ETV Bharat / state

ରାଜ୍ୟରେ ଅଗ୍ନିବର୍ଷା, ଅସ୍ତବ୍ୟସ୍ତ ଷ୍ଟିଲସିଟିବାସୀ - HEATWAVE

author img

By ETV Bharat Odisha Team

Published : Apr 20, 2024, 4:19 PM IST

Heatwave in Rourkela: ରାଉରକେଲା ଗ୍ରୀଷ୍ମପ୍ରବାହ । ଝାଞ୍ଜିପବନ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଲେଣି ଜିଲ୍ଲାବାସୀ । ପାରଦ ଛୁଇଁଲାଣି ୪୦ ଡିଗ୍ରୀ । ଅଧିକ ପଢ଼ନ୍ତୁ,

ଖରାରେ ଜଳୁଛି ରାଉରକେଲା
ଖରାରେ ଜଳୁଛି ରାଉରକେଲା
ଖରାରେ ଜଳୁଛି ରାଉରକେଲା

ରାଉରକେଲା: କଲବଲ କରୁଛି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଫଳରେ ତାତିରେ ସାରା ଓଡ଼ିଶା ଜଳୁଛି । ପ୍ରଚଣ୍ଡ ଖରା ଗରମ ସାଙ୍ଗକୁ ଗୁଳୁଗୁଳିରେ ଓଡ଼ିଶାବାସୀ ଆଉଟୁ ପାଉଟୁ ହେଉଥିବା ବେଳେ ଉତ୍ତପ୍ତ ସୂର୍ଯ୍ୟ କିରଣରେ ସିଝୁଛି ଷ୍ଟିଲ ସିଟି ରାଉରକେଲା । ଏପ୍ରିଲ ମାସରୁ ପାରଦ ଛୁଇଁଲାଣି ୪୦ ଡିଗ୍ରୀ । ପ୍ରବଳ ଖରା କାରଣରୁ ରାଉରକେଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି । ସକାଳ ୯ଟା ନବାଜୁଣୁ ଘରୁ ପଦା କାଢ଼ିବା ମୁସ୍କିଲ ହୋଇ ପଡ଼ୁଛି ।

କେବଳ ରାଉରକେଲା ନୁହେଁ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସହର ସହ ସୁନ୍ଦରଗଡ଼ ସହର ଏବଂ ବଣାଇ ସହର ପାଲଟିଛି ଜିଲ୍ଲାର ଉତ୍ତପ୍ତ ସହର । ରାଉରକେଲା ସହରରେ ଗତକାଲି ତାପମାତ୍ରା 41 ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ ସହରରେ ତାପମାତ୍ରା 40 ଡିଗ୍ରୀ ଏବଂ ବଣାଇ ସହରରେ ତାପମାତ୍ରା 40 ଡିଗ୍ରୀକୁ ଛୁଇଁଥିଲା । ତେବେ ବର୍ତ୍ତମାନ ଏକ ତତଲା କଡେଇରେ ଭାଜି ହେଉଛନ୍ତି ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣ । ଦିନ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି ।

ଏହା ମଧ୍ୟ ପଢ଼ନ୍ତୁ... ତତଲା କଡେଇରେ ଭାଜି ହେଉଛି କଳାହାଣ୍ଡି, କଲବଲ ଲୋକେ - HEATWAVE

ଲୋକେ ଖରାରେ ବାହାରକୁ ବାହାରିଲେ ସାଥିରେ ପାଣି ବୋତଲ, ଓଦା ଗାମୁଛା ସମେତ ଛତା ଓ କଳା ଚଷମା ରଖୁଥିବା ଦେଖିବାକୁ ମିଳିଛି । ଥଣ୍ଡା ପାନୀୟର ଚାହିଦା ବଢିଥିବା ବେଳେ ଲସି କିମ୍ବା ସରବତ ପିଇ ଆଶ୍ବସ୍ତ ଅନୁଭବ କରୁଛନ୍ତି ଲୋକେ । ଆଗାମୀ ଦିନରେ ମଧ୍ୟ ଗ୍ରୀଷ୍ମପ୍ରବାହ ବଢିବ ବୋଲି ପାଣିପାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବର୍ତ୍ତମାନ ଏପ୍ରିଲ ମାସରେ ଯେଉଁଭଳି ଭାବରେ ଖରା ଅନୁଭୂତ ହେଉଛି ତାକୁ ଦେଖି ଆଗାମୀ ମେ ଏବଂ ଜୁନ ମାସରେ ସ୍ଥିତି କିଭଳି ରହିବ ଭାବି ଲୋକ ଭୟବିତ ହୋଇଗଲେଣି । ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନ ସାଧାରଣଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସକାଳ 10ଟାରୁ ସନ୍ଧ୍ୟା 5ଟା ଯାଏଁ ଅନୁଭୂତ ହେଉଛି ଗ୍ରୀଷ୍ମ ଲହରୀ । ଦିନ ରୁ ସଂଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ଲୋକେ ଘରୁ ବାହରିବାକୁ ଅମଙ୍ଗ ହେଉଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.