ETV Bharat / state

ବାଲି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଓଡ଼ିଶା ! ବେଧଡକ ଚାଲିଛି ଚୋରା ଚାଲାଣ, ଚେଇଁ ଶୋଇଛି କି ପ୍ରଶାସନ ? - ILLEGAL SAND SMUGGLING

author img

By ETV Bharat Odisha Team

Published : Aug 3, 2024, 8:08 PM IST

ILLEGAL SAND SMUGGLING: ବଢୁଛି ବେଆଇନ ବାଲି ଚୋରା ଚାଲାଣ, ପ୍ରଶାସନ ପାଲଟିଛି ନିରବଦ୍ରଷ୍ଟା । ସେପଟେ ବାଲି ମାଫିଆଙ୍କୁ ବିରୋଧ କଲେ ମିଳୁଛି ହତ୍ୟା ଧମକ । ଏଭଳି ଅଭିଯୋଗ ଆସିଛି ନିମାପଡ଼ା ,ନିଆଳି ଏବଂ କଳାହାଣ୍ଡି ଅଞ୍ଚଳରୁ । ଅଧିକ ପଢନ୍ତୁ

ILLEGAL SAND SMUGGLING
ILLEGAL SAND SMUGGLING (ETV Bharat Odisha)

ନିମାପଡ଼ା /ନିଆଳି /ଭବାନୀପାଟଣା: ରାଜ୍ୟରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ କଳା କାରନାମା ବୃଦ୍ଧି ପାଉଛି । ଲୁଟ ହେଉଛି କୋଟି କୋଟି ଟଙ୍କାର ରାଜସ୍ବ । ଆଖିରେ ଯେପରି ଅନ୍ଧପୁଟୁଳି ବାନ୍ଧି ବସିଛି ପ୍ରଶାସନ । ବେଆଇନ ବାଲି ଚାଲାଣକୁ ବିରୋଧ କଲେ ନଦୀ କୂଳିଆ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଛନ୍ତି ବାଲି ମାଫିଆ । ଏପରିକି ବୋମା ପକାଇ ଜୀବନରୁ ମାରିବା ପାଇଁ ମଧ୍ୟ ଧମକ ଦେଉଛନ୍ତି । ସେପଟେ ବାଲି ମାଫିଆ ଏବଂ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ନଦୀରୁ ବେଆଇନ ବାଲି ଉଠୁଥିବା ଅଭିଯୋଗ କରିଛନ୍ତି ଲୋକେ ।ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଆଳି, ପୁରୀ ଜିଲ୍ଲାର କାକଟପୁର ଏବଂ କଳାହାଣ୍ଡି ଜିଲ୍ଲାରୁ । ଏନେଇ ବେଆଇନ ବାଲି ମାଫିଆଙ୍କ ବିରୋଧରେ ପ୍ରଶାସନ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ବାଲି ଚୋରିକୁ ବିରୋଧ କଲେ ମିଳୁଛି ହତ୍ୟା ଧମକ:

ବାଲି ମାଫିଆଙ୍କ ରାଜକୁ ବିରୋଧ କରି କାକଟପୁର ଥାନା ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ । ବାଲିକୂଳ ଗ୍ରାମ ନିକଟ ଦେବୀ ନଦୀ ପଠାରୁ କିଛି ବାଲି ମାଫିଆଙ୍କ ବେଆଇନ ଭାବେ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ କରୁଥିବାବେଳେ ଏହାକୁ ବିରୋଧ କଲେ ଜୀବନରୁ ମାରିଦେବାକୁ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି ଲୋକେ । ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହେଉଛି ବଡ଼ ବଡ଼ ଗର୍ଭ । ଯାହାକୁ ନେଇ ଆତଙ୍କିତ ଅବସ୍ଥାର ରହିଛନ୍ତି ଭଣ୍ଡିସାହି, ବାଲିକୂଳ, ଡାହାଣିଖିଆ ଗାଁ ବାସିନ୍ଦା ।

ବିଦ୍ୟୁତ୍ କାଟି ବାଲିଚାଲାଣ:

ସେପଟେ ବିଳମ୍ବିତ ରାତ୍ରରେ ବାଲି ମାଫିଆମାନେ ବିଦ୍ୟୁତ କାଟି ବାଲି ଚାଲାଣ କରୁଥିବାବେଳେ ଗ୍ରାମବାସୀ ହାତରେ ଧରା ପଡ଼ିବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ କାକଟପୁର ପୋଲିସ ବାଲିକୂଳ ଗ୍ରାମର କିଛି ବ୍ୟକ୍ତିଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛନ୍ତି । ହେଲେ ପୋଲିସର ଏଭଳି ଏକପାଖିଆ କାର୍ଯ୍ୟନୁଷ୍ଠାନରୁ ବିରୋଧ କରି ଥାନା ଘେରାଉ କରିଛନ୍ତି ଲୋକେ । ସ୍ଥାନୀୟ ତହସିଲଦାର ଓ ବିଧାୟକ ପହଞ୍ଚି ବାଲି ଉଠିବା ସ୍ଥାନ ପରିଦର୍ଶନ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ସେଠାରେ ବାଲି ଉଠାଣ ବନ୍ଦ ରହିଛି । ଏନେଇ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା କହିଛନ୍ତି," ବାଲି ମାଫିଆଙ୍କ ସହ ଗ୍ରାମବାସୀଙ୍କ ବଚସା ହୋଇଥିଲା । ସେମାନେ କିଛି ଗ୍ରାମବାସୀଙ୍କୁ ବୋମା ପକାଇ ଉଡ଼େଇ ଦେବାକୁ ଧମକ ଦେଇଛନ୍ତି । ଏ ସମ୍ପର୍କରେ ମୁଁ ପୋଲିସ ପ୍ରଶାସନକୁ ଜଣାଇଛି । "

