ETV Bharat / state

ରାଜ୍ୟରୁ ବୁଡିଯିବ କି ମହାବଳ ବଂଶ! ଶିମିଳିପାଳରେ ମରିଗଲେଣି ୩ ବାଘ - SIMILIPAL TIGER

ମହାବଳଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି । କିନ୍ତୁ ଶିମିଳିପାଳରୁ ଧୀରେ ଧୀରେ ଗାଏବ ହେଉଛନ୍ତି ମହାବଳ।

similipal tiger
similipal tiger (ETV Bharat)
author img

By ETV Bharat Odisha Team

Published : Jan 17, 2025, 2:54 PM IST

Updated : Jan 17, 2025, 4:33 PM IST

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ସରକାର । ବାହାର ରାଜ୍ୟର ଜାତୀୟ ଉଦ୍ୟାନରୁ ଓଡ଼ିଶାକୁ ବାଘ ଅଣାଯାଉଛି । ମହାବଳଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି । କିନ୍ତୁ ଶିମିଳିପାଳରୁ ଧୀରେ ଧୀରେ ଗାଏବ ହେଉଛନ୍ତି ମହାବଳ। ରିପୋର୍ଟ କହୁଛି ଶିମିଳିପାଳରେ 3 ମହାବଳ ମରିସାରିଲେଣି । ନିକଟରେ ମହାରାଷ୍ଟ୍ରରୁ ଶିମିଳିପାଳ ଅଣାଯାଇଥିଲା ଦୁଇଟି ବାଘୁଣୀ ଯମୁନା ଏବଂ ଜୀନତ । ଶିମିଳିପାଳ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ହୋଇଥିବାରୁ ଏଠାରେ ବାଘ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ବାଘ ଶିକାର ବନ୍ଦ ନ ହେଉଥିବାରୁ ଯେତିକି ସଂଖ୍ଯା ବୃଦ୍ଧି ହେବା କଥା ତାହା ହେଉ ନାହିଁ ।

ଶିମିଳିପାଳରେ ମରିଗଲେଣି ୩ ବାଘ (ETV Bharat)

ସେପଟେ ଶିମିଳିପାଳରୁ ବାଘ ସଂଖ୍ୟା ହ୍ରାସ ନେଇ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ବିସ୍ତୃତ ସୂଚନା ଦେଇଛନ୍ତି । ନିକଟରେ ଏକ କଳା ବାଘ ଶିକାର ନେଇ ମୁହଁ ଖୋଲିଛନ୍ତି ପିସିସିଏପ । ସେ କହିଛନ୍ତି ‘‘ଶିମିଳିପାଳ ଏକ ବଡ ଅଞ୍ଚଳ । ଚାରିଆଡେ ଗାଁ ରହିଛି। କ୍ୟାମେରା ଲାଗିଥିବା ଯୋଗୁଁ ଆମେ ଶିକାର ହୋଇଥିବା ଜାଣିବାକୁ ପାଇଲୁ । ତେବେ କଳାବାଘଟି ଶାବକ ଥିଲା । ସେ ତା ମା’ ପାଖାପାଖି ରହୁ ନଥିଲା । ସେଥିପାଇଁ ଶିକାରୀ ମାନେ ତାକୁ ଟାର୍ଗେଟ କରିଥିଲେ । ଶିକାର କରିଥିବା ଶିକାରୀ ଅଭ୍ୟାସଗତ ଅପରାଧୀ ନୁହେଁ । ଅନ୍ୟ ଜନ୍ତୁ ଶିକାର କରିବା ପାଇଁ ଆସିଥିଲେ । ତାଙ୍କ ସାମନାରେ ଛୁଆ ବାଘଟି ପଡିଯାଇଛି । ସେଥିପାଇଁ ସେମାନେ ତାକୁ ଶିକାର କରିଛନ୍ତି’’ ବୋଲି ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି ।

Similipal tiger
Similipal tiger (ETV Bharat)

ସେ ଆହୁରି କହିଛନ୍ତି ‘‘ମାଆଠୁ ଅଲଗା ଥିବାରୁ ଅନ୍ୟ ବନ୍ୟଜନ୍ତୁ ଶିକାର ପାଇଁ ଯାଇଥିବାବେଳେ ଏହି କଳା ବାଘ ଶାବକଟି ଶିକାରୀଙ୍କ ଶିକାର ହୋଇଥିଲା । ଏହି ଘଟଣା ପ୍ରାୟ ୨ ମାସ ତଳେ ଘଟିଥିବା ଜଣାପଡ଼ୁଛି। ଯେତେବେଳେ ବନ ବିଭାଗ ଟିମ ଯମୁନା ଓ ଜିନତକୁ ନେଇ ବ୍ୟସ୍ତ ଥିଲେ, ଶିକାରୀ ମାନେ ଏହାର ସୁଯୋଗ ନେଇଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ୧୦ ଜଣ ଗିରଫ ହୋଇଥିବା ବେଳେ ୬ ଟି ବନ୍ଧୁକ ଜବତ ହୋଇଛି। ଜଣେ ଅଭିଯୁକ୍ତ ଫେରାର ଅଛି। AI କ୍ୟାମେରାରେ ମିଳିଥିବା ଫଟୋ ସହାୟତାରେ ଶିକାରୀ ପାଖରେ ପହଞ୍ଚିଥିଲା ବନ ବିଭାଗ’’।

similipal tiger
similipal tiger (ETV Bharat)

