ETV Bharat / state

ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପିଆନସିପ; ଋଷରେ ସୂର୍ଣ୍ଣ ଜିତିଲେ ସୁଦର୍ଶନ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶୁଭେଚ୍ଛା - Sudarsan Pattnaik - SUDARSAN PATTNAIK

Sudarsan Pattnaik Wins Golden Sand Master Award: ଋଷରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପିଆନସିପରେ ସୂର୍ଣ୍ଣ ଜିତିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

Sudarsan Pattnaik
Sudarsan Pattnaik (@sudarsansand)
author img

By ETV Bharat Odisha Team

Published : Jul 13, 2024, 9:29 AM IST

Updated : Jul 13, 2024, 10:52 AM IST

SUDARSAN PATTNAIK (ETV BHARAT ODISHA)

ଭୁବନେଶ୍ବର: ସାରା ବିଶ୍ବରେ ପୁଣି ଚମକିଲେ ଆନ୍ତର୍ଜାତିକ ଖ୍ୟାତସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଋଷରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପିଆନସିପ 2024ରେ ଗୋଲ୍ଡ ମେଡାଲ ଜିତିଲେ ସୁଦର୍ଶନ । ସେ ବାଲୁକାରେ ଭକ୍ତ ବଳରାମ ଦାସଙ୍କ ମୁଣ୍ଡ ଉପରେ ରଥା ରୁଢ ଜଗନ୍ନାଥଙ୍କ ରଥ ତିଆରି କରି ପଦକ ବିଜେତା ହୋଇଛନ୍ତି । ଏହି ବାଲୁକା କଳାର ଉଚ୍ଚତା 12 ଫୁଟ ହୋଇଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଏହା ଭିନ୍ନ ଥିଲା । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟପାଳ ରଘୁବର ଦାସ ଏକ୍ସରେ ଟ୍ବିଟ କରି କହିଛନ୍ତି, ''ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ହାସଲ କରି ପୁଣିଥରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ମାନ୍ୟବର ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ଶୁଭକାମନା ଓ ଶୁଭେଚ୍ଛା ।'' ଋଷ ରାଜଧାନୀ ସେଣ୍ଟ ପିଟର୍ସବର୍ଗରେ ଜୁଲାଇ 4 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପିଆନସିପ 2024 ଆୟୋଜିତ ହୋଇଥିଲା । ପ୍ରତିଯୋଗିତା ପୁରାଣ, ଇତିହାସ ଓ ପରୀ କାହାଣି ଉପରେ ଆଧିକାରିତ ଥିଲା । ବିଶ୍ବର ଚିହ୍ନା ଚିହ୍ନା ମୋଟ 21 ଜଣ ବାଲୁକା ଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଭାରତରୁ ସୁଦର୍ଶନ ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବାଲୁକା କଳାରେ ରତ୍ନଭଣ୍ଡାର ସୁରକ୍ଷା ଦାବି କଲେ ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ - Save Ratna Bhandar Sand Art

ସୁଦର୍ଶନଙ୍କୁ ସମ୍ମାନ: ବାଲୁକା କଳା ପାଇଁ 2014 ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ସୁଦର୍ଶନ ପଟ୍ଟନାୟକ । 2018 ମସିହାରେ ତାଙ୍କୁ ପ୍ରଥମେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । ଏହାପରେ 2021 ମସିହାରେ ପୁନଃନିଯୁକ୍ତ କରାଯାଇଥିଲା । ସାତ ବର୍ଷ ବୟସରେ ସେ ବାଲିରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ । ପୁରୀରେ 1995ରେ ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ସ୍ଥାପନ କରିଥିଲେ । ପରେ ଏହା ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ନାମରେ ନାମିତ ହୋଇଥିଲା । ବର୍ଲିନରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ପୁରସ୍କାର ପାଇଚି ସୁଦର୍ଶନ । ବିଶାଳତମ ସାନ୍ତା କ୍ଲାଉସ ନିର୍ମାଣ କରି ବିଶ୍ୱ ରେକର୍ଡ଼ କରିଥିଲେ ସେ । ରୁଷିଆରେ ପ୍ରଥମ ମସ୍କୋ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ଭାଗ ନେଇ ପିପୁଲ୍ସ ଚଏସ ପୁରସ୍କାର ପାଇଥିଲେ । ସେ 35ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତାଙ୍କ ନିର୍ମିତ କଳା ତାଜମହଲ ଏକ ଅନୁପମ କୃତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2024, 10:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.