ETV Bharat / state

ପାଠପଢିବାରେ ପଥ ଓଗାଳୁଛି ରାସ୍ତା; ଆଦର୍ଶ ବିଦ୍ୟାଳୟକୁ ଯିବାକୁ ନାହିଁ ଭଲ ରାସ୍ତା - Niali Road Problem

author img

By ETV Bharat Odisha Team

Published : Jun 23, 2024, 2:31 PM IST

Niali Road Problem: ସ୍କୁଲ ଯିବାକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ରାସ୍ତା । ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯିବା ପାଇଁ ଭଲ ରାସ୍ତା ନାହିଁ । ପାଦେ ପାଦେ ବିପଦ । ଅଧିକ ପଢନ୍ତୁ

Niali Road Problem
Niali Road Problem (ETV Bharat Odisha)

ନିଆଳି: ଶିକ୍ଷାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢି ତୋଳିବା ଲକ୍ଷ୍ୟ ନେଇ ନିର୍ମାଣ କରିଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟ । ମେଧାବୀ ଛାତ୍ରଛାତ୍ରୀ ଏଠାରେ ପଢିବେ ନିଜର ଭବିଷ୍ୟତ ଗଢ଼ିବେ । ଏଥିପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ହେଲେ ବିଦ୍ୟାଳୟକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ ।

Niali Road Problem (ETV Bharat Odisha)

କଟକ ଜିଲ୍ଲା ନିଆଳି ବ୍ଳକ ଟୋଲାଗୋପିନାଥ ଅଞ୍ଚଳରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି । ବିଦ୍ୟାଳୟ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୯କୋଟି ୭୨ ଲକ୍ଷ ଟଙ୍କା । ସେହିପରି ବାଳିକା ହଷ୍ଟେଲ ନିର୍ମାଣ ପାଇଁ ୧୦୦ ଶର୍ଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ତିନି କୋଟିରୁ ଊର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଛି । ବାଳକ ଛାତ୍ରାବାସର ୧୦୦ ଶର୍ଯ୍ୟା ପାଇଁ ପାଖାପାଖି 4 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଟୋଲାଗୋପିନାଥ ଅଞ୍ଚଳରେ ନିର୍ମାଣ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ରାସ୍ତା ବିବାଦକୁ ନେଇ ତହସିଲ ଅଫିସ୍ ଘେରିଲେ ଗ୍ରାମବାସୀ - Sinkol Road Problem

ଗତ ୧୮ ତାରିଖଠାରୁ ଆରମ୍ଭ ହୋଇଛି ଚଳିତ ଶିକ୍ଷା ବର୍ଷ । ବର୍ତ୍ତମାନ ଷଷ୍ଠଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଆରମ୍ଭ ହୋଇଛି ପାଠପଢା । କିନ୍ତୁ ଟୋଲା ଗୋପିନାଥ ଅଞ୍ଚଳରେ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଭଲ ରାସ୍ତା ନଥିବା କାରଣରୁ ସ୍କୁଲ ଆରମ୍ଭରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖିନ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ୬୦ ନମ୍ବର ରାଜ୍ୟ ପଥ ଟୋଲାଛକ ଠାରୁ ବିଦ୍ୟାଳୟକୁ ସଂଯୋଗୀକରଣ କରିଥିବା ପାଖାପାଖି 1 କିଲୋମିଟର ରାସ୍ତା ଢେମା, ଖାଲ, ନାଲି ଓ ମାଟି ରାସ୍ତା ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବାରେ ଅସୁବିଧାରେ ସମ୍ମୁଖୀନ ହେଉଥିବା ଉଭୟ ଛାତ୍ର ଏବଂ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଖାଲଖମା ରାସ୍ତା ଯୋଗୁଁ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହି ରାସ୍ତାଟି କଟକ ଆର.ଆଣ୍ତ .ବି ବିଭାଗ ଅଧିନରେ ରହିଛି । ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ରାସ୍ତାଟିକୁ ପିଚୁ କିମ୍ବା କଂକ୍ରିଟ ଢଳେଇ କରାନଗଲେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନିଶ୍ଚିତ ଆଡକୁ ଯାଇପାରେ ବୋଲି କହିଛନ୍ତି ଅଭିଭାବକ । ଏହି ରାସ୍ତାକୁ ତୁରନ୍ତ ପିଚୁ କିମ୍ବା କଂକ୍ରିଟ ଢଳେଇ କରାଯିବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.