ETV Bharat / state

ଖୁବ ଶୀଘ୍ର ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ: ଉଚ୍ଚ ଶିକ୍ଷାମନ୍ତ୍ରୀ

author img

By ETV Bharat Odisha Team

Published : Mar 1, 2024, 6:49 AM IST

Utkal University Second Campus:ବିଶ୍ଵବିଦ୍ୟାଳୟ ଉନ୍ନତି ପାଇଁ ଅର୍ଥ ସାଜିବ ନାହିଁ ବାଧକ । ରାଜ୍ୟରେ ୧୭୬ କୋଟି ବଜେଟ ଏବେ ୪୦୦୦ କୋଟିରେ ପହଞ୍ଚିଛି । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତ୍ତିଠୁ ଆରମ୍ଭ କରି ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ରିସର୍ଚ୍ଚ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ

ଖୁବ ଶୀଘ୍ର ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ: ଉଚ୍ଚ ଶିକ୍ଷାମନ୍ତ୍ରୀ
ଖୁବ ଶୀଘ୍ର ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ: ଉଚ୍ଚ ଶିକ୍ଷାମନ୍ତ୍ରୀ

ଖୁବ ଶୀଘ୍ର ହେବ ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ: ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ବିଶ୍ଵବିଦ୍ୟାଳୟ ଉନ୍ନତି ପାଇଁ ବାଧକ ସାଜିବ ନାହିଁ ଅର୍ଥ । ଖୁବ ଶୀଘ୍ର ଉତ୍କଳ ବିଶ୍ଵବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ନିର୍ମାଣ କରାଯିବା ନେଇ କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ । ଗତକାଲି(ଗୁରୁବାର) ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଉତ୍ସବରେ ୧୬୬ ଜଣ ପିଏଚଡି ଏବଂ ୯୫ ଜଣ ଗୋଲ୍ଡ ମେଡାଲ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ଦିଆଯାଇଛି । ସେହିପରି ୩ ଜଣଙ୍କୁ ରାଷ୍ଟ୍ରପତି ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଛନ୍ତି । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଶ୍ଵବିଦ୍ୟାଳୟ ଉନ୍ନତି ପାଇଁ ଅର୍ଥ ବାଧକ ସାଜିବ ନାହିଁ ବୋଲି କହିଛନ୍ତି ।

ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି,"ଉତ୍କଳ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଯୋଗଦାନ ଅଧିକ ଏହାକୁ ଗାରିମାମୟ କରିଛି । ବିଶ୍ୱବିଦ୍ୟାଳୟର ଐତିହ୍ୟ ସବୁବେଳେ ଉଚ୍ଚ ରହିବ । ଗୋଲ୍ଡ ମେଡାଲ , ପିଏଚଡିରେ ଆଜି ସମ୍ମାନିତ ହୋଇଥିବା ବିଶେଷ ବ୍ୟକ୍ତି ମାନେ ମଧ୍ୟ ଏ ଦିଗରେ କାର୍ଯ୍ୟ କରିବେ । ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଅର୍ଥ ବାଧକ ହୋଇନାହିଁ । ଖୁବ ଶୀଘ୍ର ୨ୟ କ୍ୟାମ୍ପସ କାର୍ଯ୍ୟକାରୀ ହେବାକୁ ଯାଉଛି । ରାଜ୍ୟରେ ୧୭୬ କୋଟି ବଜେଟ ଏବେ ୪୦୦୦ କୋଟିରେ ପହଞ୍ଚିଛି । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବୃତ୍ତିଠୁ ଆରମ୍ଭ କରି ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ରିସର୍ଚ୍ଚ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରାଯାଉଛି ।"

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସର୍ବ ପୁରାତନ ତଥା ଭାରତର ୧୭ତମ ପୁରାତନ ବିଶ୍ୱବିଦ୍ୟାଳୟ । ବାଣୀବିହାର ଭାବେ ପରିଚିତ । ଏହାର ରହିଛି ୩୯୯.୯ ଏକର ପରିସର । ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସହିତ ଅନେକ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି । ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ ରହିଛି । ବିଜ୍ଞାନ, କଳା ଓ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି ଛାତ୍ରଛାତ୍ରୀ । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦ୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ରହିଛି । ତେବେ ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ, ଯୋଗ ଦେଲେ ରାଷ୍ଟ୍ରପତି

ଏପଟେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନାକ୍‌ ଏ+ ଗ୍ରେଡ୍ ପ୍ରଦାନ କରିଛି । ସୂଚନା ଅନୁସାରେ ନାକ୍ ପକ୍ଷରୁ ଜାରି ସଂଶୋଧିତ ଗ୍ରେଡ୍ ଅନୁସାରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩.୨୬ ପଏଣ୍ଟ ସହ ଏ+ ଗ୍ରେଡ୍ ମାନ୍ୟତା ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟକୁ କରିକ୍ୟୁଲମରେ ୩.୫୭ ପଏଣ୍ଟ, ଶିକ୍ଷାଦାନ ଓ ମୂଲ୍ୟାଙ୍କନରେ ୩.୩୩ ପଏଣ୍ଟ, ରିସର୍ଚ୍ଚ, ଇନୋଭେସନ ଓ ଏକ୍ସଟେନସନରେ ୩.୧୫ ପଏଣ୍ଟ, ଭିତ୍ତିଭୂମି ଓ ଶିକ୍ଷାଦାନ ସମ୍ବଳରେ ୩.୬୫ପଏଣ୍ଟ, ଷ୍ଟୁଡେଣ୍ଟ ସର୍ପୋଟ ଓ ପ୍ରୋଗ୍ରେସନରେ ୩.୧୧ ପଏଣ୍ଟ, ଗଭର୍ଣ୍ଣାନ୍ସ, ଲିଡରସିପ୍ ଓ ମ୍ୟାନେଜମେଣ୍ଟରେ ୨.୬୨ପଏଣ୍ଟ, ଇନଷ୍ଟିଚ୍ୟୁସନାଲ ଭାଲ୍ୟୁ ଓ ବେଷ୍ଟ ପ୍ରାକ୍ଟିସରେ ୩.୩୭ ପଏଣ୍ଟ ମିଳିଛି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.