ETV Bharat / state

ସରିଲା ରଥଟଣା; ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥାରୂଢ ତିନି ଠାକୁର, କାଲି ଆଡ଼ପ ମଣ୍ଡପ ବିଜେ - Ratha Yatra 2024 Live Updates

author img

By ETV Bharat Odisha Team

Published : Jul 8, 2024, 7:57 AM IST

Updated : Jul 8, 2024, 3:30 PM IST

Ratha Yatra
Ratha Yatra (ETV BHARAT ODISHA)

ପୁରୀ: ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ବିଶ୍ବନିଅନ୍ତା । ମହାପ୍ରଭୁଙ୍କ ଘୋଷଯାତ୍ରାର ଆଜି ଦ୍ବିତୀୟ ଦିନ । ସକାଳୁ ସକାଳୁ ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡଦାଣ୍ଡ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି । ଗତକାଲି ବଡଦାଣ୍ଡରେ ଅଟକିଥିବା ତିନିରଥ ଆଜି ଶରଧାବାଲିରେ ପହଞ୍ଚିଛି । ରତ୍ନବେଦୀରୁ ଜନ୍ମବେଦୀକୁ ଅଭିମୁଖେ ବାହାରିଥିଲେ ଦାରୁବ୍ରହ୍ମ । ନୀତିକାନ୍ତି ଶେଷ ପରେ ଆରମ୍ଭ ହୋଇଥିଲା ରଥ ଟଣା । ଶ୍ରୀଜିଉଙ୍କ ରଥକୁ ଶ୍ରୀଗୁଣ୍ଡିଚା ଅଭିମୁଖେ ଟାଣି ନେଇଥିଲେ ଲକ୍ଷାଧିକ ଭକ୍ତ । ଏଥର ବିରଳ ରଥଯାତ୍ରା ଦେଖିଲେ ବିଶ୍ବବାସୀ । ଗତକାଲି ନିର୍ଦ୍ଧାରିତ ସମୟ ସନ୍ଧ୍ୟା 5ଟାରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ହୋଇଥିଲା । ଏହା ପଛକୁ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇଥିବା ବେଳେ ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା ।

LIVE FEED

3:27 PM, 8 Jul 2024 (IST)

ଆଜି ତିନିରଥରେ ରଥାରୂଢ ରହିବେ ଶ୍ରୀଜିଉ, କାଲି ଆଡ଼ପ ମଣ୍ଡପ ବିଜେ

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ଦ୍ବିତୀୟ ଦିନରେ ରଥଟଣା ଶେଷ ହୋଇଛି । କାଲି ସନ୍ଧ୍ୟା ହୋଇଯିବାରୁ ରଥଟଣା ବନ୍ଦ କରାଯାଇଥିଲା । ଆଜି ନୀତିକାନ୍ତି ପରେ ପୂର୍ବାହ୍ନରେ ପୁଣି ରଥଟଣା ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ତିନି ଠାକୁର । ଅପରାହ୍ନ 3ଟା ସୁଦ୍ଧା ଶରଧାବାଲିରେ ପହଞ୍ଚିଛି ତିନି ରଥ । ରଥାରୂଢ ତିନି ଠାକୁର ବଡ଼ଦେଉଳ ଛାଡ଼ି ଜନ୍ମସ୍ଥାନକୁ ଆସିଛନ୍ତି । ଆଜି ତିନିରଥରେ ଶ୍ରୀବିଗ୍ରହମାନେ ରଥାରୂଢ ହୋଇ ରହିବେ । ରଥ ଉପରେ ସମସ୍ତ ନୀତିକାନ୍ତି ହେବା ପରେ ବିଳମ୍ବିତ ରାତିରେ ପହଡ ପଡିବ । ଆସନ୍ତାକାଲି ସକାଳୁ ପହଡ ଖୋଲିବା ସହ ମଙ୍ଗଳ ଆଳତି, ମଇଲମ ଓ ଅନ୍ୟ ନୀତିକାନ୍ତି ହେବ । ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ପହଣ୍ଡି କରାଯିବ । ଅପରାହ୍ନରେ ରଥରୁ ଅଶ୍ବ ଖୋଲାଯିବା ସହ ଚାରମାଳ ବନ୍ଧାଯିବ । ଏହା ପରେ ଆଡପ ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିବେ ଶ୍ରୀବିଗ୍ରହ ।

