ETV Bharat / state

ରାଉରକେଲାରେ ସରସ୍ୱତୀ ପୂଜା; ଶିକ୍ଷାନୁଷ୍ଠାନରେ ପୂଜା ପାଇଲେ ବିଦ୍ୟାଦାତ୍ରୀ

Saraswati Puja Celebrated in Rourkela: ଆଜି ଫେବୃଆରୀ ୧୪, ମା' ସରସ୍ୱତୀଙ୍କ ପୂଜା । ଏହି ଅବସରରେ ରାଉରକେଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା'ଙ୍କ ପୂଜାର୍ଚ୍ଚନା ଧୁମଧାମରେ ପାଳିତ ହୋଇଛି ।

ରାଉରକେଲାରେ ସରସ୍ୱତୀ ପୂଜାର ଧୁମ୍; ଶିକ୍ଷାନୁଷ୍ଠାନରେ ପୂଜା ପାଇଲେ ବିଦ୍ୟାଦାତ୍ରୀ

author img

By ETV Bharat Odisha Team

Published : Feb 14, 2024, 2:47 PM IST

ରାଉରକେଲାରେ ସରସ୍ୱତୀ ପୂଜାର ଧୁମ୍; ଶିକ୍ଷାନୁଷ୍ଠାନରେ ପୂଜା ପାଇଲେ ବିଦ୍ୟାଦାତ୍ରୀ

ରାଉରକେଲା: ଆଜି ପବିତ୍ର ବସନ୍ତ ପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା' ସରସ୍ବତୀ । ଆଜିର ଦିନରେ ସମସ୍ତ ବିଦ୍ୟାର୍ଥୀ ଧୁମଧାମରେ ମା'ଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଉରକେଲାରେ ମା' ବିଦ୍ୟାଦାତ୍ରୀଙ୍କ ପୂଜା ଧୁମଧାମରେ ପାଳିତ ହୋଇଛି । ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା'ଙ୍କ ପୂଜାର୍ଚ୍ଚନା କରିଛନ୍ତି ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ସ୍କୁଲକୁ ଆସି ନିଜର ଭବିଷ୍ୟତ ପାଇଁ ମା'ଙ୍କ ନିକଟକରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ରାଉରକେଲା ଉଦିତନଗର ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଅନ୍ୟାନ୍ୟ ସ୍କୁଲରେ ମହାସମାରୋହରେ ପାଳନ କରାଯାଇଛି ସରସ୍ୱତୀ ପୂଜା । ସମ୍ପୂର୍ଣ୍ଣ ରାଉରକେଲା ସହର ଆଜି ମା' ସରସ୍ଵତୀଙ୍କ ପୂଜା ଆରାଧନାରେ ହସି ଉଠିଛି । ସକାଳୁ ସକାଳୁ ରାଉରକେଲା ସହର ଭକ୍ତିମୟ ହୋଇ ଉଠିଥିବା ବେଳେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ମା' ସରସ୍ଵତୀଙ୍କ ପୂଜା ପାଇଁ ଭିଡ଼ ଜମାଇଥିଲେ । ବିଦ୍ୟାର୍ଥୀମାନେ ପାରମ୍ପରିକ ପୋଷାକ ପରିଧାନ କରି ଜ୍ଞାନ ଓ ବୁଦ୍ଧି ପାଇଁ ମା' ସରସ୍ଵତୀଙ୍କ ନିକଟରେ ଆଶୀର୍ବାଦ କାମନା କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଶିକ୍ଷାନୁଷ୍ଠାନ ମଧ୍ୟରେ ଉଦିତନଗର ଉଚ୍ଚ ବିଦ୍ୟାଳୟ ମହା ଆଡମ୍ବରରେ ସରସ୍ୱତୀ ପୂଜା ପାଳନ କରାଯାଇଛି । ଆଜିର ଦିନ ପାଇଁ ବିଦ୍ୟାଳୟ ପରିସରକୁ ବେଶ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଛି । ବିଦ୍ୟାଳୟ ପରିସର ରଙ୍ଗ ବେରଙ୍ଗ ରଙ୍ଗୋଲି ସହ ରଙ୍ଗୀନ କାଗଜରେ ସଜାଯାଇଛି । ଏଥିସହ ମା'ଙ୍କ ପ୍ରତିମୂର୍ତ୍ତି ଫୁଷ୍ପମାଳାରେ ସଜ୍ଜିତ ହୋଇଥିଲା । ଜ୍ଞାନର ମନ୍ଦିର ଭାବେ ପରିଗଣିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଆଜିର ଏହି ବିଶେଷ ଦିନରେ ବିଭିନ୍ନ ବୟସ ବର୍ଗର ଛାତ୍ରଛାତ୍ରୀମାନେ ଏକାଠି ହୋଇ ସରସ୍ୱତୀଙ୍କୁ ମନଭରି ପୂଜାର୍ଚ୍ଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆଜି ବସନ୍ତ ପଞ୍ଚମୀ, ବିରାଜିଲେ ମା' ବାଗଦେବୀ

ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ । ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ପୂଜା କରାଯାଏ । ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ସେ ବିଦ୍ୟାଦେବୀ, ବୁଦ୍ଧି ସିଦ୍ଧି ଓ ମୁକ୍ତିବାତ୍ରୀ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା' ସରସ୍ବତୀ । ବାକ୍ୟର ଦେବୀ ବାଗଦେବୀ, ବାଣୀ, ଶାରଦା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.