ETV Bharat / state

ଗୁଜବ ଓ ମିଛକଥା ରାଜନୀତିର ସବୁଠୁ ଖରାପ ଜିନିଷ: ନବୀନ

Naveen-Pandian Video: 'ରାଜନୀତିରେ ସବୁଠାରୁ ଖରାପ ଜିନିଷ କଣ ?' ପାଣ୍ଡିଆନଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

Naveen Pandian Video
Naveen Pandian Video
author img

By ETV Bharat Odisha Team

Published : Mar 9, 2024, 10:56 PM IST

Naveen Pandian Video

ଭୁବନେଶ୍ବର: 'ରାଜନୀତିରେ ସବୁଠାରୁ ଖରାପ ଜିନିଷ କଣ ?' ଏଭଳି ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କଠାରୁ ମିଳିବ । ଏହି ସମାନ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । "ଗୁଜବ ଓ ମିଛ କଥା ରାଜନୀତିରେ ସବୁଠାରୁ ଖରାପ ଜିନିଷ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୫T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । କମ କହୁଥିବା ନବୀନଙ୍କ ଏହି ଦୁଇ ପଦ କଥା ସାମ୍ପ୍ରତିକ ସମୟରେ ବେଶ ଗୁରୁତ୍ୱ ବହନ କରୁଛି । ବର୍ତ୍ତମାନର ରାଜନୈତିକ ମାହୋଲରେ ମୁଖ୍ୟମନ୍ତ୍ରୀଙ୍କର ଏହି ବାର୍ତ୍ତା ବେଶ ପ୍ରାସଙ୍ଗିକତା ବହନ କରୁଛି । କାହିଁକିନା ରାଜ୍ୟରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଗତକିଛି ଦିନ ହେବ ଚର୍ଚ୍ଚା, ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି ।

ଖୁବଶୀଘ୍ର ଉଭୟ ଦଳ ମଧ୍ୟରେ ମେଣ୍ଟ ହେବ ବୋଲି କୁହାଯାଉଛି । ଏହାକୁ କେହି ସତ ମାନୁଥିବାବେଳେ ଆଉ କିଛି ଏହାକୁ ଗୁଜବ ବୋଲି କହୁଛନ୍ତି । ଯଦି ଏହା ଗୁଜବ ତେବେ ଏହି ଗୁଜବ ସୃଷ୍ଟି କରୁଥିବା ନେତାଙ୍କୁ ଏହା ନବୀନଙ୍କ କଡା ଜବାବ ବୋଲି ଆଲୋଚନା ହେଉଛି । କାରଣ ବର୍ତ୍ତମାନ ସମୟରେ ମେଣ୍ଟକୁ ନେଇ ବିଭିନ୍ନ କଥା ପ୍ରଘଟ ହେଉଛି । ଉଭୟ ଦଳ ମଧ୍ୟରେ ସିଟ ଭାଗବଣ୍ଟା କଥା ମଧ୍ୟ କୁହାଯାଉଛି । ଯଦି ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ପରୋକ୍ଷରେ ମେଣ୍ଟ ଚର୍ଚ୍ଚା ପାଇଁ ହୋଇଥାଏ ବୋଲି କେହି କେହି କହୁଛନ୍ତି।

ଏହା ମଧ୍ୟ ପଢନ୍ତୁ...ସିଟ୍ ଅଙ୍କ ଛିଡୁନି, ମେଣ୍ଟ ହେଉନି ! କିଏ ଚାହୁଁଛି ମେଣ୍ଟ ?

ସେହିପରି ମୁଖ୍ୟମନ୍ତ୍ରୀ, ବିଜେଡି ଓ ଏହାର ନେତାଙ୍କ ବିରୋଧରେ ବିଭିନ୍ନ କଥା ସର୍ବସାଧାରଣଙ୍କ ନଜରକୁ ଆସେ । ବିଶୋଦଗାର ପାଇଁ ହେଉ ଅବା ରାଜନୈତିକ ଫାଇଦା ନେବା ଉଦ୍ଦେଶ୍ୟରେ ବିରୋଧୀ ଦଳ ମିଥ୍ୟା ଆଉ ଗୁଜବକୁ ପ୍ରମୁଖ ଅସ୍ତ୍ର କରିଛନ୍ତି ବୋଲି ଶାସକ ଦଳ ଅନେକ ସମୟରେ ଅଭିଯୋଗ ମଧ୍ୟ କରିଛି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି, ରାଜନୈତିକ ପରିସ୍ଥିତିକୁ ନେଇ ବିରୋଧୀ ମିଛ କହିବାକୁ ପଛାଉ ନାହାନ୍ତି ବୋଲି ବିଜେଡି ଅଭିଯୋଗ କରେ । ଏମିତିକି ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଗୁଜବକୁ ପ୍ରତିହତ କରିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ତେବେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହି ଭିଡିଓ ଷ୍ଟାଟସ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବାବେଳେ ଏହା ଖୁବ ଭାଇରାଲ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.