ଶରଧାବାଲିରେ ପହଞ୍ଚିଲା ତିନି ରଥ
ଶରଧାବାଲିରେ ପହଞ୍ଚିଲା ତିନି ରଥ (ETV Bharat Odisha)

2:50 PM, 8 Jul 2024 (IST)

ଶରଧାବାଲିରେ ପହଞ୍ଚିଲା ତିନି ରଥ

ଶରଧାବାଲିରେ ଲାଗିଲା ତିନିରଥ । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ପହଞ୍ଚିଛନ୍ତି । ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଆସିଛନ୍ତି ଶ୍ରୀଜିଉ ।

ଶରଧାବାଲିରେ ପହଞ୍ଚିଲା ତିନି ରଥ
ଶରଧାବାଲିରେ ପହଞ୍ଚିଲା ତିନି ରଥ (@SJTA)

1:22 PM, 8 Jul 2024 (IST)

ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ବଜ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ: ଶରଧାବାଲିରେ ଲାଗିଲା ପ୍ରଭୁ ବଡ ଠାକୁରଙ୍କ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଆଉ କିଛି ସମୟ ପରେ ପହଞ୍ଚିବ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷରେ ଗଡି ଗଡି ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।

Ratha Yatra
Ratha Yatra (ETV BHARAT ODISHA)

12:13 PM, 8 Jul 2024 (IST)

ରଥଯାତ୍ରା ଦେଖିଲେ 10 ଲକ୍ଷ ଶ୍ରଦ୍ଧାଳୁ

ପୁରୀ: ରଥଯାତ୍ରାରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଲକ୍ଷ ଲକ୍ଷ ଲୋକ କାଳିଆକୁ ଦର୍ଶନ କରୁଛନ୍ତି । ଗତକାଲି ପୁରୀକୁ ଆସିଥିଲେ 10 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ । ଆଜି ରଥଯାତ୍ରୀର ଦ୍ବିତୀୟ ଦିନରେ ମଧ୍ୟ ସକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ପୁରୀକୁ । ଧୀରେ ଧୀରେ ଭକ୍ତଙ୍କ ସଂଖ୍ୟା ବଢୁଛି । ସକାଳୁ ରଥ ଟଣା ଆରମ୍ଭ ହୋଇଥିବା ବେଲେ ଶରଧାବାଲିରେ ପହଞ୍ଚିବ ତିନି ରଥ ।

11:39 AM, 8 Jul 2024 (IST)

ଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ

ପୁରୀ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ତିନି ରଥ । ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଧିରେ ଧିରେ ପୁରୀରେ ବଢୁଛି ଭକ୍ତଙ୍କ ଭିଡ । ଭଗବାନଙ୍କୁ ଚର୍ମଚକ୍ଷୁରେ ଦେଖି ଆତ୍ମତୃପ୍ତି ଲାଭ କରିଛନ୍ତି ଭକ୍ତ । ଆଜି ଶରଧାବାଲିରେ ରଥଲାଗିବ । ଜନ୍ମବେଦୀରେ ପହଞ୍ଚିବାକୁ ବ୍ୟାକୁଳ ଶ୍ରୀବିଗ୍ରହ ।

11:06 AM, 8 Jul 2024 (IST)

ଘର ଘର ନାଦରେ କମ୍ପୁଛି ଶଙ୍ଖ କ୍ଷେତ୍ର, ଗଡିଲା ନନ୍ଦିଘୋଷ ରଥ

ପୁରୀ: ବଳଭଦ୍ରଙ୍କ ତାଳଧ୍ବଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ପରେ ଗଡିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । କାଳିଆର ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳି । ଘର ଘର ନାଦରେ କମ୍ପୁଛି ଶଙ୍ଖକ୍ଷେତ୍ର । ଜୟଗନ୍ନାଥ ଧ୍ବନୀରେ କମ୍ପୁଛି ବଡଦାଣ୍ଡ । ଘଣ୍ଟଘଣ୍ଟା ଶଙ୍ଖନାଦ, ମୃତଦଙ୍ଗ, କାହାଳି ବାଜାରେ ଫାଟିପଡୁଛି ଚତୁର୍ଦ୍ଦିଗ । ଶ୍ରୀକ୍ଷେତ୍ର ହୋଇଛି ଜନସମୁଦ୍ର ।

