ETV Bharat / state

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ସମ୍ବଲପୁରରେ ବିଜେପି ବାଣ୍ଟିଲା 52 କ୍ୱିଣ୍ଟାଲ ମିଠା

author img

By ETV Bharat Odisha Team

Published : Jan 22, 2024, 12:27 PM IST

Updated : Jan 22, 2024, 1:03 PM IST

Pran Pratishtha Ceremony: ରାମ ଜନ୍ମଭୂମି ଅଯୋଧ୍ୟାରେ ବିରାଜିବେ ପ୍ରଭୁ ଶ୍ରୀରାମ । ଏହି ଅବସରରେ ସମ୍ବଲପୁରରେ ଜିଲ୍ଲା ବିଜେପି ପକ୍ଷରୁ ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ । ଅଧିକ ପଢନ୍ତୁ

Pran Pratishtha Ceremony
Pran Pratishtha Ceremony
Pran Pratishtha Ceremony

ସମ୍ବଲପୁର: ଅନ୍ତ ହେବାକୁ ଯାଉଛି ଦୀର୍ଘ ବର୍ଷର ପ୍ରତୀକ୍ଷା । ରାମ ଜନ୍ମଭୂମି ଅଯୋଧ୍ୟାରେ ବିରାଜିବେ ପ୍ରଭୁ ଶ୍ରୀରାମ । ଆରାଧ୍ୟଙ୍କୁ ଫେରି ପାଇବ ରାମ ନଗରୀ । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉମାତ୍ର କିଛି ସମୟ ବାକିଥିବା ବେଳେ ସାରା ଦେଶ ଏବେ ରାମମୟ ହୋଇଛି । ଏହି ଅବସରରେ ଆଜି ସମ୍ବଲପୁରରେ ଜିଲ୍ଲା ବିଜେପି ପକ୍ଷରୁ ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଜିଲ୍ଲା ବିଜେପି ସଭାପତି ଆଜି ସକାଳୁ ସମ୍ବଲପୁର ବୃକ୍ସହିଲ ଶ୍ରୀରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ମିଠେଇ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଏନେଇ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ କହିଛନ୍ତି ଯେ, 500 ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି l ଏହି ଶୁଭ ଅବସରରେ ଆଜି ସମ୍ବଲପୁର ବିଜେପି ସହରରେ 52 କ୍ୱିଣ୍ଟାଲ ମିଠେଇ ବାଣ୍ଟିବ l ଏଥିପାଇଁ ପୂର୍ବରୁ ମିଠେଇ ତିଆରି ହୋଇ ସାରିଛି l ଏହି କାର୍ଯ୍ୟକ୍ରମ ସକାଳ 7ରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ l ଅନ୍ୟପଟେ ବୃକ୍ସହିଲ ରାମ ମନ୍ଦିରରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ତେବେ ଆଜି ସକାଳୁ ସକାଳୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି l

ଏହା ମଧ୍ୟ ପଢନ୍ତୁ-ଦେଶ-ବିଦେଶରେ ପ୍ରାଣ ପ୍ରତିଷ୍ଠାର ଉତ୍ସାହ, ସକାଳୁ ସକାଳୁ ଭଜନ କୀର୍ତ୍ତନର ଆସର

ଏହା ମଧ୍ୟ ପଢନ୍ତୁ- ରାମମୟ ଅଯୋଧ୍ୟା ନଗରୀ, ଆଜି ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା

ମନ୍ଦିର ପରିସରରେ ସାମୂହିକ ହନୁମାନ ଚାଳିଶା ପାଠ, ଭଜନ ସମାରୋହ ଅନୁଷ୍ଠିତ ହୋଇଛି l ଏହା ସହ ଖେଚୁଡ଼ି ଭୋଗର ବ୍ୟବସ୍ଥା କରାଯାଇଛି l ଅନ୍ୟପଟେ ସହର ଅଧିକାଂଶ ମନ୍ଦିରରେ ଆଜି ଭୋଗ ବଣ୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ସୂଚନା ରହିଛି l ସମ୍ବଲପୁର ବୃକ୍ସହିଲ ଶ୍ରୀରାମ ମନ୍ଦିରରେ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ସଫେଇ କାର୍ଯ୍ୟକ୍ରମ କରିଛନ୍ତି l ସେହିପରି ଆଜି ସନ୍ଧ୍ୟାରେ ସମ୍ବଲପୁର ମହାନଦୀ କୂଳ ଅଯୋଧ୍ୟା ସରୋବରରେ ଭବ୍ୟ ଦୀପୋତ୍ସବ ଆୟୋଜନ ହେବାକୁ ଯାଉଛି l ସମ୍ବଲପୁର ମାରୱାଡି ଯୁବା ମଞ୍ଚର ନବଚେତନା ଶାଖା ପକ୍ଷରୁ 1 ଲକ୍ଷ 11 ହଜାର 111 ମାଟି ଦୀପ ପ୍ରଜ୍ବଳନ କରାଯିବ । ଏଥିସହ ମହାନଦୀ କୂଳରେ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିପାଇଁ ମାଟି ଦୀପ ସବୁ ସମ୍ବଲପୁର ସହରରେ ଥିବା ଆଖ ପାଖ ଅଞ୍ଚଳର 30ଟି କୁମ୍ଭାର ପରିବାର ପ୍ରସ୍ତୁତ କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

Last Updated : Jan 22, 2024, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.