ETV Bharat / state

ଉଦ୍ଦେଶ୍ୟମୂଳକ ନୁହେଁ, କଣ୍ଠ କବି ଭୁଲରେ ପାଟିରୁ ଖସିଯାଇଥିଲା: ସଂହତି ପାଣି - ଉପସ୍ଥାପିକା ସଂହତି ପାଣି

Sanhati Pani Apology: ଓଡିଶା ସରକାରଙ୍କ ଦ୍ବାରା ଆୟୋଜିତ ହୋଇଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଉଦଘାଟନୀ ସମ୍ମିଳନୀର ଉପସ୍ଥାପିକା ଥିଲେ ସଂହତି ପାଣି । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରାରମ୍ଭରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହି ବିବାଦ ଘେରରେ ଫସିଥିଲେ ଉପସ୍ଥାପିକା ସଂହତି । ଅଧିକ ପଢନ୍ତୁ

ସଂହତି ପାଣି
Sanhati Pani
author img

By ETV Bharat Odisha Team

Published : Feb 5, 2024, 10:01 PM IST

Updated : Feb 5, 2024, 10:31 PM IST

ଉଦ୍ଦେଶ୍ୟମୂଳକ ନୁହେଁ, କଣ୍ଠ କବି ଭୁଲରେ ପାଟିରୁ ଖସିଯାଇଥିଲା: ସଂହତି ପାଣି

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହି ବିବାଦ ଘେରରେ ଫସିଥିଲେ ଉପସ୍ଥାପିକା ସଂହତି ପାଣି । ଏବେ ଭିଡିଓ ଜାରି କରି ପ୍ରତିକ୍ରିୟା ରଖିଛନ୍ତି ଉପସ୍ଥାପିକା ସଂହତି । ଏହା ଭୁଲରେ ପାଟିରୁ ଖସିଯାଇଥିଲା । ଉଦ୍ଦେଶ୍ୟମୂଳକ ନଥିଲା । ଆଉ ଏ ଭୁଲକୁ ମୁଁ ସ୍ବୀକାର କରୁଛି ।

ଓଡିଶା ସରକାରଙ୍କ ଦ୍ବାରା ଆୟୋଜିତ ହୋଇଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଉଦଘାଟନୀ ସମ୍ମିଳନୀର ଉପସ୍ଥାପିକା ଥିଲେ ସଂହତି ପାଣି । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରାରମ୍ଭରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହି ବିବାଦ ଘେରରେ ଫସିଥିଲେ ଉପସ୍ଥାପିକା ସଂହତି । ସାମାଜିକ ଗଣମାଧ୍ୟମରେ ଏହାର ଭିଡ଼ିଓ ବହୁଳ ମାତ୍ରରେ ପ୍ରସାରିତ ହୋଇଥିଲା । ଯାହାକୁ ନେଇ ଭାଷାବିତ ଘୋର ବିରୋଧ କରିଥିଲେ । ଉପସ୍ଥାପିକାଙ୍କ ସହ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ସମାଲୋଚିତ ହୋଇଥିଲେ ।

ଅଧିକ ପଢନ୍ତୁ- ଓଡିଶାକୁ ଗୌରବାନ୍ଵିତ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର

ସମ୍ମିଳନୀର ତୃତୀୟ ଦିନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପସ୍ଥାପିକା ସଂହତି ପାଣି । ସଂହତି କହିଛନ୍ତି ଯେ, ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନ ଉତ୍ସବରେ ମୁଁ ରାଜ୍ୟ ସରକାରଙ୍କ ତରଫରୁ ଉପସ୍ଥାପିକା ଥିଲି । ଉଦଘାଟନ ସମାରୋହରେ ମୁଁ ଭୁଲରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କଣ୍ଠ କବି କହିଦେଇଥିଲି । ଏହା ଭୁଲରେ ପାଟିରୁ ଖସିଯାଇଥିଲା । ଏହା ଉଦେଶ୍ୟ ମୂଳକ ନଥିଲା । ମୋ ଭୁଲକୁ ମୁଁ ବିନମ୍ର ଭାବେ ସ୍ବୀକାର କରୁଛି ଓ ମାନୁଛି । ସେଥିପାଇଁ ମୋ ମନରେ ବହୁତ କଷ୍ଟ ଅଛି । ଦୀର୍ଘ ୨୦ ବର୍ଷ ହେଲା ମୁଁ ମଞ୍ଚ ସଂଚାଳନା କରୁଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ପୂର୍ବରୁ କେବେ ଭୁଲ ହୋଇନଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆମେ ବଡ଼ ବଡ଼ କାର୍ଯ୍ୟକ୍ରମର ହଜାର ହଜାର ଲୋକଙ୍କ ସାମ୍ନାରେ ମଞ୍ଚ ସଂଚାଳନା କରୁ ସେତେବେଳେ ଆମ ଉପରେ ଚାପ ଥାଏ । କଣ୍ଟେନ ମଧ୍ୟ ପରିବର୍ତ୍ତନ ହୁଏ । ସେହି ସମୟରେ କେବେ କେବେ ଭୁଲରେ ପାଟିରୁ କିଛି କଥା ଖସିଯାଏ । ରାଜ୍ୟ ସରକାର ତାଙ୍କର ସମସ୍ତ ଶକ୍ତି ଲଗାଇ ଏହି ସମ୍ମିଳନୀ କରୁଛନ୍ତି । ଓଡିଶାର କଳା, ଭାଷା, ସଂସ୍କୃତି ଓ ପରମ୍ପରା ସାରା ବିଶ୍ଵରେ ଲୋକପ୍ରିୟତା ଓ ସମ୍ମାନ ପାଉ ବୋଲି ଚେଷ୍ଟା କରୁଛନ୍ତି । ଯେତେବେଳେ ଭୁଲରେ ପାଟିରୁ ଖସିଯାଇଥିବା ଏକ କଥାକୁ ନେଇ ଟ୍ରୋଲ କରାଯିବା ଏହି ପ୍ରୟାସକୁ ପାଣିରେ ପକାଇ ଦେଉଛି । ଏକ ନକରାତ୍ମକ ପ୍ରଭାବ ଓଡିଶା ଉପରେ ପଡୁଛି ।

ଉଦଘାଟନ ଉତ୍ସବ ଦିନ ମଞ୍ଚ ପରିଚାଳନା କରିଥିବା ସଂହତି କିନ୍ତୁ ଶେଷ ଦିନରେ ଦେଖିବାକୁ ମିଳିନଥିଲେ । ସମାଲୋଚିତ ହେବା ପରେ ମଞ୍ଚ ପରିଚାଳନା ପାଇଁ ବାରଣ କରାଯାଇଥିଲା । ଉଦଯାପନି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ସୁଚେତା ପ୍ରିୟଦର୍ଶିନୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 5, 2024, 10:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.