Ratha Yatra
Ratha Yatra (@JagannathaDhaam)

9:55 AM, 8 Jul 2024 (IST)

ଦ୍ବିତୀୟ ଦିନରେ ଆରମ୍ଭ ହେଲା ରଥଟଣା, ଆଗ ଗଡିଲା ତାଳଧ୍ବଜ

ପୁରୀ: ଦ୍ବିତୀୟ ଦିନରେ ଆରମ୍ଭ ହେଲା ରଥଟଣା । ମରିଚିକୋଟ ନିକଟରୁ ରଥଟାଣିଲେ ଶ୍ରଦ୍ଧାଳୁ । ବଡଠାକୁର ବଳଭଦ୍ର ରଥ ଆଗେ ଗଡିଲା । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥକୁ ଟାଣି ନେଉଛନ୍ତି ଭକ୍ତ । ସକାଳୁ ସକାଳୁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଜନ୍ମବେଦୀ ଅଭିମୁଖେ ଶ୍ରୀବିଗ୍ରହ । ଆଜି ଶରଧା ବାଲିରେ ପହଞ୍ଚିବ ତିନି ରଥ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ମନେ କରୁଛନ୍ତି ଶ୍ରଦ୍ଧାଳି । ଗତକାଲି ସୂର୍ଯ୍ୟାସ୍ତ ହୋଇଯିବାରୁ ଅଧାରେ ଅଟକିଥିଲାଛି ରଥ । ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟିଥିଲା । ସିଂହଦ୍ବାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଥିଲା ନନ୍ଦିଘୋଷ ।

Ratha Yatra
Ratha Yatra (ETV BHARAT ODISHA)

9:17 AM, 8 Jul 2024 (IST)

କିଛି ସମୟ ପରେ ଆରମ୍ଭ ହେବ ରଥଟଣା

ପୁରୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥକୁ ଟାଣି ନେବେ ଭକ୍ତ । ସକାଳୁ ସକାଳୁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ରଥଟାଣିବାକୁ ଅପେକ୍ଷା କରିଛନ୍ତି ଭକ୍ତ । ସେପଟେ ଜନ୍ମବେଦୀ ଯିବାକୁ ବ୍ୟାକୁଳ କାଳିଆର ମନ । ଗତକାଲି ସିନା ପହଞ୍ଚି ପାରିନଥିଲେ ଆଜି କିନ୍ତୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବେ ତିନି ଠାକୁର ।

Ratha Yatra
Ratha Yatra (@JagannathaDhaam)

7:49 AM, 8 Jul 2024 (IST)

ତୁଳସୀ ମାଳରେ ଶୋଭାପାଉଛି ଶ୍ରୀଅଙ୍ଗ

ପୁରୀ: ତୁଳସୀ ମାଳରେ ଶୋଭାପାଉଛି ରଥାରୂଢ ତିନି ଠାକୁର । ଭଗବାନଙ୍କ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଆଜି ଶରଧା ବାଲିରେ ପହଞ୍ଚିବ ତିନି ରଥ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି । ରଥ ଉପରେ ଚକାନୟନ ସହ ନୟନ ମିଶାଇ ଭାବବିହ୍ବଳ ହୋଇପଡୁଛନ୍ତି ଭକ୍ତ । ଗତକାଲି(ରବିବାର) ସୂର୍ଯ୍ୟାସ୍ତ ହୋଇଯିବାରୁ ଅଧାରେ ଅଟକିଛି ରଥ । ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟକିଛି । ସିଂହଦ୍ବାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଛି ନନ୍ଦିଘୋଷ ।

Ratha Yatra
Ratha Yatra (@Ama_Jagannath)

Last Updated : Jul 8, 2024, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.