ETV Bharat / state

ଚର୍ଚ୍ଚାରେ ଆରପିଏଫ ପୋଲିସର କର୍ତ୍ତବ୍ୟନିଷ୍ଠା, ଫେରାଇଲେ ଟ୍ରେନରେ ହଜିଥିବା ସୁନାଗହଣା ବ୍ୟାଗ - Balangir RPF

RPF Police praised for returning gold ornaments laid bag to owner: ଯାତ୍ରୀଙ୍କ ଟ୍ରେନରେ ହଜିଯାଇଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ଭରା ବ୍ୟାଗକୁ ଫେରାଇ ବଲାଙ୍ଗୀରର ଆରପିଏଫ୍ ପୋଲିସ ପ୍ରଶଂସାର ପାତ୍ର । ସମଲେଶ୍ଵରୀ ଟ୍ରେନରେ ହଜିଥିଲା ହାୱଡା ଦମ୍ପତିଙ୍କ ବ୍ୟାଗ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ଆରପିଏଫ ପୋଲିସର କର୍ତ୍ତବ୍ୟନିଷ୍ଠା , ଫେରାଇଲେ ଟ୍ରେନରେ ହଜିଥିବା ସୁନାଗହଣା ବ୍ୟାଗ

author img

By ETV Bharat Odisha Team

Published : Feb 14, 2024, 6:01 PM IST

ଚର୍ଚ୍ଚାରେ ଆରପିଏଫ ପୋଲିସର କର୍ତ୍ତବ୍ୟନିଷ୍ଠା , ଫେରାଇଲେ ଟ୍ରେନରେ ହଜିଥିବା ସୁନାଗହଣା ବ୍ୟାଗ

ବଲାଙ୍ଗୀର: ଚର୍ଚ୍ଚାରେ ରହିଛି ବଲାଙ୍ଗୀର ଆରପିଏଫ୍ ପୋଲିସଙ୍କ କର୍ତ୍ତବ୍ୟପରାୟଣତା । ଯାତ୍ରୀଙ୍କ ଟ୍ରେନରେ ହଜିଯାଇଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ଭରା ବ୍ୟାଗକୁ କରିଛି ହସ୍ତାନ୍ତର । ସୂଚନା ଅନୁସାରେ ହାୱଡା ନିବାସୀ ଶ୍ୟାମ ଟିବେରୱାଲ ଓ ତାଙ୍କ ପତ୍ନୀ ଅନୁ ଟିବେରୱାଲ ରାଉରକେଲାରୁ ସମଲେଶ୍ଵରୀ ଟ୍ରେନରେ ବସିଥିଲେ । ତେବେ ସେମାନେ ସେଠି ତାଙ୍କର ସମ୍ପର୍କୀୟଙ୍କ ଏକ ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିଲେ । ତେବେ ସେହି ଟ୍ରେନ ମଧ୍ୟରେ ତାଙ୍କର ସୁନା ଗହଣା ଭର୍ତ୍ତି ବ୍ୟାଗ ହଜି ଯାଇଥିଲା । ଏହାକୁ ଫେରାଇ ଦେଇଛି ଆରପିଏଫ ପୋଲିସ । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ଝାରସୁଗୁଡ଼ାରୁ ଟ୍ରେନରେ ଚଢ଼ିଥିବା ଆରପିଏଫ୍ କନଷ୍ଟେବଳ ସମ୍ବିତ ସାହୁ, ଏସ କେ ବିଶ୍ଵାଳ, ଏସ କେ ଗଡତିଆ ଓ ଏସ ସାହୁ ଟ୍ରେନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିଲେ । ଏହି ସମୟରେ ଟ୍ରେନର ଏ 1 ଏସି ବଗି ଶୌଚାଳୟ ଏକ ସନ୍ଦିଗ୍ଧ ବ୍ୟାଗ ପାଇଥିଲେ । ତେବେ ବ୍ୟାଗକୁ ଖୋଲି ଦେଖିବା ବେଳକୁ ସେଥିରେ ସୁନା ଗହଣା ଥିଲା । ଯାହା ପରେ ଦାୟିତ୍ବରେ ଥିବା ଏହି ଅଧିକାରୀ ମାନେ ବଲାଙ୍ଗୀର ଷ୍ଟେସନରେ ସଂପୃକ୍ତ ବ୍ୟାଗ ବଲାଙ୍ଗୀର ଆରପିଏଫକୁ ହସ୍ତାନ୍ତର କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ୭ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ, ନଗଦ ଟଙ୍କା ସହ ସୁନାଗହଣା ଜବତ

