ETV Bharat / state

ପୀର ବାବା ଛକରେ ବୋମା ମାଡ଼ ଘଟଣା, ବମ ସ୍କ୍ବାର୍ଡର ଯାଞ୍ଚ ଆରମ୍ଭ - Sambalpur Bomb Attack

author img

By ETV Bharat Odisha Team

Published : Mar 27, 2024, 4:41 PM IST

Sambalpur Bomb Attack case: ପୀର ବାବା ଛକରେ ବୋମା ମାଡ଼ ଘଟଣାରେ ଯାଞ୍ଚ ଆରମ୍ଭ କଲା ବମ ସ୍କ୍ବାର୍ଡ । ଗୁଜବକୁ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବା ପାଇଁ ଅପିଲ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

Sambalpur Bomb Attack
Sambalpur Bomb Attack
Sambalpur Bomb Attack

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର ସମ୍ବଲପୁରେ ବୋମାମାଡ ଘଟଣା । ଯାଞ୍ଚ ଆରମ୍ଭ କଲା ବମ ସ୍କ୍ବାର୍ଡର ତଦନ୍ତ ଆରମ୍ଭ । ସମ୍ବଲପୁର ସହରର ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟରେ ମଙ୍ଗଳବାର ହୋଇଥିଲା ବୋମାମାଡ । ତେବେ ଏହି ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟୀ ରଖିବା ପାଇଁ ଅପିଲ କଲେ ଜିଲ୍ଲାପାଳ । ଗୁଜବକୁ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି ଅକ୍ଷୟ ସୁନୀଲ ଅଗ୍ରୱାଲ ।

ଆଜି ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟରେ ଉତ୍ତରାଞ୍ଚଳ ଆଇ ଜି ହିମାଂସୁ ଲାଲ, ସମ୍ବଲପୁର ଏସପି ମୁକେଶ ଭାମୁ ତଥା ବରିଷ୍ଠ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ ହୋଇଥିଲା । ଅନ୍ୟପଟେ ଘଟଣା ସ୍ଥଳରେ 2 ଜଣ ଅତିରିକ୍ତ ଏସପି, 2 ଜଣ SDPOଙ୍କ ସହ ବରିଷ୍ଠ ଅଧିକାରୀ କ୍ୟାମ୍ପ ପକାଇଛନ୍ତି । ତେବେ କଟକରୁ ଆସିଥିବା ବମ ସ୍କ୍ବାର୍ଡ ବମ୍ ପକାଯାଇଥିବ ସ୍ଥାନରେ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଘଟଣା ସ୍ଥଳରୁ କେତେକ ଜିନିଷ ସଂଗ୍ରହ କରିଛନ୍ତି l ଘଟଣାର ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ମଧ୍ୟ ଲଗାଯାଇଛି । ଅନ୍ୟ ପଟେ ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିକୁ ଅଟକ ରଖିଥିବା ସୂଚନା ରହିଛି ।

ଏନେଇ ଜିଲ୍ଲାପାଳ କହିଛନ୍ତି, "ସମ୍ବଲପୁରେ ବୋମାମାଡ ଘଟଣାରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଏବେ ସ୍ଥିତି ଠିକ ରହିଛି, ତେଣୁ ଡରିବାର କୌଣସି କାରଣ ନାହିଁ । ଯେଉଁମାନେ ଏହି ଘଟଣା ସହିତ ଜଡିତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଜବକୁ ବିଶ୍ବାସ ନକରି ପୋଲିସକୁ ସହଯୋଗ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ଅଶାନ୍ତ ହେଲା ସମ୍ବଲପୁର, ଧର୍ମ ଅନୁଷ୍ଠାନ ସମ୍ମୁଖରେ ବୋମା ମାଡ଼ - Bomb Blast In Sambalpur

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ରାତି ପ୍ରାୟ ସାଢେ 7 ଟା ସମୟରେ ଫ୍ଲାଇ ଓଭର ବ୍ରିଜ ଉପରୁ କେତେକ ଦୁର୍ବୃତ୍ତ ପୀର ବାବା ଛକର ଏକ ଧର୍ମାନୁଷ୍ଠାନ ସମ୍ମୁଖରେ ଥିବା ବୁଲେଟ ଗାଡି ଉପରେ ବୋମା ମାଡ଼ କରିଥିଲେ । ଏହି ବୋମା ମାଡ଼ ରେ 3 ଜଣ ଆହତ ହୋଇଥିଲେ । ଏହି ବୋମା ମାଡ଼ରେ ମହମ୍ମଦ କାସିମ ନାମକ ଯୁବକଙ୍କ ସହ 3 ଜଣ ଆହତ ହୋଇଥିଲେ l ଘଟଣାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ଗତକାଲି ଘଟଣା ସ୍ଥଳକୁ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ସହ ପ୍ରମୁଖ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଥିବାରୁ ଲୋକଙ୍କୁ ବୁଝା ସୁଝା କରିଥିଲେ । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ଥିବା ବେଳେ ଘଟଣା ସ୍ଥଳକୁ ସାଧାରଣ ଲୋକଙ୍କୁ ଯିବାକୁ ଦିଆ ଯାଉନାହିଁ । ବର୍ତ୍ତମାନ ଘଟଣା ସ୍ଥଳରେ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଭିଡିଓ ଜାରି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.