ETV Bharat / state

କାଦୁଅରେ ଭର୍ତ୍ତି ବ୍ଲକ କାର୍ଯ୍ୟାଳୟ ପରିସର, ଧାନ ରୋଇ ପ୍ରତିବାଦ କଲେ ଜନପ୍ରତିନିଧି - Protest By Sowing Paddy Saplings

Sarapancha stage Protest : କାଦୁଅରେ ଧାନ ରୋଇ ପ୍ରତିବାଦ କଲେ ପଞ୍ଚାୟତର ଜନପ୍ରତିନିଧି । ବ୍ଲକ କାର୍ଯ୍ୟାଳୟରେ ଥିବା ଏକ ସେଲୋ ପମ୍ପ ସଫା କରାଯିବା ଫଳରେ ସେଥିରୁ କୁଢ଼ କୁଢ଼ କାଦୁଅ ବାହାରି ଲୋକ ହଇରାଣ ହେଉଛନ୍ତି । ଅଧିକ ପଢ଼ନ୍ତୁ,

ଧାନ ରୋଇ ପ୍ରତିବାଦ କଲେ ଜନପ୍ରତିନିଧି
ଧାନ ରୋଇ ପ୍ରତିବାଦ କଲେ ଜନପ୍ରତିନିଧି
author img

By ETV Bharat Odisha Team

Published : Feb 13, 2024, 10:26 PM IST

ଧାନ ରୋଇ ପ୍ରତିବାଦ କଲେ ଜନପ୍ରତିନିଧି

ବାଲେଶ୍ଵର: କାଦୁଅରେ ଧାନ ରୋଇ ପ୍ରତିବାଦ କଲେ ପଞ୍ଚାୟତର ଜନପ୍ରତିନିଧି । ଏହିଭଳି ଏକ ଆଶ୍ଚଯ୍ୟ ଜନକ ଘଟଣା ବାଲେଶ୍ଵର ସଦର ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ବ୍ଲକ କାର୍ଯ୍ୟାଳୟରେ ଥିବା ଏକ ସେଲୋ ପମ୍ପ ସଫା କରାଯିବା ଫଳରେ ସେଥିରୁ କୁଢ଼ କୁଢ଼ କାଦୁଅ ବାହାରିଛି । ଫଳରେ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବାରମ୍ବାର ବିଡ଼ିଓ ତଥା ଅନ୍ୟାନ ଅଧିକାରୀଙ୍କୁ କହିଲେ ମଧ୍ୟ କିଛି ସଫଳତା ନମିଳିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜନପ୍ରତିନିଧି ମତ ଦେଇଛନ୍ତି ।

ପ୍ରାୟ ପାଞ୍ଚଦିନ ଧରି ଏହି ସେଲୋ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟାଳୟ ପରିସର ଏବେ କାଦୁଅରେ ଭର୍ତ୍ତି ହୋଇଯାଇଛି। ସାଧାରଣ ଲୋକ ଏହି କାଦୁଅ ଭିତରେ ନିଜ ସମସ୍ୟା ଜଣାଇବାକୁ ଆସି ପାରୁ ନାହାନ୍ତି । ଫଳରେ ଲୋକ ଅନେକ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଆସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଜନପ୍ରତିନିଧିମାନେ ସଦର ବିଡିଓଙ୍କୁ ଜଣାଇବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ନିରାଶ ହୋଇ ଶେଷରେ ଆଜି ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଏବଂ ତାଙ୍କ ସମର୍ଥକମାନେ କାର୍ଯ୍ୟାଳୟ ପରିସରରେ ଭର୍ତ୍ତି ହୋଇଥିବା କାଦୁଅରେ ଧାନଗଛ ରୋଇଥିଲେ । ଏବଂ ଏକ ଭିନ୍ନ ଉପାୟରେ ପ୍ରତିବାଦ କରି ଏହି କାଦୁଅ ଉଠାଇବାକୁ ଦାବି କରିଥିଲେ। ବାଲେଶ୍ଵରର ଏହି ବ୍ଲକ କାର୍ଯ୍ୟାଳୟ ଏକ ପ୍ରମୁଖ କାର୍ଯ୍ୟାଳୟ ହୋଇଥିବା ବେଳେ ପ୍ରତିଦିନ ଏଠାକୁ ଶତାଧିକ ଲୋକ ସେମାନଙ୍କ ଅଭିଯୋଗ ନେଇ ଆସନ୍ତି। ଏମିତିକି ଜନପ୍ରତିନିଧିମାନେ ମଧ୍ୟ ସଦର ବ୍ଲକ କାର୍ଯ୍ୟାଳୟକୁ ସେମାନଙ୍କ ଅଞ୍ଚଳର ସମସ୍ୟା ନେଇ ଆସିଥାନ୍ତି।

ଏହା ମଧ୍ୟ ପଢ଼ନ୍ତୁ..... ପାନୀୟ ଜଳ ପାଇଁ ହିନସ୍ତା ପଞ୍ଚାୟତବାସୀ, କେବେ ସମସ୍ୟାର ସମାଧାନ କରିବ ପ୍ରଶାସନ?

ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା 30 ବର୍ଷର ସେଲୋ ପମ୍ପ ଖରାପ ହୋଇଥିବା ବେଳେ ତାହାକୁ ସଜାଡ଼ିବା ପାଇଁ 7 ଦିନ ହେବ କାମ ଚାଲିଛି । ଏହାକୁ ସଫା କରିବା ପାଇଁ ପ୍ରତିଦିନ ରାତିରେ ମେସିନ ଦ୍ୱାରା କାମ ଚାଲୁଛି । ସେଥିରୁ ବାହାରିଥିବା ଅପରିଷ୍କାର ପାଣି ଦ୍ୱାରା ସମ୍ପୂର୍ଣ୍ଣ ବ୍ଲକ୍ ପରିସର କାଦୁଅରେ ଭର୍ତ୍ତି ହୋଇଯାଇଛି । ଅନ୍ୟପଟେ ସଦର ବିଡିଓ ଏମିତି ପ୍ରତିବାଦକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘‘ପ୍ରତିଦିନ ରାତିରେ କାମ ଚାଲୁଥିବା ବେଳେ ପ୍ରାୟ ତିନିଥର କାଦୁଅ ସଫା ସରିଲାଣି। କିଛି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କିଛିଦିନ ସମସ୍ୟା ଭୋଗିବାକୁ ପଡ଼ିବ । ଏବେ ତ ଅନଲାଇନ ଜରିଆରେ ଲୋକମାନେ ସେମାନଙ୍କ ଅଭିଯୋଗ କରି ପାରିବେ । କାର୍ଯ୍ୟାଳୟ ଆସିବାର କୌଣସି ଆବଶ୍ୟକତା ନାହିଁ। ଏପରି ସ୍ଥିତିରେ ଧାନ ରୋଇବା ଘଟଣା ବିଜ୍ଞତାର ପରିଚୟ ନୁହେଁ ।’’

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.