ସେପଟେ ବଲାଙ୍ଗୀର ଆରପିଏଫ୍ ସଂପୃକ୍ତ ଟ୍ରେନର ଯାତ୍ରୀ ତାଲିକାକୁ ନେଇ ତଦନ୍ତ ଆରମ୍ଭ କରିଥିଲେ ଏବଂ ବ୍ୟାଗଟି ଏହି ହାୱଡାର ଦମ୍ପତିଙ୍କର ବୋଲି ଜାଣିବାକୁ ପାଇଥିଲେ । ତେବେ ସମୟ ବିଳମ୍ବ ନକରି ପୋଲିସ୍ ଏମାନଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ଓ ସେମାନଙ୍କୁ ସେହି ସୁନା ଗହଣା ବ୍ୟାଗ୍ ସୁରକ୍ଷିତ ଭାବରେ ହସ୍ତାନ୍ତର କରାଯାଇଛି । ତେବେ ସଂପୃକ୍ତ ଦମ୍ପତି ମଧ୍ୟରୁ ଶ୍ୟାମ ଟିବେରୱାଲ କହିଛନ୍ତି ଯେ, ସେ ଟ୍ରେନରେ ଯିବା ସମୟରେ ବଲାଙ୍ଗୀର ଆରପିଏଫ ପୋଲିସ୍ ପକ୍ଷରୁ ଫୋନ୍ ପାଇଥିଲେ ଏବଂ କୌଣସି ଜିନିଷପତ୍ର ହଜିଥିବାର ସେ ନିଜେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ସେ ଟଙ୍କା ପତ୍ନୀ ଠାରୁ ସୁନା ଗହଣା ବ୍ୟାଗ୍ ହଜିଥିବାର ଜାଣିଥିଲେ । ତେବେ ଆରପିଏଫ ପୋଲିସର କାର୍ଯ୍ୟ ପାଇଁ ତାଙ୍କୁ ଏଥି ପାଇଁ ଧନ୍ୟବାଦ୍ ଜଣାଇଛନ୍ତି । ସେହିପରି ତାଙ୍କ ପତ୍ନୀ କହିଛନ୍ତି ସେ ମୁହଁ ଧୋଇବାକୁ ଯାଇ ବର୍ଥ ରୁମରେ ଏହି ବ୍ୟାଗ ଭୁଲରେ ଭୁଲି ଯାଇଥିଲେ । ଯେଉଁଥିରେ ତିରିଶ ବର୍ଷ ତଳେ ତାଙ୍କ ଶାଶୁ ଦେଇଥିବା ବହୁମୂଲ୍ୟ 16 ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଥିଲା । ହେଲେ ପୋଲିସଙ୍କ ସହାୟତାରେ ସେ ତାହା ଫେରି ପାଇଥିବାରୁ ତାଙ୍କୁ ଧନ୍ୟବାଦ୍ ଦେଇଛନ୍ତି ।

ସେପଟେ ଏଭଳି କାମ କରି ପ୍ରଶଂସା ସାଉଁଟି ଥିବା ଆରପିଏଫ୍ ଅଧିକାରୀ ରାଜ ମଲ୍ଲିକ କହିଛନ୍ତି ଯେ, ତାଙ୍କ ଅଧିକାରୀମାନେ ଝାରସୁଗୁଡ଼ା ଷ୍ଟେସନରୁ ଚଢିଥିଲା ଏବଂ ପାଟ୍ରୋଲିଂ ବେଳେ ଏହି ବ୍ୟାଗ୍ ପାଇଥିଲେ । ତେବେ ଯାତ୍ରୀ ତାଲିକାରୁ ଏହି ବ୍ୟାଗର ମାଲିକଙ୍କ ଖବର ନେଇ ତାଙ୍କୁ ଆଜି ସୁରକ୍ଷିତ ଭାବରେ ସବୁ ସୁନା ଗହଣା ଫେରସ୍ତ କରିଥିବାର ସେ କହିଛନ୍ତି । ପୋଲିସ୍ ଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ବେଳେ ନିୟୋଜିତ ଅଛନ୍ତି । ତେଣୁ ଯାତ୍ରୀଙ୍କ କୌଣସି ଅସୁବିଧାରେ ସେମାନେ ତୁରନ୍ତ ପଦକ୍ଷେପ ନେଇ ଆସୁଛନ୍ତି ଏବଂ ଏହି ମାମଲାରେ ମଧ୍ୟ ସେମାନେ ତାଙ୍କର ଦାୟିତ୍ଵ ତୁଲାଇଥିବାର ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.