'କିଏ ଭରିବ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ'

ଦେବୀ ନଦୀରେ ବେଆଇନ ବାଲିଘାଟ । କଟକ ଜିଲ୍ଲା କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ରାଜ୍ୟ ରାଜକୋଷରୁ ଲୁଟ ହୋଇଛି କୋଟି କୋଟି ଟଙ୍କା । ପୂର୍ବ ସରକାର ସମୟରେ ଦେବୀ ନଦୀର ଶଙ୍ଖତ୍ରାସ, ତୀର୍ଥପଡା ପୂର୍ବ ବଡ ଖରମଙ୍ଗା ଏବଂ କୂଳ ଶ୍ରୀବାଲିଘାଟରୁ କୋଟି କୋଟି ଟଙ୍କାର ବାଲି ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକଙ୍କ । ମେସିନ ଲଗାଇ ରାତି ଅଧିଆ ବାଲି ଲୁଟ ହେଉଥିବା ବେଳେ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହାକୁ ନେଇ କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ମାତିଛନ୍ତି ଜିଲ୍ଲା ବାହାର ମାଫିଆ:

ଏନେଇ ସ୍ଥାନୀୟ ଲୋକେ କହିଛନ୍ତିି," ଜିଲ୍ଲା ବାହାର ବାଲି ମାଫିଆମାନେ ଦେବୀ ନଦୀରୁ ରାତି ଅଧରେ ଏକାଧିକ ମେସିନ ସାହାଯ୍ୟରେ ହାଇଓ୍ବା ମାଧ୍ୟମରେ ବାଲି ଲୁଟ କରୁଛନ୍ତି । ବାଲି ଚୋରା ଚାଲାଣ ରୋକିବା ମାଇନ୍ସ ବିଭାଗ ଦାୟିତ୍ବ । କିନ୍ତୁ ଦେବୀ ନଦୀର ବାଲି ଚୋରା ଚାଲାଣ ପାଇଁ ନିୟୋଜିତ ଅଧିକାରୀ ମାନେ ଚଢାଉ କରୁଛନ୍ତି କିନ୍ତୁ ଫଳ ଶୂନ୍ୟ । ମାଇନ୍ସ ବିଭାଗ କଟକ ସହରରେ ରହୁଥିବାବେଳେ କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଦେବୀ ନଦୀରୁ ବାଲି ଚୋରି ବଢ଼ୁଛି । ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଥିବା ବେଳେ ଏହାକୁ କିଏ ଭରଣା କରିବ ।"

ଏହା ମଧ୍ୟ ପଢନ୍ତୁ.... ଦେବୀ ନଦୀରୁ ବେଆଇନ ବାଲି ଚାଲାଣ ପାଇଁ ଚିନ୍ତାରେ ଗ୍ରାମବାସୀ, ବାଲିଘାଟ ବନ୍ଦ ପାଇଁ ଭିଡିଲେ ଅଣ୍ଟା

କଳାହାଣ୍ଡିରେ ବାଲିମାଫିଆଙ୍କ ଦୌରାତ୍ମ୍ୟ:

କଳାହାଣ୍ଡି ଜିଲ୍ଲାରେ ଚାଲିଛି ବେଧଡ଼କ ବେଆଇନ ବାଲି ଚୋରା ଚାଲାଣ । ବର୍ଷା ଦିନ ଆସିବାରୁ ତରବରିଆ ଭାବେ ତୁକେଲ ବାଲିଘାଟ ଏବଂ ଲିଜ୍ ଅଞ୍ଚଳ ବାହାରୁ ମଧ୍ୟ ଉଠୁଛି ବାଲି । ସରକାରୀ ନିୟମକୁ ଫୁ କରି ହରିଲୁଟ କରୁଛନ୍ତି ମାଫିଆ । ବିନା ଇ-ପାସ୍‌ରେ ଶହ ଶହ ବାଲି ବୋଝେଇ ହାଇୱା ପ୍ରତିଦିନ ରାସ୍ତାରେ ଗଡୁଛି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ବିଭାଗ କହୁଛି ସବୁ ଅନ୍‌ଲାଇନ ହେଉଛି । ସେପଟେ ତୁକେଲ ବାଲିଘାଟ ନିକଟରେ ଏକ ବ୍ରିଜ ରହିଥିବାବେଳେ ବ୍ରିଜ ନିକଟରୁ ବାଲି ଉଠାଇବା ବ୍ରିଜର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାସହ ବାଲିଘାଟ ଯୋଗୁଁ ଅନେକ ଲୋକଙ୍କ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଲିଜ୍ ଅଞ୍ଚଳ ବାହାରେ ବାଲି ଉଠିବା ସମ୍ପର୍କରେ ଖଣି ଉପନିର୍ଦ୍ଦେଶକ ବିଶ୍ବନାଥ ସୋରେନଙ୍କୁ ପଚାରିବାରୁ ସେ କହିଛନ୍ତି, ‘ଅଭିଯୋଗ ହେଲେ ପଦକ୍ଷେପ ନିଆଯିବ ।’

ଇଟିଭି ଭାରତ,ନିମାପଡ଼ା /ନିଆଳି /କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.