ଶିମିଳିପାଳରେ 2 ବର୍ଷରେ 3 ମୃତ୍ୟୁ

  • ୨୦୨୩ ଏପ୍ରିଲ ୩୦ ଦୁଇଟି ବାଘ ମଧ୍ୟରେ ଲଢେଇ କାରଣରୁ ଗୋଟିଏ ମହାବଳର ମୃତ୍ୟୁ ହୋଇଥିଲା।
  • ୨୦୨୪ ଫେବ୍ରୁଆରୀ ୬ ରେ ଲିଭର୍ ସଂକ୍ରମଣ ଯୋଗୁଁ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଥିଲା।
  • 2024 ଶେଷ ଆଡକୁ ଶିକାରୀଙ୍କ ଶିକାର ହୋଇଥିଲା କଳା ବାଘ ଶାବକ ।

ଏହା ମଧ୍ୟ ପଢନ୍ତୁ ଶିମିଳିପାଳରୁ ଜବତ ହେଲା ବିରଳ କଳାବାଘ ଛାଲ, ୪ ଶିକାରୀ ଗିରଫ

ଏହା ମଧ୍ୟ ପଢନ୍ତୁ ଶିମିଳିପାଳ ଫେରିଲା ଜୀନତ, ଯମୁନା ଏନକ୍ଲୋଜର ଏବେ ନୂଆ ଠିକଣା

similipal tiger
similipal tiger (ETV Bharat)
  • ଶିମିଳିପାଳରେ ଲାଗିଛି ୧୦୦ କ୍ୟାମେରା

ଶିମିଳିପାଳରେ ୧୦୦ ଟି AI କ୍ୟାମେରା ଓ ୧୦୦ ଟି AR କ୍ୟାମେରା, ୮୫୦ ଟ୍ରାପ କ୍ୟାମେରା ଲାଗିଛି। ଗତ ୫- ୬ ମାସ ମଧ୍ୟରେ ଶିମିଳିପାଳ ଅଞ୍ଚଳରେ ୨୭ଟି ମାମୱା ରୁଜୁ ହୋଇଛି। ୮୬ ବନ୍ଧୁକ ଜବତ ହୋଇଛି। ୪୫ ଜଣ ନିଜେ ଆସି ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ୧୦୦ ଲୋକ ଧରା ପଡ଼ିଛନ୍ତି। ଆଗାମୀ ଦିନରେ ଶିମିଳିପାଳ ସୁରକ୍ଷା ପାଇଁ ଆଉ ୧୫୦ କ୍ୟାମେରା ଲାଗିବ। ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି।

  • ବ୍ୟାଘ୍ର ବଂଶ ବୃଦ୍ଧି ନେଇ ପୂର୍ବ ଯୋଜନା ବିଫଳ !

୨୦୧୮ ମସିହାରେ ଓଡ଼ିଶାକୁ ବାହାର ରାଜ୍ୟରୁ ଦୁଇଟି ବାଘ ଆସିଥିଲା । ସେତେବେଳେ ସାତକୋଶିଆ ଜଙ୍ଗଲରେ ଆରମ୍ଭ ହୋଇଥିଲା ବ୍ୟାଘ୍ର ପ୍ରକଳ୍ପ । ଦୁଇଟି ବାଘ ମଧ୍ୟରୁ ଗୋଟିଏ ବାଘୁଣୀ ଶିକାରୀଙ୍କ ପାଇଁ ମୃତ୍ୟୁ ଘଟିଥିଲା । ଅନ୍ୟଟିକୁ ବନ ବିଭାଗ ସଠିକ ଭାବରେ ସୁରକ୍ଷା ଦେଇ ପାରିନଥିଲା । ଫଳରେ ବାଘୁଣୀକୁ ବନ୍ଦୀ ଭାବରେ ରଖାଗଲା । ବାଘୁଣୀର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ଯେଉଁଠାରୁ ଆସିଥିଲା ସେହିଠାରେ ପୁଣି ଥରେ ଛାଡି ଦିଆଗଲା । ଯାହାଦ୍ଵାରା ଓଡିଶାରେ ଏହା ଫଳପ୍ରଦ ହୋଇନଥିଲା । ବର୍ତ୍ତମାନ ଏହା ଫଳପ୍ରଦ ହେବ ବୋଲି ଆଶା କରାଯାଇଥିବା ବେଳେ ଦୁଇ ବାଘ ସଂପୂର୍ଣ୍ଣ ରୂପେ ଶିମିଳିପାଳ ଛାଡ଼ିଛନ୍ତି ।

  • ପୁଣି ଜଙ୍ଗଲରେ ଛଡା ଯିବ ଜିନତ !

"ଜୀନତ ଏବେ ଏନକ୍ଲୋଜରରେ ଅଛି। ଏବେ NTCAର ଦୁଇ ଜଣ ବିଶେଷଜ୍ଞ ଶିମିଳିପାଳରେ ଅଛନ୍ତି। ସେମନେ ଯାହା କହିବେ ଜୀନତର ଭବିଷ୍ୟତ ନେଇ ସେମାନେ ଯାହା ସୁପାରିସ କରିବେ ସେହି ଅନୁସାରେ ପଦକ୍ଷେପ ନିଆଯିବ। ତେବେ ଆଗାମୀ ମାସେ ଦୁଇ ମାସ ମଧ୍ୟରେ ଜୀନତ ପୁଣିଥରେ ଜଙ୍ଗଲକୁ ଛଡ଼ାଯିବ ବୋଲି ଆଶା କରାଯାଉଛି। ସେହିପରି ଯମୁନା ଏବେ କୁଲଡ଼ିହା ଅଭୟାରଣ୍ୟରେ ହିଁ ଅଛି" ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା।

  • ରାଜ୍ୟରେ ବାଘ ସଂଖ୍ୟା କେତେ ?

ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ରହିଛନ୍ତି। ସେଥି ମଧ୍ୟରୁ ଶିମିଳିପାଳରେ ୨୭ ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ।

Last Updated : Jan 17, 2025, 4:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.