀ ସମ୍ପର୍କିତ ଦାବି ଥିବା ଲିଫଲେଟକୁ ମୁଖ୍ୟମନ୍ତ୍ରୀଙ୍କ ଚେୟାରକୁ ଫୋଫାଡ଼ିଲେ । "ମୁଖ୍ୟମନ୍ତ୍ରୀ ଯେତେବେଳେ ବିରୋଧୀ ଦଳରେ ଥିଲେ ସେତେବେଳେ ସଂରକ୍ଷଣ କଥା କହୁଥିଲେ। ଜାତି ଭିତ୍ତିକ ଜନଗଣନା ହେଉ, ଯାହାର ଯେତିକି ହକ ତାକୁ ମିଳୁ" ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ।

ଚଳିତ ବର୍ଷ ରାଜ୍ୟର ୧୮୬୩ MBSS ଓ BDS ନାମଲେଖା ପ୍ରକିୟା ଆରମ୍ଭ-

ବିରୋଧୀଙ୍କ ଅଭିଯୋଗ ଅନୁସାରେ, "ଚଳିତ ଥର ମଧ୍ୟ ରାଜ୍ୟର ଜନସଂଖ୍ୟାର ପ୍ରାୟ ୯୪ ଭାଗ (ଅନୁସୂଚିତ ଜନଜାତି ଓ ଜାତି ଏବଂ ପଛୁଆବର୍ଗ ) ଛାତ୍ରଛାତ୍ରୀଙ୍କ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନିୟମକୁ ସମ୍ପୂର୍ଣ୍ଣ ରୂପରେ ଅଣଦେଖା କରାଯାଇଛି l ST, SC ବର୍ଗଙ୍କୁ ସଂଖ୍ୟାନୁପାତରେ ୩୮.୭୫% ସଂରକ୍ଷଣ ପରିବର୍ତ୍ତେ ମାତ୍ର ୨୦% ସଂରକ୍ଷଣ ପ୍ରଦାନ କରାଯାଉଛି l ସେହିଭଳି ରାଜ୍ୟର ଅଧା ଜନସଂଖ୍ୟାର ପ୍ରତିନିଧିତ୍ଵ କରୁଥିବା ପଛୁଆ ବର୍ଗଙ୍କୁ କୌଣସି ସଂରକ୍ଷଣ ପ୍ରଦାନ କରା ଯାଇନାହିଁ l ସେମାନଙ୍କୁ ୨୭% ସଂରକ୍ଷଣ ନେଇ ନିୟମ ରହିଥିଲେ ବି ଏହାକୁ ବର୍ଷ ବର୍ଷ ଧରି ଅନୁପାଳନ କରାଯାଉନାହିଁ l NEET, ଘରୋଇ ବିଶ୍ବ ବିଦ୍ୟାଳୟ, AIIMS ପରେ ୧୩୬୦ ସିଟ୍ ନାମ ଲେଖା ପାଇଁ ଉପଲବ୍ଧ l ତନ୍ମଧ୍ୟରୁ ରାଜ୍ୟର ୬% ଜନସଂଖ୍ୟାରୁ ଆସୁଥିବା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦% ସଂରକ୍ଷଣ EWS ଦ୍ଵାରା ସୁନିଶ୍ଚିତ କରାଯାଇଛି l SC, STମାନଙ୍କୁ ୩୮.୭୫% ପରିବର୍ତ୍ତେ ମାତ୍ର ୨୦% ସଂରକ୍ଷଣ ଦିଆ ଯାଉ ଥିବାରୁ ଏହି ବର୍ଗ ୨୫୫ଟି MBSS ସିଟ୍ ହରାଇବାକୁ ଯାଉଛି l ଅନୁରୂପ ଭାବେ ପଛୁଆବର୍ଗ (OBC) ଙ୍କୁ ଆଦୌ ସଂରକ୍ଷଣ ଦିଆଯାଉନାହିଁ l ୨୭% ସଂରକ୍ଷଣ ଦିଆ ଯାଇ ନ ଥିବାରୁ ସେମାନେ ୩୬୭ ସିଟ୍ ହରାଇବାକୁ ଯାଉଛନ୍ତି l ତେଣୁ ଆସନ୍ତା ୨୯ ତାରିଖରୁ ହେବାକୁ ଥିବା ନାମଲେଖା ପ୍ରକ୍ରିୟା ବାତିଲ କରି SC,ST, OBCଙ୍କୁ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ପ୍ରଦାନ ପୂର୍ବକ ନୂତନ ବିଜ୍ଞପ୍ତି ପ୍ରକାଶ କରାଯାଉ ।"

'ଅଦୃଶ୍ୟ ଶକ୍ତି ଅଟକାଉଛି'

ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ମୋ ପାଖରେ ଯାହା ଖବର ଅଛି, ଶାସକ ଦଳର SC, ST, OBC ବିଧାୟକ ଓ କେନ୍ଦ୍ରମନ୍ତ୍ରୀ ବି ସଂରକ୍ଷଣ ଚାହୁଁଛନ୍ତି । ହେଲେ କେଉଁ ଅଦୃଶ୍ୟ ଶକ୍ତି ଏହାକୁ ଅଟକାଉଛି, ତାହା ସେମାନେ ସ୍ପଷ୍ଟ କରନ୍ତୁ ।"

'ମହିଳା ବାଚସ୍ପତିଙ୍କୁ ଅସମ୍ମାନ ! କ୍ଷମା ମାଗନ୍ତୁ ବିରୋଧୀ'-

ସେପଟେ ମହିଳାଙ୍କୁ ସମ୍ମାନ କଥା କହୁଥିବା ବିଜେଡି ମହିଳାଙ୍କୁ ଅସମ୍ନାନ କରୁଛି । ଚପଲ ପିନ୍ଧି ଜଣେ ମହିଳା ବାଚସ୍ପତିଙ୍କ ପୋଡିୟମକୁ ଚଢ଼ିବା ପ୍ରସଙ୍ଗରେ କ୍ଷମା ମାଗନ୍ତୁ ବିରୋଧୀ । କ୍ଷମା ମାଗନ୍ତୁ କହିଲେ ବିଜେପି ସଦସ୍ୟ ମାନସ ଦତ୍ତ । ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଏବଂ ମାଧବ ଧଡ଼ା ବାଚସ୍ପତି ପୋଡିୟମଙ୍କ ଉପରକୁ ଚଢିବା ପ୍ରସଙ୍ଗ । ଏଭଳି ଆଚରଣ ପାଇଁ ଦୁଇ ବିଧାୟକଙ୍କୁ ଭର୍ତ୍ସନା କଲେ ସରକାରୀ ଦଳ ମୁଖ୍ୟ ସଚେତକ । ଦୁଇ ବିଧାୟକ ଙ୍କ ବିରୋଧରେ ଗୃହିତ ହେଲା ନିନ୍ଦା ପ୍ରସ୍ତାବ । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ସଦସ୍ୟମାନେ ପ୍ରତିବାଦ ଜାରି ରଖିଥିଲେ । ବାଚସ୍ପତି ଗୃହକୁ ୧୧.୫୭ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 24, 2024, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.