ETV Bharat / state

ଭୁବନେଶ୍ବରରେ ଆଜି ସବୁ ସ୍କୁଲ ହାଫ ଡେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟ - PM MODI ODISHA VISIT

ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବର । ଅପରାହ୍ନ ୧ଟା ପରେ BMC ଅଧୀନସ୍ଥ ସବୁ ସ୍କୁଲ ବନ୍ଦ ।

ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଅପରାହ୍ନ 1ଟା ପରେ ରାଜଧାନୀର ସବୁ ସ୍କୁଲ ବନ୍ଦ
ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଅପରାହ୍ନ 1ଟା ପରେ ରାଜଧାନୀର ସବୁ ସ୍କୁଲ ବନ୍ଦ (ETV Bharat Odisha)
author img

By ETV Bharat Odisha Team

Published : Nov 29, 2024, 9:54 AM IST

ଭୁବନେଶ୍ବର: ପୋଲିସ ଡିଜି-ଆଇଜି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୩ ଦିନିଆ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ଅବତରଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ଲୁ ବୁକ ପ୍ରୋଟୋକଲ ଅନୁସାରେ, ସୁରକ୍ଷା ଓ ଟ୍ରାଫିକ ଏକାଧିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହି କାରଣରୁ ଆଜି ଅପରାହ୍ନ ୧ଟା ପରେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟାଳୟ(School) ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

  • ଆଜିଠାରୁ ୩ ଦିନିଆ DG-IG ସମ୍ମିଳନୀ:-

ଆଜିଠାରୁ ଭୁବନେଶ୍ବରରେ ପୋଲିସ ଡିଜି-ଆଇଜି ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଓ ମହାନରୀକ୍ଷକମାନେ ଅଂଶଗ୍ରହଣ କରିବେ । ଗତକାଲିଠାରୁ ପୋଲିସ ଅଧିକାରୀମାନେ ରାଜଧାନୀରେ ପହଞ୍ଚିସାରିଛନ୍ତି । ସେମାନେ ରାଜ୍ୟ ଅତିଥି ଭବନରେ ଅବସ୍ଥାନ କରୁଛନ୍ତି । ଆଜି ପୂର୍ବାହ୍ନରେ ଶାହ ପହଞ୍ଚିବେ । ପରେ ଅପରାହ୍ନ ପ୍ରାୟ 4ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରର ଅବତରଣ କରିବେ । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କର ପାର୍ଟି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ରହିଛି । ପ୍ରଧାନମନ୍ତ୍ରୀ ଆଜି ରାତ୍ରିଭବନରେ ରାତ୍ରିଯାପନ କରିବେ ।

ଏହା ମଧ୍ୟ ପଢନ୍ତୁ:- ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ତିନିଦିନିଆ ଗସ୍ତରେ ରହିଛି ଏକାଧିକ କାର୍ଯ୍ୟକ୍ରମ

ଏହା ବି ପଢନ୍ତୁ- ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭୁବନେଶ୍ବରରେ ସାଧାରଣ ସଭା ଓ ରୋଡ ସୋ’

ଏହା ବି ପଢନ୍ତୁ- DG-IG ସମ୍ମିଳନୀ ପାଇଁ ଭୁବନେଶ୍ବରରେ ହାଇ ଆଲର୍ଟ, ନୋ ଫ୍ଲାଇଂ ଜୋନ ଘୋଷଣା

  • କଡା ସୁରକ୍ଷା ବଳୟରେ ରାଜଧାନୀ:-

ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାଖାପାଖି ୭୨ ପ୍ଲାଟୁନ ରାଜ୍ୟ ପୋଲିସ ସହ ୧୨ କମ୍ପାନୀ ଅର୍ଥାତ୍ ୩୬ ପ୍ଲାଟୁନ କେନ୍ଦ୍ରୀୟ‌ ଫୋର୍ସ ମୁତୟନ ହେବେ । ମୋଟ ୧୦୮ ପ୍ଲାଟୁନ ଫୋର୍ସ ସୁରକ୍ଷା ମୁତୟନ କରାଯାଇଛି । ସେପଟେ ସହରରେ ହାଇ ଆଲର୍ଟ ଜାରି ସହ ଏୟାରପୋର୍ଟ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ ସମେତ ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସ ଆଦି ଉପରେ ନଜର ରଖିଛି ପୋଲିସ । ଏନେଇ ଦେଶ ବିରୋଧି କାର୍ଯ୍ୟକଳାପ ଓ ଆତଙ୍କୀ କାର୍ଯ୍ୟକଳାପ ବିରୋଧି ପାଇଁ ସ୍ବତନ୍ତ୍ର ଫୋର୍ସ ଓ ଗୁଇନ୍ଦା ଆଧାରରେ ସୁରକ୍ଷା ପ୍ରସ୍ତୁତି ଜାରି ରହିଛି । ଏଥି ସହ ଡଗ-ସ୍କ୍ୱାଡ, ବମ୍‌ ସ୍କ୍ୱାଡ ଏବଂ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ ମଧ୍ୟ ଆଲର୍ଟ ରହି ସତର୍କତାମୂଳକ ପଦକ୍ଷେପ ନେଉଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.