ଭୁବନେଶ୍ବର: ବ୍ୟାଙ୍କକୁ ଚୁନା ମାରି ବନ୍ଧା ହେଲେ ଦମ୍ପତି । SBIରୁ ଲୋନ ନେଇ ଠକିଥିଲେ ୧୬ କୋଟି ୭୧ ଲକ୍ଷ ଟଙ୍କା । ଆଉ ଏହି ଋଣ ଠକେଇ ଅଭିଯୋଗରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ୬ ଜଣଙ୍କୁ ଗିରଫ କଲା EOW । ଜାଲ କାଗଜପତ୍ର ଜରିଆରେ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରର ଅନିର୍ବାଣ ପଟ୍ଟନାୟକ, ଅନୁପମା ଦାସ, ଖଣ୍ଡପଡାର ତୋଫାନ ରାଉତ ଓ ସତ୍ୟବାନ ରାଉତ, ବଡମ୍ବାର ଟୁକୁନା ମଲ୍ଲିକ, କାକଟପୁରର ଫିରୋଜ ଖାନ।
କେମିତି କରୁଥିଲେ ଠକେଇ?
ଅନିର୍ବାଣ ପଟ୍ଟନାୟକ ଓ ଅନୁପନା ଦାସ ସ୍ୱାମୀ ସ୍ତ୍ରୀ ହୋଇ ଏହି ଠକେଇର ମାଷ୍ଟରମାଇଣ୍ଡ ଭାବେ କାର୍ଯ୍ୟ କରିଥିଲେ । ଭୁବନେଶ୍ୱର ଏସବିଆଇ ରିଜିଓନାଲ ମ୍ୟାନେଜର ଶିବ ସୁନ୍ଦର ସାହୁ ଠକେଇ ନେଇ ଅଭିଯୋଗ କରିବା ପରେ ଏମାନଙ୍କୁ ଧରିଛି EOW । ପଟିଆ ଡିିଏଲଏଫରେ ଘର ଭଡ଼ା ନେଇ ଫୋନ ପେ ଅଫିସ କରି ନିଜକୁ କର୍ମଚାରୀ ପରିଚୟ ଦେଇ ବ୍ୟାଙ୍କଙ୍କୁ ଚୁନା ଲଗାଇଛନ୍ତି। ବ୍ୟାଙ୍କ ତଦନ୍ତ କରିବା ପାଇଁ ଯିବା ସମୟରେ ନିଜର ଫେକ ମେଲ, ଠିକଣା, ସାଲାରୀ ଆଦି ସ୍ଲିପ ପ୍ରସ୍ତୁତ କରିଥିଲେ । ଯାହାକୁ ଦେଖି ବ୍ୟାଙ୍କ ସହଜରେ ବିଶ୍ଵାସ କରି ଲୋନ ଦେଇଥିଲେ । ଲୋନ ନେବା ପରେ କେହି ନସୁଝିବାରୁ EOW ନିକଟରେ ଅଭିଯୋଗ କରିଥଲେ ବ୍ୟାଙ୍କ କର୍ମଚାରୀ। ଏହାପରେ ହିଁ ଏହି ବଡ ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି ।
![SBI Loan Fraud](https://etvbharatimages.akamaized.net/etvbharat/prod-images/06-09-2024/od-bbs-avb-sbi-cheat-od10039_05092024184920_0509f_1725542360_981.jpg)
ଧରାପଡ଼ିଲା ବଡ଼ ଧରଣର ଜାଲିଆତି:
![SBI Loan Fraud](https://etvbharatimages.akamaized.net/etvbharat/prod-images/06-09-2024/od-bbs-avb-sbi-cheat-od10039_05092024184920_0509f_1725542360_1048.jpg)
![SBI Loan Fraud](https://etvbharatimages.akamaized.net/etvbharat/prod-images/06-09-2024/od-bbs-avb-sbi-cheat-od10039_05092024184920_0509f_1725542360_308.jpg)
ବ୍ୟାଙ୍କ କର୍ମଚାରୀଙ୍କ ଲିଙ୍କ ଅଛି କି?
![SBI Loan Fraud](https://etvbharatimages.akamaized.net/etvbharat/prod-images/06-09-2024/od-bbs-avb-sbi-cheat-od10039_05092024184920_0509f_1725542360_1068.jpg)
"ସବୁଠାରୁ ବଡ କଥା ହେଉଛି ନିର୍ଦ୍ଦିିଷ୍ଟ କିଛି ଆକାଉଣ୍ଟକୁ ସାଲାରୀ ଆକାଉଣ୍ଟ ଭାବେ ଟଙ୍କା ପଠାଯାଉଥିଲା, ଯାହାଦ୍ୱାରା କି ବ୍ୟାଙ୍କର ହୃଦୟଙ୍ଗମ ହେବ ଯେ ଏହା ସଠିକ ଆକାଉଣ୍ଟ ଓ ଲୋନ ମିଳିବା ସହଜ ହେଉଥିଲା । ଏହି ଠକେଇ ସିଣ୍ଡିକେଟରେ ଆହୁରି ଅନେକ ମାଷ୍ଟରମାଇଣ୍ଡ ଥିବା ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ତଦନ୍ତ ଜାରି ରହିଛି । ବ୍ୟାଙ୍କର କେହି କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲିଛି" ବୋଲି କହିଛନ୍ତି ଏସପି ଦିଲୀପ ତ୍ରିପାଠୀ । ଏହାସହ ଅଭିଯୁକ୍ତଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବା ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି ।
![SBI Loan Fraud](https://etvbharatimages.akamaized.net/etvbharat/prod-images/06-09-2024/od-bbs-avb-sbi-cheat-od10039_05092024184920_0509f_1725542360_305.jpg)
ଇଟିଭି ଭାରତ, ଭୁବନେଶ୍ବର