ETV Bharat / state

ପୁଣି ମେଳି ବାନ୍ଧିଲେ ସମୀରଙ୍କ ସମର୍ଥକ, ପୁନଃ ବିଚାର ନହେଲେ ସ୍ଵାଧୀନ ଲଢିବେ ! - SAMIR DASH MEETING

author img

By ETV Bharat Odisha Team

Published : Apr 27, 2024, 9:40 PM IST

Samir Dash Supporters Meeting: ଥମୁନି ନିମାପଡ଼ା ବିଜେଡି କଳି । ପୁଣି ଏକାଠି ହେଲେ ସମୀର ରଞ୍ଜନ ଦାଶଙ୍କ ସମର୍ଥକ । ଟିକେଟ ନମିଳିଲେ ସ୍ବାଧୀନ ଲଢ଼ିବାକୁ ହେଲା ଆଲୋଚନା । ଅଧିକ ପଢ଼ନ୍ତୁ

SAMIR DASH MEETING
SAMIR DASH MEETING
SAMIR DASH MEETING

ନିମାପଡ଼ା: ମେଳି ବାନ୍ଧିଲେ ସମୀରଙ୍କ ସମର୍ଥକ । ନିମାପଡ଼ା ଓ ଗୋପ ବ୍ଲକର ବିଜେଡି ସଭାପତିଙ୍କ ସମେତ ଉଭୟ ବ୍ଲକ ଓ ନିମାପଡ଼ା ଏନ୍‌ଏଏସିର ଜନପ୍ରତିନିଧିମାନେ ଏକାଠି ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ନିଜେ ଏହି ବୈଠକରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ବିଜେଡି ନିମାପଡ଼ାରେ ରିସ୍କ ନନେଇ ଏକାଧିକ ବିବାଦରେ ଛନ୍ଦି ହୋଇଥିବା ସମୀର ଦାଶଙ୍କ ଟିକେଟ କାଟି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିବା ପରେ ଏଭଳି ଏକାଧିକ ସଭା ସମିତି କରି ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଚାପ ସୃଷ୍ଟି କରୁଛନ୍ତି ସମୀର ଓ ତାଙ୍କ ସମର୍ଥକ ।

ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡିଓରେ ସମୀର କହୁଛନ୍ତି, "ଟିକେଟ ପରିବର୍ତ୍ତନ ସମ୍ଭାବନା ରହିଛି । ଯଦି ପରିବର୍ତ୍ତନ ହୁଏ, ସମୀର ଦାଶ ନଚେତ ସଂଗୀତା ଦାଶ ଗ୍ରହଣୀୟ । ବିଭିନ୍ନ ମାଧ୍ୟମରେ ଜନପ୍ରତିନିଧି ମାନଙ୍କୁ ପ୍ରଭାବିତ କରାଯିବ ଓ ବିଭାଜନ କରିବା ପାଇଁ ଚେଷ୍ଟା କରାଯିବ ।" ସମସ୍ତଙ୍କୁ ଦୃଢ଼ ରହିବା ପାଇଁ ସମୀର ପରାମର୍ଶ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଅନ୍ୟପଟେ ଦଳୀୟ ନେତୃତ୍ବ ଟିକେଟ ପରିବର୍ତ୍ତନ ନେଇ ନିଷ୍ପତ୍ତି ନନେଲେ ଆମେ ସ୍ଵାଧୀନ ଭାବରେ ନିର୍ବାଚନ ଲଢ଼ିବା ବୋଲି କହିଛନ୍ତି ନିମାପଡ଼ା ବ୍ଲକ ବିଜେଡି ସଭାପତି ଅଶୋକ କୁମାର ସାହୁ ।

ଏହା ମଧ୍ୟ ପଢ଼ନ୍ତୁ...ନିମାପଡାରେ ତେଜିଲା ଟିକେଟ ବିବାଦ, ସମୀରଙ୍କୁ ପୁଣି ଟିକେଟ ଦେବାକୁ ସମର୍ଥକଙ୍କ ଦାବି - Nimapara Assembly Constituency

ସେପଟେ ଦଳୀୟ ଟିକେଟ ପାଇ ଦିଲ୍ଲୀପ ନାୟକ ବିଭିନ୍ନ ଦଳରୁ କର୍ମୀ ଯୋଗାଡ଼ କରୁଥିବାବେଳେ ନିଜ ଦଳୀୟ କର୍ମୀଙ୍କ ବିରୋଧ ବିଜେଡି କନ୍ଦଳକୁ ପଦାରେ ପକାଇଛି । ଏବେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟକୁ ନେଇ ନାନା କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ସାରା ରାଜ୍ୟରେ ଏହି ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚାରେ ରହିଛି । କାରଣ ସମୀରଙ୍କ ଟିକଟ କାଟି ବିଜେଡି ଦିଲ୍ଲୀପ ନାୟକଙ୍କୁ ଏହାର ନିମାପଡ଼ା ପ୍ରାର୍ଥୀ ଭାବେ ଘୋଷଣା କରିବା ପରଠାରୁ ବାରମ୍ବାର ସଭା ସମିତି କରି ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଦଳ ଉପରେ ଚାପ ସୃଷ୍ଟି କରୁଛନ୍ତି ସମୀର । ତେବେ ବିଜେଡି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରୁଛି ନା ନାହିଁ, ତାହା ସମୟ କହିବ । ଯଦି ଦଳ ପ୍ରାର୍ଥୀ ପରିବର୍ତ୍ତନ ନକରେ, ତେବେ ସମୀରଙ୍କ ଆଗାମୀ ରଣନୀତି କଣ ହେବ, ତା' ଉପରେ ସାରା ରାଜ୍ୟବାସୀଙ୍କ ନଜର ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.