ETV Bharat / state

ପବିତ୍ର ଶାମ୍ବ ଦଶମୀରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ

Samba Dasami: ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 20, 2024, 3:58 PM IST

Samba Dasami
Samba Dasami
Samba Dasami

ନିମାପଡା: ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ । ପ୍ରାତଃରୁ ଚନ୍ଦ୍ରଭାଗାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଥିଲେ ଶ୍ରଦ୍ଧାଳୁ l ଏହି ତିଥିରେ କୋଣାର୍କ ଅବଧୂତ ମଠରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗାରେ ପହଞ୍ଚି ଥିଲା । ତେବେ ପରମ୍ପରା ଅନୁସାରେ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟମାନଙ୍କ ଶରୀର ରୋଗ ମୁକ୍ତ ହେବା ସହ ମନସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ପୌରାଣିକ କଥାନୁସାରେ, ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ । ଏନେଇ ଆଜି ଓଡ଼ିଶାର ସମସ୍ତ ପୁରପଲ୍ଲୀରେ ଏହି ପରମ୍ପରା ପାଳନ କରାଯାଇଥାଏ । ଏହି ବିଶ୍ଵାସରେ ଶ୍ରଦ୍ଧାଳୁମାନେ ନିଜ ପିଲାମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କରିବାର ଦେଖିବାକୁ ମିଳିଥିଲା । ଏଠାରେ ପୂଜାର୍ଚ୍ଚନା କରିବା ଦ୍ଵାରା ପିଲାମାନେ ରୋଗରୁ ଉପଶମ ପାଇଥିବାର ବିଶ୍ଵାସ ରହିଥିବାର ଶ୍ରଦ୍ଧାଳୁ କୁହନ୍ତି । ସେପଟେ ଆଜି ଘରେ ଘରେ ସୂର୍ଯ୍ୟଙ୍କୁ ଉପାସନା କରି ଶାମ୍ବ ଦଶମୀ ପୂଜା କରାଯାଉ ଥିବା ବେଳେ ଶିମ୍ବ ପତ୍ରରେ ଖିରି ହେବାର ପରମ୍ପରା ରହି ଆସିଛି ।

ଏହା ମଧ୍ୟ ପଢନ୍ତୁ- କୁରାଳ ପଞ୍ଚମୀ ପାଇଁ ତଣ୍ଡାଗୁଡା ଉତ୍ସବମୁଖର, ଇଷ୍ଟ ପୂଜା କରୁଛନ୍ତି କୁମ୍ଭକାର ପରିବାର

ଆଜିର ଦିନ ପରମ୍ପରା ଅନୁଯାୟୀ ଅବଧୂତ ମଠରୁ ରଥ ଉପରେ ବରା, କାକରା, ଓ ପୋଡ଼ ପିଠା ଲାଗି କରାଯିବା ପରେ ମୈତ୍ରୀ ରଥ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥାଏ । ଏହା ପରେ ସେଠାରେ ୨୭ ଦିନ ପର୍ଯ୍ୟନ୍ତ ରହିବା ପରେ ପୁନର୍ବାର ମାଘ ମେଳାକୁ ପ୍ରତ୍ୟାବର୍ତ୍ତନ କରିଥାଏ ଏହି ସୂର୍ଯ୍ୟ ରଥ । ଏନେଇ କାହିଁ କେଉଁ ସ୍ଥାନରୁ ସୂର୍ଯ୍ୟ ଉପାସନା କରିବାକୁ ଦୌଡ଼ି ଆସିଛନ୍ତି ଶ୍ରଦ୍ଧାଳୁ । ସାଧାରଣ ରୋଗ ଟିଏ ପାଇଁ ସାଧାରଣତଃ ଡାକ୍ତରଙ୍କ ଉପରେ ଲୋକେ ନିର୍ଭର କରୁଥିବା ବେଳେ ଆଧୁନିକ ଯୁଗରେ ଲୋକେ ଆଜି ମଧ୍ୟ ଶାମ୍ଵ ଦଶମୀ ଦିନ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କଲେ ସମସ୍ତ ରୋଗରୁ ମିକ୍ତି ମିଳିଥାଏ ବୋଲି ବିଶ୍ଵାସ କରି ଆସୁଛନ୍ତି । ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ମନ୍ଦିରକୁ ପରିଦର୍ଶନ ନିମନ୍ତେ ପ୍ରବେଶ ଶୁକ୍ଲ ଛାଡ କରାଯାଇଛି ।

ଇଟିଭି ଭାରତ,ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.